ନୂଆଦିଲ୍ଲୀ: ଜେପିସିକୁ ମନୋନୀତ ହେଲେ ରାଜ୍ୟସଭା ବିଜେଡି ସାଂସଦ ମାନସ ମଙ୍ଗରାଜ । ମାନସଙ୍କ ସହ ୧୨ ରାଜ୍ୟସଭା ସଦସ୍ୟ ଯୁଗ୍ମ ସଂସଦୀୟ କମିଟିକୁ ମନୋନୀତ ହୋଇଛନ୍ତି । ୧୨ ଜଣ ସାଂସଦ ହେଲେ ମାନସ ମଙ୍ଗରାଜ, ଘନଶ୍ୟାମ ତିୱାରୀ, ଭୁବନେଶ୍ଵର କଲିତା, ଡ. କେ ଲକ୍ଷ୍ମଣ, କବିତା ପଟିଦାର, ସଂଜୟ ଝା, ରଣଦୀପ ସିଂହ ସୂର୍ୟ୍ୟେୱାଲା, ମୁକୁଲ ୱାସନିକ, ସକେତ ଗୋଖଲେ, ପି. ୱିଲସନ, ସଂଜୟ ସିଂହ ଏବଂ ଭି. ବିଜୟସାଇ ରେଡ୍ଡୀ । ଏକ ଦେଶ ଏକ ନିର୍ବାଚନ ବିଲ ପାଇଁ ଗଠିତ ହୋଇଛି ୩୯ ଜଣିଆ ଜେପିସି ।
ଇପସିତାଙ୍କୁ ଉଠାଇ ନେଲା ପୁଲିସ
ଭୁବନେଶ୍ୱର: ରମାଦେବୀ ଛାତ୍ର ସଂସଦ ନିର୍ବାଚନ ପରିପ୍ରେକ୍ଷୀରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ବିସିଜେଡି ସଭାନେତ୍ରୀ ଇପସିତା ସାହୁଙ୍କୁ ପୁଲିସ ଉଠାଇ ନେଇଛି ।ଇପସିତା ସାହୁଙ୍କୁ ନାମରେ ଥାନାରେ ଅଭିଯୋଗ ହୋଇଥିଲା । ତେବେ ତାଙ୍କୁ…







