ପ୍ରତାପ ଷଡ଼ଙ୍ଗୀ ସବୁଠୁ ବଡ ନାଟ୍ୟକାର: ଜୟଦେବ

ଭୁବନେଶ୍ୱର: ସଂସଦ ଘଟଣାକୁ ନେଇ ବିଜେପି ଉପରେ ବାର୍ଷିଲେ କଂଗ୍ରେସ ନେତା ଜୟଦେବ ଜେନା। ସେ କହିଛନ୍ତି, ବିଜେପି ବ୍ୟାକଫୁଟରେ ଅଛି । ହାଇଡ୍ରାମା କରୁଛି ବିଜେପି । ପ୍ରତାପ ଷଡ଼ଙ୍ଗୀଙ୍କ ମୁଣ୍ଡ ଫାଟିଛି, ରକ୍ତ ବାହାରୁଛି କେହି ଦେଖିଲେନି। ଇଣ୍ଡିଆ ମେଣ୍ଟର ସାଂସଦମାନଙ୍କୁ ସଂସଦ ଭିତରକୁ ନଛାଡିବା ପାଇଁ ଏ ଯୋଜନା । କାରଣ ଇଣ୍ଡିଆ ମେଣ୍ଟର ସାଂସଦମାନେ ସଂସଦରେ ଧାରଣାରେ ବସିବେ । ତେଣୁ ଏମିତି ନାଟକ କରୁଛନ୍ତି । ରାହୁଲ ଗାନ୍ଧୀଙ୍କୁ ବିଭିନ୍ନ ଆଇନ ଜାଲରେ ଛନ୍ଦିବା ପାଇଁ ଏପରି ନାଟକ ବୋଲି କହିଛନ୍ତି ଜୟଦେବ। ସାଂସଦ ପ୍ରତାପ ଷଡ଼ଙ୍ଗୀ ଗଣନାଟ୍ୟର ସବୁଠୁ ବଡ ନାଟ୍ୟକାର ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା। ଆମ୍ବେଦକରଙ୍କୁ ନେଇ କେନ୍ଦ୍ର ଗୃହମନ୍ତ୍ରୀଙ୍କ ମନ୍ତବ୍ୟ ସହ ଡବଲ ଇଞ୍ଜିନ ସରକାରଙ୍କ ମନ୍ତବ୍ୟକୁ ଦେବାକୁ କେବେ ଗ୍ରହଣ କରିବେ ନାହିଁ । ମଲ୍ଲିକା ଅର୍ଜୁନ ଖଡଗେକୁ ମଧ୍ୟ ବିଜେପି ସାଂସଦମାନେ ହଇରାଣ କରୁଛି । ବିଜେପି ହିଂସାକୁ ବିଶ୍ୱାସ କରେ । ସଂସଦରେ ଗୁଣ୍ଡାଗର୍ଦ୍ଦି କରୁଛି ବିଜେପି । ବିଜେପି ଶାସନରେ ଅଛି ବୋଲି ଯାହା ପାରୁଛି ତାହା କରୁଛି । ହିଂସାକାଣ୍ଡ କରି ଅଶାନ୍ତ ପରିସ୍ଥିତି ସୃଷ୍ଟି କରୁଛି । ସତ ସାମ୍ନାକୁ ଆସିବ । ଲୋକେ ବିଜେପିକୁ ଜାଣି ସାରିଲେଣି ବୋଲି କହିଛନ୍ତି ଜୟଦେବ ଜେନା ।

  • Related Posts

    ପଶ୍ଚିମବଙ୍ଗ ନିର୍ବାଚନ ପ୍ରଚାରରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ

    ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପଶ୍ଚିମବଙ୍ଗରେ ବିଜେପି ପାଇଁ ନିର୍ବାଚନ ପ୍ରଚାରରେ ସାମିଲ ହୋଇଛନ୍ତି। ଆଜି ମୁଖ୍ୟମନ୍ତ୍ରୀ ଦିନିକିଆ ପଶ୍ଚିମବଙ୍ଗ ଗସ୍ତରେ ଯାଇ ବୀରଭୂମ ଜିଲ୍ଲାର ଚାରି ଜଣ ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର ଦାଖଲରେ ସାମିଲ ହୋଇଥିଲେ। ଏହି ଅବସରରେ ବୀରଭୂମ…

    Continue reading
    ପଶ୍ଚିମବଙ୍ଗରେ ପ୍ରଚାର ମଇଦାନରେ ମୋହନ ମାଝୀ

    ଭୁବନେଶ୍ୱର: ପଶ୍ଚିମବଙ୍ଗ ପ୍ରଚାର ମଇଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପଶ୍ଚିମବଙ୍ଗରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ନିର୍ବାଚନ ରାଲି ଓ ପ୍ରଚାର ସଭାକୁ ସମ୍ୱୋଧିତ କରି ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ । ପୂର୍ବରୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ