ପୂର୍ବତନ ସାଂସଦଙ୍କୁ ଚୌକି ଫିଙ୍ଗି ଆକ୍ରମଣ

ଆଉ ଦୁଇ ଦିନ ପରେ ପଡ଼ିବ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଭୋଟ୍। ଏଥିପାଇଁ କମ୍ପୁଛି ପ୍ରଚାର ମୈଦାନ। ଘନ ଘନ ସଭା କରୁଛନ୍ତି ନେତା ମନ୍ତ୍ରୀ। ମୈଦାନରେ ହେଭିଓ୍ୱେଟ୍‌ ନେତାଙ୍କ ଚାଲିଛି ପ୍ରଚାର। ଏହାରି ଭିତରେ ଏକ ପ୍ରଚାର ସଭା ବେଳେ ପୂର୍ବତନ ସାଂସଦଙ୍କ ଉପରକୁ ଆକ୍ରମଣ ଉଦ୍ୟମ ହୋଇଛି। ସଭା ମଝିରେ ତାଙ୍କ ଉପରକୁ ଫିଙ୍ଗା ଯାଇଛି ଚୌକି। ମହାରାଷ୍ଟ୍ର ଅମରାବତୀରେ ବିଜେପିର ପୂର୍ବତନ ସାଂସଦ ନବନୀତ ରାଣାଙ୍କ ଏକ ପ୍ରଚାର ସଭାରେ ଶନିବାର ଏଭଳି କିଛି ହଙ୍ଗାମା ହୋଇଛି।
ପ୍ରକୃତରେ ଶନିବାର ଅମରାବତୀରେ ଜିଲ୍ଲାର ଦରିଆପୁର ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଖାଲାର ଗ୍ରାମରେ ନିର୍ବାଚନ ପ୍ରଚାର ରାଲି କରିଥିଲେ ବିଜେପି ନେତ୍ରୀ ନବନୀତ ରାଣା। ଯୁବ ସ୍ୱାଭିମାନ ପାର୍ଟିର ପ୍ରାର୍ଥୀ ରମେଶ ବୁନ୍ଦିଲେଙ୍କ ସମର୍ଥନରେ ଏହି ସଭା ଆୟୋଜିତ ହୋଇଥିଲା। ଏହି ସଭାରେ ପ୍ରବଳ ଭିଡ଼ ଜମିଥିଲା। ଲୋକମାନେ ବସିବା ପାଇଁ ଅଣାଯାଇଥିବା ଚୌକିକୁ ପରସ୍ପରକୁ ଫିଙ୍ଗିଥିଲେ। ଏପରିକି ନବନୀତ ରାଣାଙ୍କ ଉପରକୁ ମଧ୍ୟ ଚୌକି ଫିଙ୍ଗା ଯାଇଥିଲା। ତେବେ ସେ ଏଥିରୁ ଅଳ୍ପକେ ବର୍ତ୍ତି ଯାଇଥିଲେ।

ସ୍ଥିତି ବିଗିଡିବା ପରେ ପୂର୍ବତନ ସାଂସଦ ନବନୀତ ରାଣା ଖଲ୍ଲାର ପୁଲିସ ଷ୍ଟେସନରେ ପହଞ୍ଚି ଅଭିଯୋଗ କରିଥିଲେ। ସଭାରେ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ପ୍ରଶ୍ନ ଉଠାଇଥିଲେ। ନବନୀତ୍ ରାଣା କହିଛନ୍ତି ଯେ ଯଦି ଆକ୍ରମଣକାରୀଙ୍କୁ ଗିରଫ କରାନଯାଏ ତେବେ ସମଗ୍ର ହିନ୍ଦୁ ସମ୍ପ୍ରଦାୟ ରାସ୍ତାକୁ ଓହ୍ଲାଇବ। ସେପଟେ ପୁଲିସ ଅଭିଯୋଗକୁ ଆଧାର କରି ଖଲ୍ଲାର ପୁଲିସ ଅଭିଯୁକ୍ତଙ୍କ ବିରୋଧରେ ଏକ ମାମଲା ରୁଜୁ କରିଛି। ଆଇନଗତ କାର୍ଯ୍ୟାନୁଷ୍ଠାନ ଜାରି ରହିଛି। ଏଥିସହ ଖଲ୍ଲାର ଗ୍ରାମରେ ବହୁ ସଂଖ୍ୟକ ପୁଲିସ ମୁତୟନ କରାଯାଇଛି।

କହିରଖୁ ଯେ, ଗତ ମାସ ଅକ୍ଟୋବରରେ ପୂର୍ବତନ ସାଂସଦ ନବନୀତ ରାଣାଙ୍କୁ ଏକ ଧମକପୂର୍ଣ୍ଣ ଚିଠି ମିଳିଥିଲା ଏବଂ ୧୦ କୋଟି ଟଙ୍କା ଦାବି କରାଯାଇଥିଲା। ନବନୀତ ରାଣାଙ୍କ ଅଭିଯୋଗ ପରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଆମୀର ନାମକ ଜଣେ ବ୍ୟକ୍ତି ଅମରାବତୀର ପୂର୍ବତନ ସାଂସଦଙ୍କୁ ସ୍ପିଡ୍ ପୋଷ୍ଟ ମାଧ୍ୟମରେ ଏକ ଚିଠି ପଠାଇ ଟଙ୍କା ମାଗିଥିଲା।

Related Posts

ଶିକ୍ଷା ବିଭା ୧୫ ହଜାର ଲାଞ୍ଚ ନେବାବେଳେ କିରାଣିଙ୍କୁ ଧରିଛି ଭିଜିଲାନସ୍

ସେମିଳିଗୁଡ଼ା/କୋରାପୁଟ: କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକରେ ରମେଶ ବେହେରା ନାମକ ଜଣେ ଶିକ୍ଷକଙ୍କ ୨୦୧୯ରେ ମୃତ୍ୟୁ ଘଟିଥିଲା। ଗୋଷ୍ଠୀ ଶିକ୍ଷା ବିଭାଗ କାର୍ଯ୍ୟାଳୟରେ କାର୍ଯ୍ୟରତ କନିଷ୍ଠ କିରାଣି ସନ୍ଦୀପ କୁମାର ତ୍ରିପାଠୀ ଆରଏସିପି, ଏମଏସିପି, ବର୍ଦ୍ଧିତ ଦରମା ଓ ବକେୟା ପ୍ରାପ୍ୟ…

ବଳଙ୍ଗା ଘଟଣା: ୭ତାରିଖରେ ବିଜେଡିର ୬ଘଣ୍ଟିଆ ବନ୍ଦ

ବାମନାଳ:ବହୁ ଚର୍ଚ୍ଚିତ ବଳଙ୍ଗା ନାବାଳିକା ପୋଡ଼ି ମାରିବା ଉଦ୍ୟମ ଓ ଚିକିତ୍ସାଧୀନ ଅବସ୍ଥାରେ ରହସ୍ୟ ଜନକ ଭାବେ ପୀଡ଼ିତାଙ୍କ ମୃତ୍ୟୁକୁ ନେଇ ରାଜ୍ୟରେ ଚର୍ଚ୍ଚା ହେଉଥିବା ବେଳେ ଆସନ୍ତା ୭ତାରିଖରେ ବିଜେଡି ପକ୍ଷରୁ ୬ଘଣ୍ଟିଆ ଜିଲ୍ଲା ବନ୍ଦ ଡାକରା ନିମନ୍ତେ ଏକ…

Leave a Reply

Your email address will not be published. Required fields are marked *

You Missed

ଶିକ୍ଷା ବିଭା ୧୫ ହଜାର ଲାଞ୍ଚ ନେବାବେଳେ କିରାଣିଙ୍କୁ ଧରିଛି ଭିଜିଲାନସ୍

ବାଂଲାଦେଶରେ ଫେବ୍ରୁଆରି ୨୦୨୬ରେ ହେବ ନିର୍ବାଚନ

ବଳଙ୍ଗା ଘଟଣା: ୭ତାରିଖରେ ବିଜେଡିର ୬ଘଣ୍ଟିଆ ବନ୍ଦ

ଉତ୍ତରାଖଣ୍ଡରେ ୪ ମୃତ ଓ ୫୦ରୁ ଅଧିକ ନିଖୋଜ

ଜମ୍ମୁ-କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ୍‍ ମଲ୍ଲିକଙ୍କ ପରଲୋକ

ଓଡିଶା ହେବ ଗ୍ଲୋବାଲ୍ ସ୍କିଲ୍ ହବ୍