ପ୍ରମିଳା ମଲ୍ଲିକଙ୍କୁ ନୋଟିସର ଜବାବରେ ଚେତାବନୀ ଦେଲେ ବିଧାୟକ, ନୋଟିସ୍‌ ପ୍ରତ୍ୟାହାର ନକଲେ ଫୌଜଦାରୀ ମାମଲା

ଭୁବନେଶ୍ୱର,20।03।2026: ୧୭ତାରିଖରେ ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ କରିଥିବା ବିଜେଡି ଦଳର ୬ଜଣ ବିଧାୟକଙ୍କୁ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ନୋଟିସ ଜାରି କରିଛନ୍ତି। ରାଜ୍ୟସଭା ନିର୍ବାଚନରେ କ୍ରସଭୋଟିଂ କରିଥିବା ୬ ଜଣ ବିଧାୟକ କାରଣ ଦର୍ଶାଅ ନୋଟିସର ଜବାବ ରଖିଛନ୍ତି। ବିଧାୟକ ଚକ୍ରମଣି କହଁର, ନବକିଶୋର ମଲ୍ଲିକ, ସୌଭିକ ବିଶ୍ୱାଳ, ସୁଭାଷିନୀ ଜେନା, ରମାକାନ୍ତ ଭୋଇ ଓ ଦେବୀରଞ୍ଜନ ତ୍ରିପାଠୀଙ୍କୁ ନୋଟିସ ହୋଇଥିଲା। ଏନେଇ ସେମାନେ ପ୍ରମିଳାଙ୍କୁ ଚେତାବନୀମୂଳକ ଜବାବ ରଖିଛନ୍ତି। ଉକ୍ତ କାରଣ ଦର୍ଶାଅ ନୋଟିସରେ ପ୍ରମିଳା ନିର୍ବାଚନ ଆୟୋଗର ନିର୍ଦ୍ଦେଶନାମା, ସୁପ୍ରିମକୋର୍ଟଙ୍କ ରାୟର ଉଲ୍ଲଙ୍ଘନ କରିଛନ୍ତି ବୋଲି ଲେଖିଛନ୍ତି ବିଧାୟକ। ଏଥିପାଇଁ ତାଙ୍କ ନାଁରେ ଫୌଜଦାରୀ ମାମଲା ହୋଇପାରେ ବୋଲି ଚେତାବନୀ ଦେଇଛନ୍ତି। ଏଥିସହ ରାଜ୍ୟସଭା ନିର୍ବାଚନରେ ଜାରି ହୋଇଥିବା ହ୍ୱିପକୁ ନେଇ କହିଛନ୍ତି ଯେ, ରାଜ୍ୟସଭା ନିର୍ବାଚନରେ ଦଳୀୟ ହ୍ବିପ୍‌ କାମ କରେ ନାହିଁ। ହ୍ବିପ୍‌ ଜାରି କରି ସେ ବେଆଇନ କାର୍ଯ୍ୟ କରିଛନ୍ତି। ଭୋଟ୍‌ ଦେବା ପାଇଁ କହିବା ଓ ବିରତ ପାଇଁ ପ୍ରବର୍ତ୍ତାଇବା ଏକ ଦଣ୍ଡନୀୟ ଅପରାଧ। ଏଥିପାଇଁ ଭାରତୀୟ ନ୍ୟାୟ ସଂହିତାର ଧାରା-୧୭୧ ଅନୁଯାୟୀ ବର୍ଷେ ଜେଲ୍‌ ଦଣ୍ଡର ମଧ୍ୟ ପ୍ରାବଧାନ ରହିଛି ବୋଲି ଲେଖିଛନ୍ତି ବିଧାୟକ। ଏଥିପାଇଁ ତାଙ୍କ ବିରୋଧରେ ଫୌଜଦାରୀ ମାମଲା କରିବାକୁ ଉକ୍ତ ଚିଠି ମାଧ୍ୟମରେ ଚେତାବନୀ ଦେଇଛନ୍ତି। ଏହାସହ ତୁରନ୍ତ କାରଣ ଦର୍ଶାଅ ନୋଟିସ୍‌ ପ୍ରତ୍ୟାହାର କରିବାକୁ ଚେତାବନୀ ଦେବା ସହ ପ୍ରତ୍ୟାହାକ ନକଲେ ମାମଲା ସାମ୍ନା କରିବାକୁ ଚେତାଇଛନ୍ତି ୬ଜଣ ବିଧାୟକ।
ରାଜ୍ୟସଭା ନିର୍ବାଚନ ପରେ ବିରୋଧୀ ବିଜୁ ଜନତା ଦଳ କ୍ରସ ଭୋଟିଂ କରିଥିବା ୬ଜଣ ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲା। ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ୬ଜଣ ବିଧାୟକଙ୍କୁ ନୋଟିସ ଜାରି କରିଥିଲେ। ସେମାନଙ୍କୁ ଆଜି ଶୁକ୍ରବାର ଭିତରେ ଏନେଇ ଉତ୍ତର ରଖିବାକୁ କୁହାଯାଇଥିଲା।

  • Related Posts

    ବନ୍ଦ ହେଲା ବିଧାନସଭା: ବର୍ଷିଲା ବିଜେଡି

    ଭୁବନେଶ୍ବର: ରାତି ଆଧରେ ଆକସ୍ମିକ ବନ୍ଦ ହେଲା ବିଧାନସଭା । ଶେଷ କାର୍ୟ୍ୟ ଦିବସ ପୂର୍ବରୁ ଗୃହ କାର୍ୟ୍ୟ ବନ୍ଦ । ବିଧାନସଭାକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି । ଏଭଳି ହଠାତ୍ ବନ୍ଦ ନେଇ ରାଜ୍ୟ…

    Continue reading
    କ୍ଷମା ମାଗିଲେ ନିଶିକାନ୍ତ ଦୁବେ: କ’ଣ କହିଲେ ଜାଣନ୍ତୁ

    ନୂଆଦିଲ୍ଲୀ : ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତି ଅପମାନଜନକ ମନ୍ତବ୍ୟ ପ୍ରସଙ୍ଗକୁ ନେଇ ଆଜି କ୍ଷମା ମାଗିଛନ୍ତି ନିଶିକାନ୍ତ ଦୁବେ। ସୋସିଆଲ ମିଡିଆରେ ପୋଷ୍ଟ କରି ସେ କ୍ଷମା ପ୍ରାର୍ଥନା କରିଛନ୍ତି। ଏବଂ କହିଛନ୍ତି ବିଜୁ ବାବୁଙ୍କୁ ନେଇ ଦେଇଥିବା ବୟାନ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ