
କଟକ:ବାରବାଟୀରେ ଫର୍ମକୁ ଫେରିଛନ୍ତି ରୋହିତ । ଦୀର୍ଘଦିନ ଧରି ଖରାପ ଫର୍ମ ଦେଇ ଗତି କରୁଥିବା ରୋହିତ ଶେଷରେ ଫର୍ମ ଫେରି ପାଇଛନ୍ତି । ବର୍ଡର ଗାଭାସ୍କର ଟ୍ରଫି ଏବଂ ପରେ ରଣଜୀରେ ମଧ୍ୟ ଫ୍ଲପ ହୋଇଥିଲେ ରୋହିତ । ଯେଉଁ କାରଣରୁ ସେ ଅବସର ନେବେ ବୋଲି ଏକ ଚର୍ଚ୍ଚା ହେଉଥିଲା । ଯଦିଓ ସେହି ସମୟରେ ରୋହିତ କହିଥିଲେ କି, ସେ ଏକ ଖରାପ ଫର୍ମ ଦେଇ ଗତି କରୁଛନ୍ତି ତାହା ଆଗକୁ ରହିନପାରେ । ଯାହା ଆଜି ସେ କଟକରେ କରି ଦେଖାଇଛନ୍ତି । ତେବେ ଚାମ୍ପିୟନ୍ସ ଟ୍ରଫି ପୂର୍ବରୁ ରୋହିତଙ୍କ ଦମଦାର ବ୍ୟାଟିଂ ଭାରତୀୟ କ୍ରିକେଟ ପ୍ରେମୀଙ୍କ ମନରେ ବେଶ ଉତ୍ସାହ ଭରିଛି ।




