ରାଜ୍ୟ ରାଜଧାନୀରେ ବିଜେପି-କଂଗ୍ରେସର ଗର୍ଜନ

ଭୁବନେଶ୍ୱର: ସଂସଦରେ ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀଙ୍କ ଉପରେ ହୋଇଥିବା ଆକ୍ରମଣକୁ ନେଇ ଦେଶର ରାଜଧାନୀ ନୂଆଦିଲ୍ଲୀରେ ହୋଇଛି ହଙ୍ଗାମା। ମୁହାଁମୁହିଁ ହୋଇଛନ୍ତି କଂଗ୍ରେସ ଓ ବିଜେପି ସାଂସଦ। ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କ ନାଁରେ ଥାନାରେ ହୋଇଛି ଏତଲା। ଦେଶର ରାଜଧାନୀରେ ହୋଇଥିବା ହଙ୍ଗାମାକୁ ନେଇ ରାଜ୍ୟ ରାଜଧାନୀ ଭୁବନେଶ୍ୱର ରାଜନୀତି ଉଷ୍ମ ହୋଇଛି। ରାହୁଲ ଗାନ୍ଧିଙ୍କ ଆକ୍ରମଣକୁ ବିରୋଧ କରି ବିଜେପି ଓ ଅମିତ ଶାହଙ୍କ ବୟାନକୁ ନିନ୍ଦା କରି କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇଛନ୍ତି।

ଆଜି ସଂସଦରେ ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କୁ ରାହୁଲ ଗାନ୍ଧି ଧକ୍କା ମାରିଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ରାଜଧାନୀ ଭୁବନେଶ୍ୱରରେ ଅସନ୍ତୋଷ ପ୍ରକାଶ ପାଇଛି। ରାହୁଲ ଗାନ୍ଧିଙ୍କ ଏପରି କାର୍ଯ୍ୟକୁ ନିନ୍ଦା କରିଛି ବିଜେପି ଯୁବ ମୋର୍ଚ୍ଚା। ଅପରାହ୍ନ ପ୍ରାୟ ସାଢ଼େ ୪ଟା ବେଳେ ଯୁବ ମୋର୍ଚ୍ଚାର କର୍ମକର୍ତ୍ତାମାନେ ମାଷ୍ଟରକ୍ୟାଣ୍ଟିନ୍ରେ ଏକତ୍ର ହୋଇଥିଲେ। ପରେ ବିଶାଳ ଶୋଭାଯାତ୍ରାରେ ବିଧାନସଭା ଅଭିମୁଖେ ଯାଇଥିଲେ। ସେଠାରେ ରାହୁଲ୍ ଗାନ୍ଧିଙ୍କ କୁଶପୁତ୍ତଳିକା ଦାହ କରିଥିଲେ। ରାହୁଲ୍ ଗାନ୍ଧି ମୁର୍ଦ୍ଦାବାଦ ଓ ରାହୁଲ ଗାନ୍ଧି ଛି ଛି ରେ କମ୍ପିଥିଲା ଜନପଥ।

ଆକ୍ରମଣ ନେଇ ବିଜେପି ଯୁବ ମୋର୍ଚ୍ଚା ସଭାପତି ଅଭିଳାଶ ପଣ୍ଡା କହିଛନ୍ତି, ଗୃହମନ୍ତ୍ରୀ ଅମିତ ଶାହଙ୍କ ବୟାନ୍ର ପୂର୍ବା ପର ପ୍ରସଙ୍ଗକୁ ନରଖି କାଟିକୁଟି ଦେଶରେ ଗୋଟିଏ ଅପପ୍ରଚାର କରାଯାଉଛି। ବାବା ସାହେବ ଆମ୍ୱେଦକରଙ୍କ ପ୍ରତି ଯେଉଁମାନେ ଦୀର୍ଘ ସମୟଧରି ଅସମ୍ମାନ ପ୍ରଦର୍ଶନ କରିଆସିଛନ୍ତି, ସେହି କଂଗ୍ରେସ ଆଜି ନିଜର ରାଜନୈତିକ ରୁଟି ସେକିବା ପାଇଁ ଦେଶର ଅଖଣ୍ଡତାକୁ ବିଭାଜନ କରିବାକୁ ଷଡଯନ୍ତ୍ରକାରୀତତ୍ତ୍ୱଙ୍କ ଏଜେଣ୍ଟ ହିସାବରେ କାମ କରୁଛନ୍ତି। ଆଜି ସବୁ ସୀମା ଲଙ୍ଘି ଯାଇଛି କଂଗ୍ରେସ। ରାହୁଲ ଗାନ୍ଧି ଦେଶର ସଂସଦରେ ସରକାରୀ ଦଳର ସାଂସଦଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି। ଜଣେ ପୂର୍ବତନ କେନ୍ଦ୍ରମନ୍ତ୍ର ତଥା ସାଂସଦଙ୍କ ମୁଣ୍ଡ ଫାଟି ସଂସଦରେ ରକ୍ତ ପଡ଼ିଛି। ଏହା ନିନ୍ଦନୀୟ ଘଟଣା। ଏହା କେବେ ହେଲେ ଗ୍ରହଣ ଯୋଗ୍ୟ ନୁହେଁ। ସମଗ୍ର ଦେଶବାସୀଙ୍କ ଆଗରେ ରାହୁଲ ଗାନ୍ଧି କ୍ଷମା ନମାଗିଲେ, ଆଗାମୀ ଦିନରେ ଓଡ଼ିଶାରେ ତାଙ୍କୁ ପାଦ ରଖିବାକୁ ଦେବୁନାହିଁ ବୋଲି ଶ୍ରୀ ପଣ୍ଡା ଚେତାବନୀ ଦେଇଛନ୍ତି।

ବିଜେପି ଶୋଭାଯାତ୍ରା ପରେ ମାଷ୍ଟରକ୍ୟାଣ୍ଟିନ୍ ଛକରେ ହୋଇଥିଲେ କଂଗ୍ରେସ ଯୁବ ମୋର୍ଚ୍ଚା। ଛାତ୍ର କଂଗ୍ରେସ ନେତା ସୟିଦ୍ ୟାଶିର ନୱାଜଙ୍କ ନେତୃତ୍ୱରେ ଶତାଧିକ ଯୁବ ମୋର୍ଚ୍ଚା କର୍ମକର୍ତ୍ତା ବିଶାଳ ଶୋଭାଯାତ୍ରାରେ ବିଧାନସଭା ଅଭିମୁଖେ ଯାଇଥିଲେ। ତେବେ ରାସ୍ତାରେ ପୁଲିସ୍ ସେମାନଙ୍କୁ ଅଟକାଇ ଥିଲା। ସେଠାରେ ପୁଲିସ୍ ଓ କଂଗ୍ରେସ ଯୁବ ମୋର୍ଚ୍ଚା କର୍ମକର୍ତ୍ତାଙ୍କ ଭିତରେ ଠେଲାପେଲା ହୋଇଥିଲା। ଏଥିରେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ଅନନ୍ତ ସେଠୀଙ୍କ ଭେଟ୍ରାନ୍ ନେତାମାନେ ସାମିଲ୍ ହୋଇଥିଲେ। ଗୃହମନ୍ତ୍ରୀ ଅମିତ ଶାହଙ୍କ ବୟାନ୍କୁ ସମସ୍ତେ ନିନ୍ଦା କରିଥିଲେ। ବାବା ସାହେବ ଆମ୍ୱେଦକରଙ୍କ ବିରୋଧରେ ଦେଇଥିବା ମନ୍ତବ୍ୟ ପାଇଁ ଶାହ ଦେଶବାସୀଙ୍କ ଆଗରେ କ୍ଷମା ମାଗନ୍ତୁ ବୋଲି କଂଗ୍ରେସ ଦାବି କରିଥିଲା।

ଏ ନେଇ ଜୟଦେବ ଜେନା କହିଛନ୍ତି, ଆଜିର ଘଟଣାକୁ ଗୋଟିଏ ହାଇଭୋଲ୍ଟେଜ୍ ଡ୍ରାମା କରିଛି ବିଜେପି ଓ ଏନ୍ଡିଏ ମେଣ୍ଟ। ଅମିତ ଶାହଙ୍କୁ ସୁରକ୍ଷା ଦେବା ପାଇଁ ଏହି ଡ୍ରାମା କରାଯାଇଛି। ଦେଶର ୧୫୦ କୋଟି ଜନତା ଚାହୁଁଛନ୍ତି ଅମିତ ଶାହ ନିସର୍ତ୍ତ କ୍ଷମା ପ୍ରାର୍ଥନା କରନ୍ତୁ। କାରଣ ସେ ସମ୍ୱିଧାନ ପ୍ରଣେତା ବାବା ସାହେବ ଆମ୍ୱେଦକରଙ୍କୁ ଲାଞ୍ଛିତ ଓ ଅପମାନିତ କରିଛନ୍ତି। ତାଙ୍କ ନାଁ ଲୋପ୍ କରିଦେବା ପାଇଁ ଉଦ୍ୟମ କରିଛନ୍ତି ବୋଲି ଶ୍ରୀ ଜେନା କହିଛନ୍ତି।

  • Related Posts

    ଜେନ୍‌-ଜିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ; ବାହ୍ୟଶକ୍ତିରୁ ଦୂରେଇ ରୁହ

    ଭୁବନେଶ୍ୱର: ରାଜ୍ୟବ୍ୟାପୀ ଆୟୋଜିତ ହେଉଛି ଘରେ ଘରେ ତ୍ରିରଙ୍ଗା ଅଭିଯାନ। ଆଜି ଠାରୁ ଅଗଷ୍ଟ ୧୭ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେଉଛି ତ୍ରିରଙ୍ଗା ଅଭିଯାନ। ରାଜଧାନୀ ଭୁବନେଶ୍ୱର ଠାରୁ ଆରମ୍ଭ କରି ବ୍ଲକ ଓ ପଞ୍ଚାୟତ ସ୍ତର ଯାଏଁ “ଘରେ ଘରେ…

    Continue reading
    ଚିନି ଦର ଗ୍ରାହକଙ୍କ ଚିନ୍ତା ବଢ଼ାଇଲାଣି

    ଭୁବନେଶ୍ବର : ପାର୍ବଣ ପୂର୍ବରୁ ଚିନି ଦର ଗ୍ରାହକଙ୍କ ଚିନ୍ତା ବଢ଼ାଇଲାଣି। ଗତ ମାସକ ମଧ୍ୟରେ ଚିନି ଦର କ୍ବିଣ୍ଟାଲ ପିଛା ପ୍ରାୟ ୫୦୦ରୁ ୭୦୦ ଟଙ୍କା ପର୍ଯ୍ୟନ୍ତ ବଢ଼ିଗଲାଣି । ଦିଲ୍ଲୀରେ କିଲୋଗ୍ରାମ ପିଛା ଚିନି ଦର ୪୯ ଟଙ୍କାରେ,…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ