ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀ ପରଲୋକ

ଭବନେଶ୍ୱର: କନ୍ଧମାଳ ଜିଲ୍ଲା ବାଲିଗୁଡ଼ାର ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀ (୫୧)ଙ୍କ ରବିବାର ସନ୍ଧ୍ୟା ପ୍ରାୟ ସାଢ଼େ ୯ଟାରେ ପରଲୋକ ଘଟିଛି । କିଛି ଦିନ ହେଲା ସେ କିଡନୀଜନିତ ରୋଗରେ ଅସୁସ୍ଥ ହୋଇ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ତାଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ପ୍ରମୁଖ ଶୋକ ବ୍ୟକ୍ତ କରିଛନ୍ତି । ସ୍ୱର୍ଗତ ମାଝୀ ବିଜେପି ଦଳରୁ ୨୦୦୪ ଓ ୨୦୦୯ ମସିହାରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ସେହିପରି ୨୦୧୪ ଓ ୨୦୧୯ ମସିହାରେ ବାଲିଗୁଡ଼ାରୁ ବିଜେପି ପ୍ରାର୍ଥୀ ଭାବେ ବିଧାନସଭା ନିର୍ବାଚନ ଲଢ଼ି ପରାଜିତ ହୋଇଥିଲେ ।

ମୁଖ୍ୟମନ୍ତ୍ରୀ ଶୋକବାର୍ତ୍ତାରେ ଲେଖିଛନ୍ତି, ଆମ ଦଳର ବରିଷ୍ଠ ନେତା ତଥା ବାଲିଗୁଡ଼ାର ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀଙ୍କ ଦେହାନ୍ତ ବିଷୟରେ ଶୁଣି ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ । ତାଙ୍କ ବିୟୋଗ ଆମ ସମସ୍ତଙ୍କ ପାଇଁ ଏକ ଅପୂରଣୀୟ କ୍ଷତି । ଶୋକସନ୍ତପ୍ତ ପରିବାର ପ୍ରତି ମୋର ସମବେଦନା ଜଣାଇବା ସହ ଦିବଙ୍ଗତ ଆତ୍ମାଙ୍କ ଶାନ୍ତି ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ପ୍ରଧାନ ଶୋକବାର୍ତ୍ତାରେ କହିଛନ୍ତି, ସରଳ ଓ ପରୋପକାରୀ ସ୍ୱଭାବର ବ୍ୟକ୍ତି ଥିଲେ । ବିଶେଷଭାବରେ ଜନଜାତିଙ୍କ କଲ୍ୟାଣ ଓ ସେବା ଦିଗରେ ସବୁବେଳେ ତତ୍ପର ହୋଇଥିଲେ । ନିଜ ନିର୍ବାଚନମଣ୍ଡଳୀ ପାଇଁ ସେ କରିଥିବା କାମ ପାଇଁ ସେ ସ୍ମରଣୀୟ ହୋଇରହିବେ । ରାଜ୍ୟ ବିଜେପି ସଭାପତି ଶ୍ରୀ ସାମଲ ଓ ରାଜ୍ୟ ସାଧାରଣ ସମ୍ପାଦକ (ସଂଗଠନ) ମାନସ କୁମାର ମହାନ୍ତିଙ୍କ ସମେତ ମନ୍ତ୍ରୀ ରବି ନାରାୟଣ ନାୟକ, ଡ. ମୁକେଶ ମହାଲିଙ୍ଗ ପ୍ରମୁଖ ଅମର ଆତ୍ମାର ସଦଗତି ନିମନ୍ତେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିବା ସହିତ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି ।

  • Related Posts

    ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ସ୍ପଷ୍ଟ ଚିହ୍ନିତ

    ଭୁବନେଶ୍ଵର : ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ସ୍ପଷ୍ଟ ଚିହ୍ନିତ। ଆସନ୍ତା ୨୪ ଘଣ୍ଟାରେ ପଶ୍ଚିମ ଉତ୍ତର-ପଶ୍ଚିମ ମୁହାଁ ହେବ। ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ହେବ। ଦକ୍ଷିଣ ଓଡ଼ିଶାରେ ଅଧିକ ଛେଚିବ। ୩୦ରୁ ୪୦ କିମି ବେଗରେ ଝଟ୍‌କା…

    Continue reading
    କଟକ ଷ୍ଟେସନରେ ଭୁଶୁଡିଲା ନିର୍ମାଣାଧୀନ ସେଡ୍‌

    କଟକ : କଟକ ଷ୍ଟେସନରେ ଅଘଟଣ। ନିର୍ମାଣ କାର୍ୟ୍ୟ ଚାଲିଥିବା ବେଳେ ଭୁଶୁଡିଲା ସେଡ୍। କ୍ଷୟକ୍ଷତି କଣ ଘଟିଛି ତାହାର ସୂଚନା ଜଣାପଡି ନାହିଁ। ପ୍ଲାଟଫର୍ମ ନଂ ୧ରେ ଏଭଳି ଅଘଟଣ ଘଟିଛି। ଘଟଣାସ୍ଥଳରେ ଉଦ୍ଧାର କାର୍ୟ୍ୟ ଜାରି ରହିଛି ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    କେନ୍ଦ୍ର କ୍ୟାବିନେଟର ମଞ୍ଜୁରି: ୨୦୩୦ ଯାଏ ଚାଲିବ ପିଏମ୍ ସ୍ୱନିଧି ଯୋଜନା

    କେନ୍ଦ୍ର କ୍ୟାବିନେଟର ମଞ୍ଜୁରି: ୨୦୩୦ ଯାଏ ଚାଲିବ ପିଏମ୍ ସ୍ୱନିଧି ଯୋଜନା

    ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ସ୍ପଷ୍ଟ ଚିହ୍ନିତ

    ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ସ୍ପଷ୍ଟ ଚିହ୍ନିତ

    ଯେଉଁ ପଦ ଦିଆଯାଇଛି ଏହା ଅଳଙ୍କାର ନୁହେଁ, ଏହା ଦାୟିତ୍ୱ, ଆହ୍ୱାନ : ଚିନ୍ମୟ

    ଯେଉଁ ପଦ ଦିଆଯାଇଛି ଏହା ଅଳଙ୍କାର ନୁହେଁ, ଏହା ଦାୟିତ୍ୱ, ଆହ୍ୱାନ : ଚିନ୍ମୟ

    କଟକ ଷ୍ଟେସନରେ ଭୁଶୁଡିଲା ନିର୍ମାଣାଧୀନ ସେଡ୍‌

    କଟକ  ଷ୍ଟେସନରେ ଭୁଶୁଡିଲା ନିର୍ମାଣାଧୀନ ସେଡ୍‌

    ଜାମ୍ମୁ-କାଶ୍ମୀରରେ ଭୂସ୍ଖଳନ; ମୃତ୍ୟୁ ସଂଖ୍ୟା ୩୦

    ଜାମ୍ମୁ-କାଶ୍ମୀରରେ ଭୂସ୍ଖଳନ; ମୃତ୍ୟୁ ସଂଖ୍ୟା ୩୦

    ଆସିବ ନୂଆ ଐତିହ୍ୟ ନୀତି

    ଆସିବ ନୂଆ ଐତିହ୍ୟ ନୀତି