ପ୍ରତି ପଞ୍ଚାୟତରେ ହେବ ଗୋଟିଏ ମଡେଲ ସ୍କୁଲ

ଭୁବନେଶ୍ବର : ରାଜ୍ୟସ୍ତରୀୟ ଗୁରୁ ଦିବସ ଉତ୍ସବରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି, ପ୍ରତି ପଞ୍ଚାୟତରେ ଗୋଟିଏ ମଡେଲ ସ୍କୁଲ ହେବ । ବେସରକାରୀ ସ୍କୁଲକୁ ଟପିବ ସରକାରୀ ସ୍କୁଲ । ୬୭୯୪ ପଂଚାୟତରେ ହେବ ମଡେଲ ସ୍କୁଲ । ପ୍ରଥମ ପର୍ୟ୍ୟାୟରେ ୮ଶହ ମଡେଲ ସ୍କୁଲ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏଥିସହ ଶିକ୍ଷା ବଜେଟରେ ବୃଦ୍ଧି କରାଯାଇଛି ।ଜାତୀୟ ଶିକ୍ଷାନୀତିକୁ ଲାଗୁ କରିବାକୁ କାର୍ୟ୍ୟ କରାଯାଇଛି । ଶିକ୍ଷା ନୀତି ଲାଗୁ ପରେ ପିଲାମାନଙ୍କ ଆବଶ୍ୟକତା ପୂରଣ ହେବ । ପୂର୍ବରୁ ଶିକ୍ଷା ପରେ ଚାକିରି ନ ଥିଲା । କିନ୍ତୁ ଏବେ ପାଠ ପରେ ଚାକିରି ମିଳିବ । ଦକ୍ଷତା ବୃଦ୍ଧି ହେବ । ଆତ୍ମନିର୍ଭଶୀଳ ହେବେ ଛାତ୍ରଛାତ୍ରୀ। ପ୍ରାରମ୍ଭିକ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ନୂଆ ଶିକ୍ଷା ନୀତିରେ ଅଛି । କେନ୍ଦ୍ର ସରକାରଙ୍କ ସହ ଏମଓୟୁ ହୋଇଛି । ୪୬୨ସ୍କୁଲ ମିଳିଛି । ଅତ୍ୟାଧୁନିକ ଶିକ୍ଷା ପାଇ ପାରିବେ । ଶିଶୁ ବାଟିକା ୩ ଲାଗୁ ହୋଇଛି । ଅଷ୍ଟମ ପରିବର୍ତ୍ତେ ନବମ ଦଶମ ପିଲାଙ୍କୁ ବି ମଧ୍ୟାହ୍ନ ଭୋଜନ ଦିଆଗଲା । ସିଏମ୍ ପୋଷଣ ମାଧ୍ୟମରେ ମଧ୍ୟାହ୍ନ ଭୋଜନ ବଣ୍ଟନ କରାଯାଉଛି । ମାଗଣା ପୁସ୍ତକ ବି ଦିଆଯାଉଛି ।ଶିକ୍ଷକ ଅଭାବ ରହିଥିଲା। ୧୬ ହଜାର ୯ ଶିକ୍ଷକ ନିଯୁକ୍ତି କରାଗଲା । ଶିକ୍ଷକଙ୍କ ଦରମା ବୃଦ୍ଧି, ପାଚିକାଙ୍କ ଦରମା ୨ ହଜାରରୁ ୩ ହଜାର କରାଗଲା। ଶିକ୍ଷକ ଠିକା ନିଯୁକ୍ତି ଉଚ୍ଛେଦ କରିବାକୁ ନିଷ୍ପତ୍ତି ହୋଇଛି । ଏବେ ଶିକ୍ଷକ ରେଗୁଲାର ପୋଷ୍ଟିଂ ହେବେ । ୩୧ହଜାର କୋଟି ଶିକ୍ଷା ବଜେଟ ରହିଛି । ପୂର୍ବାପେକ୍ଷା ୧୮ପ୍ରତିଶତ ଅଧିକ କରାଯାଇଛି । ଘରେ କେହି ରହିବେ ନାହିଁ । ସବୁ ସ୍କୁଲ ଯାଇ ପାଠ ପଢିବେ । ଏହି ନୀତିକୁ କେନ୍ଦ୍ର ବି ପ୍ରଶଂସା କରିଛି । ଗୋଟିଏ ପଂଚାୟତରେ ଗୋଟିଏ ମଡେଲ ସ୍କୁଲ ହେବ । ବେସରକାରୀ ସ୍କୁଲକୁ ଟପିବ ସରକାରୀ ସ୍କୁଲ । ୬୭୯୪ ପଂଚାୟତରେ ହେବ ସ୍କୁଲ । ପ୍ରଥମ ପର୍ୟ୍ୟାୟରେ ୮ ଶହ ମଡେଲ ସ୍କୁଲ କରିବାକୁ ନିଷ୍ପତ୍ତି ନିଆଯାଇଛି। କଞ୍ଜୁସି ହେବ ନାହିଁ । ରାଜ୍ୟ ଓ ଦେଶର ବିକାଶରେ ସହାୟକ ହେବେ ଛାତ୍ରଛାତ୍ରୀ। ଏହି ଆହ୍ବାନକୁ ସୁଯୋଗରେ ସମସ୍ତେ ପରିଣତ କରିବେ ବୋଲି ଗଣଶିକ୍ଷା ମନ୍ତ୍ରୀ ଆଶା ପ୍ରକଟ କରିଛନ୍ତି।

  • Related Posts

    ରାଜ୍ୟପାଳଙ୍କ ଠାରୁ ଆରମ୍ଭ ହେଲା ସ୍ଵଗଣନା

    ଭୁବନେଶ୍ୱର: ରାଜ୍ୟରେ ଆଜିଠାରୁ ଆରମ୍ଭ ହୋଇଛି ଡିଜିଟାଲ ଜନଗଣନା । ଏଣିକି ଘରେ ବସି ନିଜେ କରି ପାରିବେ ସ୍ଵ-ଜନଗଣନା। ପ୍ରଥମ ପର୍ଯ୍ୟାୟରେ ରାଜ୍ୟପାଳଙ୍କ ଠାରୁ ଆରମ୍ଭ ହୋଇଛି ସ୍ଵ-ଜନଗଣନା । ରାଜ୍ୟପାଳ ନିଜ ମୋବାଇଲରୁ ଲଗିନ କରି ଜନଗଣନା କରିଛନ୍ତି।…

    Continue reading
    ଉତ୍କଳ ଦିବସରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚିଠି

    ଭୁବନେଶ୍ୱର : ଉତ୍କଳ ଦିବସରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚିଠି। ୪ ପୃଷ୍ଠାର ଚିଠି ଲେଖିଛନ୍ତି ପିଏମ୍। ଓଡ଼ିଆ ଅସ୍ମିତା, ସମୃଦ୍ଧ ପରମ୍ପରା ଓ ମନମୁଗ୍ଧକର ଐତିହ୍ୟର କଥା ଉଲ୍ଲେଖ ରହିଛି। ବିଜୁ ବାବୁଙ୍କ ସାହାସିକତାକୁ ଭୁରି ଭୁରି ପ୍ରଶଂସା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ