
ଦେବଗଡ଼:ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ବିକାଶ ଭବନ ସମ୍ମିଳନୀ କକ୍ଷରେ ଆଜି ପୋଷଣ ମାସ ପାଇଁ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଶିଶୁଙ୍କୁ ପୃଷ୍ଠିକର ତଥା ପୋଷଣ ଖାଦ୍ୟ ଯୋଗେଇ ଦେବା ସହ ଶିଶୁଙ୍କ ବିକାଶ ପାଇଁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାକୁ ଲୋକାଭିମୁଖୀ କରିବା ଏବଂ ଶିଶୁଙ୍କୁ କିପରି ସୁସ୍ଥ ରଖିବା ନିମନ୍ତେ ଅଙ୍ଗନବାଡି କେନ୍ଦ୍ର ଗୁଡିକରେ ପୃଷ୍ଟିକର ଖାଦ୍ୟ ଦିଆଯିବା ଉପରେ ଜିଲ୍ଲାପାଳ ଶ୍ରୀ ସାହୁ ଗୁରୁତ୍ବାରୋପ କରିଥିଲେ। ଡିଏସଡବ୍ଲୁଓ ସୁରତୀ ପ୍ରଧାନ ବୈଠକର ଉଦ୍ଦେଶ୍ୟ ସଂପର୍କରେ ସୂଚନା ଦେଇଥିଲେ।ବୈଠକରେ ଜିଲ୍ଲା ଶିକ୍ଷା ଅଧିକାରୀ ଗେନ୍ଦରା କୁଜୁର୍,ଜିଲ୍ଲା ମଙ୍ଗଳ ଅଧିକାରୀ ଶିଶିର ପୁହାଣ, ମିଶନଶକ୍ତି ଡିପିଏମ ଶିଶିର ଷଡ଼ଙ୍ଗୀ,ଜିଲ୍ଲା ସାମଜିକ ସୁରକ୍ଷା ଅଧିକାରୀ ଶ୍ରୀନିବାସ ଜାନିଙ୍କ ସମେତ ତିନି ବ୍ଲକର ସିଡିପିଓ ଓ ବିଭିନ୍ନ ଲାଇନ ଡିପାର୍ଟମେଣ୍ଟ ଅଧିକାରୀ ଉପସ୍ଥିତ ଥିଲେ।








