ପେଟ୍ରୋଲ, ଡିଜେଲ, ବିମାନ ଇନ୍ଧନରୁ ରପ୍ତାନି ଶୁଳ୍କ ହ୍ରାସ

ଭୁବନେଶ୍ବର : ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁଁଁ ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡ଼ିକ ପେଟ୍ରୋଲ ଓ ଡିଜେଲ ଉପରେ ବ୍ୟାପକ କ୍ଷତି ସହୁଥିବାରୁ ଦର ବୃଦ୍ଧି କରୁଛନ୍ତି। ଏହାର ପ୍ରଭାବ ଖାଉଟିଙ୍କ ଉପରେ ପଡ଼ୁଥିବା ବେଳେ କେନ୍ଦ୍ର ସରକାର ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡ଼ିକ ପାଇଁ ବଡ଼ ଆଶ୍ବସ୍ତି ଆଣିଛନ୍ତି। କେନ୍ଦ୍ର ସରକାର ପେଟ୍ରୋଲ, ଡିଜେଲ ଏବଂ ବିମାନ ଇନ୍ଧନ ଉପରେ ରପ୍ତାନି ଶୁଳ୍କ ହ୍ରାସ କରିଛନ୍ତି। ପେଟ୍ରୋଲ ରପ୍ତାନି ଉପରେ ଲିଟର ପିଛା ୧ ଟଙ୍କା ୫୦ପଇସା ଶୁଳ୍କ ହ୍ରାସ କରିଥିବା ବେଳେ ଡିଜେଲ ରପ୍ତାନି ଉପରେ ଲିଟର ପିଛା ୧୩ ଟଙ୍କା ୫୦ ପଇସା ଶୁଳ୍କ ହ୍ରାସ ହୋଇଛି। ସେହିପରି ବିମାନ ଇନ୍ଧନ ପାଇଁ ଲିଟର ପିଛା ୯ ଟଙ୍କା ୫୦ ପଇସା ରପ୍ତାନି ଶୁଳ୍କ କମାଇ ଦିଆଯାଇଛି। ଏନେଇ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଏକ ବିଜ୍ଞପ୍ତି ଜାରି ହୋଇଛି। ଏହି ନୂଆ ନିୟମ ଜୁନ ୧ରୁ ଲାଗୁ ହେବ।
ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ହ୍ରାସ ପାଇବା ପରେ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି। ନୂଆ ନିୟମ ଜୁନ ୧ରୁ ଆସନ୍ତା ୧୫ ଦିନ ପାଇଁ କାର୍ଯ୍ୟକାରୀ ହେବ। ପ୍ରତି ଦୁଇ ସପ୍ତାହରେ ଥରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ଉପରେ ସମୀକ୍ଷା କରାଯାଉଛି। ତେବେ କେନ୍ଦ୍ର ସରକାରଙ୍କ ରପ୍ତାନି ଶୁଳ୍କ ହ୍ରାସର କୌଣସି ଫାଇଦା ସିଧାସଳଖ ଭାବେ ଖାଉଟି ପାଇବେ ନାହିଁ। ଅର୍ଥାତ ପେଟ୍ରୋଲ ଓ ଡିଜେଲ ଦର କମିବାର ସମ୍ଭାବନା ନାହିଁ। ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡ଼ିକ ସହୁଥିବା କ୍ଷତି ଲାଘବ କରିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ରପ୍ତାନି ଶୁଳ୍କ ହ୍ରାସ କରାଯାଇଛି। ତେବେ କ୍ରମାଗତ ଭାବେ ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡ଼ିକ ଯେଉଁଭଳି ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି କରୁଥିଲେ ବର୍ତ୍ତମାନ ସମୟ ପାଇଁ ଆଉ ଦର ବୃଦ୍ଧି କରି ନ ପାରନ୍ତି ବୋଲି କୁହାଯାଉଛି। ମଧ୍ୟପ୍ରାଚ୍ୟ ଯୁଦ୍ଧ ହେତୁ ଭାରତରେ ପେଟ୍ରୋଲ ଓ ଡିଜେଲ ଏବଂ ବିମାନ ଇନ୍ଧନ ଦର ବୃଦ୍ଧି ପାଇବାରେ ଲାଗିଛି। ମେ’ ୧୫ରୁ ୨୫ ମଧ୍ୟରେ ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡ଼ିକ ୪ଥର ପେଟ୍ରୋଲ, ଡିଜେଲ ଏବଂ ସିଏନ୍‌ଜି ଦର ବୃଦ୍ଧି କଲେଣି। ଏହାର ପ୍ରଭାବ ସିଧାସଳଖ ଭାବେ ଖାଉଟିଙ୍କ ଉପରେ ପଡ଼ୁଛି। ପରିବହନ ଖର୍ଚ୍ଚ ବଢ଼ିବା ହେତୁ ବିଭିନ୍ନ ସାମଗ୍ରୀର ଦରଦାମ ବୃଦ୍ଧି ପାଉଛି।

  • Related Posts

    ଜ୍ଞାନେଶଙ୍କୁ ହଟାଇବା ଦାବି: ବିରୋଧୀଙ୍କ ଶୋଭାଯାତ୍ରା; ଧାରଣାରେ ରାହୁଲ ଏବଂ ପ୍ରିୟଙ୍କା

    ନୂଆଦିଲ୍ଲୀ : ବିରୋଧୀ ଦଳ ନେତା ଏବଂ ସାଂସଦମାନେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ହଟାଇବା ଦାବି କରି ମଙ୍ଗଳବାର ସଂସଦରୁ ନିର୍ବାଚନ ଗୃହ ପର୍ଯ୍ୟନ୍ତ ଏକ ପଦଯାତ୍ରା ଆରମ୍ଭ କରିଛନ୍ତି। ଯୋଜନାବଦ୍ଧ ପଦଯାତ୍ରାକୁ ଦୃଷ୍ଟିରେ ରଖି, ଦିଲ୍ଲୀ ପୁଲିସ…

    Continue reading
    ନିଲମ୍ବନ ହେବେନି ସିଇସି ଜ୍ଞାନେଶ କୁମାର : ସୁପ୍ରିମକୋର୍ଟ

    ଭାରତର ନିର୍ବାଚନ କମିସନର ଅନ୍ୟ ଦୁଇ ନିର୍ବାଚନ କମିସନରଙ୍କ ସମ୍ମତି ବିନା ଏକପାଖିଆ ନିଷ୍ପତ୍ତି ନେବାର ଅଭିଯୋଗରେ ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କୁ ନିଲମ୍ବିତ କରିବା ପାଇଁ ସୁପ୍ରିମକୋର୍ଟ ଏକ ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶ ଜାରି କରିବାକୁ ମନା କରିଦେଇଛନ୍ତି। ଜ୍ଞାନେଶ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ