ପୂର୍ବତନ ସାଂସଦଙ୍କୁ ଚୌକି ଫିଙ୍ଗି ଆକ୍ରମଣ

ଆଉ ଦୁଇ ଦିନ ପରେ ପଡ଼ିବ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଭୋଟ୍। ଏଥିପାଇଁ କମ୍ପୁଛି ପ୍ରଚାର ମୈଦାନ। ଘନ ଘନ ସଭା କରୁଛନ୍ତି ନେତା ମନ୍ତ୍ରୀ। ମୈଦାନରେ ହେଭିଓ୍ୱେଟ୍‌ ନେତାଙ୍କ ଚାଲିଛି ପ୍ରଚାର। ଏହାରି ଭିତରେ ଏକ ପ୍ରଚାର ସଭା ବେଳେ ପୂର୍ବତନ ସାଂସଦଙ୍କ ଉପରକୁ ଆକ୍ରମଣ ଉଦ୍ୟମ ହୋଇଛି। ସଭା ମଝିରେ ତାଙ୍କ ଉପରକୁ ଫିଙ୍ଗା ଯାଇଛି ଚୌକି। ମହାରାଷ୍ଟ୍ର ଅମରାବତୀରେ ବିଜେପିର ପୂର୍ବତନ ସାଂସଦ ନବନୀତ ରାଣାଙ୍କ ଏକ ପ୍ରଚାର ସଭାରେ ଶନିବାର ଏଭଳି କିଛି ହଙ୍ଗାମା ହୋଇଛି।
ପ୍ରକୃତରେ ଶନିବାର ଅମରାବତୀରେ ଜିଲ୍ଲାର ଦରିଆପୁର ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଖାଲାର ଗ୍ରାମରେ ନିର୍ବାଚନ ପ୍ରଚାର ରାଲି କରିଥିଲେ ବିଜେପି ନେତ୍ରୀ ନବନୀତ ରାଣା। ଯୁବ ସ୍ୱାଭିମାନ ପାର୍ଟିର ପ୍ରାର୍ଥୀ ରମେଶ ବୁନ୍ଦିଲେଙ୍କ ସମର୍ଥନରେ ଏହି ସଭା ଆୟୋଜିତ ହୋଇଥିଲା। ଏହି ସଭାରେ ପ୍ରବଳ ଭିଡ଼ ଜମିଥିଲା। ଲୋକମାନେ ବସିବା ପାଇଁ ଅଣାଯାଇଥିବା ଚୌକିକୁ ପରସ୍ପରକୁ ଫିଙ୍ଗିଥିଲେ। ଏପରିକି ନବନୀତ ରାଣାଙ୍କ ଉପରକୁ ମଧ୍ୟ ଚୌକି ଫିଙ୍ଗା ଯାଇଥିଲା। ତେବେ ସେ ଏଥିରୁ ଅଳ୍ପକେ ବର୍ତ୍ତି ଯାଇଥିଲେ।

ସ୍ଥିତି ବିଗିଡିବା ପରେ ପୂର୍ବତନ ସାଂସଦ ନବନୀତ ରାଣା ଖଲ୍ଲାର ପୁଲିସ ଷ୍ଟେସନରେ ପହଞ୍ଚି ଅଭିଯୋଗ କରିଥିଲେ। ସଭାରେ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ପ୍ରଶ୍ନ ଉଠାଇଥିଲେ। ନବନୀତ୍ ରାଣା କହିଛନ୍ତି ଯେ ଯଦି ଆକ୍ରମଣକାରୀଙ୍କୁ ଗିରଫ କରାନଯାଏ ତେବେ ସମଗ୍ର ହିନ୍ଦୁ ସମ୍ପ୍ରଦାୟ ରାସ୍ତାକୁ ଓହ୍ଲାଇବ। ସେପଟେ ପୁଲିସ ଅଭିଯୋଗକୁ ଆଧାର କରି ଖଲ୍ଲାର ପୁଲିସ ଅଭିଯୁକ୍ତଙ୍କ ବିରୋଧରେ ଏକ ମାମଲା ରୁଜୁ କରିଛି। ଆଇନଗତ କାର୍ଯ୍ୟାନୁଷ୍ଠାନ ଜାରି ରହିଛି। ଏଥିସହ ଖଲ୍ଲାର ଗ୍ରାମରେ ବହୁ ସଂଖ୍ୟକ ପୁଲିସ ମୁତୟନ କରାଯାଇଛି।

କହିରଖୁ ଯେ, ଗତ ମାସ ଅକ୍ଟୋବରରେ ପୂର୍ବତନ ସାଂସଦ ନବନୀତ ରାଣାଙ୍କୁ ଏକ ଧମକପୂର୍ଣ୍ଣ ଚିଠି ମିଳିଥିଲା ଏବଂ ୧୦ କୋଟି ଟଙ୍କା ଦାବି କରାଯାଇଥିଲା। ନବନୀତ ରାଣାଙ୍କ ଅଭିଯୋଗ ପରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଆମୀର ନାମକ ଜଣେ ବ୍ୟକ୍ତି ଅମରାବତୀର ପୂର୍ବତନ ସାଂସଦଙ୍କୁ ସ୍ପିଡ୍ ପୋଷ୍ଟ ମାଧ୍ୟମରେ ଏକ ଚିଠି ପଠାଇ ଟଙ୍କା ମାଗିଥିଲା।

Related Posts

State-wide fire safety mock drill on March 28

Bhubaneswar,23/03/2026: The Housing & Urban Development Department, in collaboration with Odisha Fire Services, conducted a sensitization workshop on fire safety awareness and preparedness today. The session was aimed at synchronizing…

Continue reading
Heatwave Worries: Outdoor Activity Banned 11 a.m. to 3 p.m.

Bhubaneswar, 23/03/2026: Odisha govt bans outdoor work from 11 AM to 3 PM in heatwave advisory Anticipating a rise in temperatures in April and a heightened risk of heatwave-related illnesses,…

Continue reading

Leave a Reply

Your email address will not be published. Required fields are marked *

You Missed

‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

ଖରାଦିନର ଖାଦ୍ୟ

୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

ଭାଲେଣ୍ଟାଇନ୍ ଦିବସ

ଭାଲେଣ୍ଟାଇନ୍ ଦିବସ