
ଜୀବନଜ୍ୟୋତି ମହାବିଦ୍ୟାଳୟର ୩୦ରୁ ଊର୍ଦ୍ଧ୍ୱ ସ୍ୱେଚ୍ଛାସେବୀଙ୍କ ଯୋଗଦାନ
ରାଇକିଆ: ରକ୍ତଦାନ ମହତ୍ ଦାନ। ରକ୍ତଦାନ ମାଧ୍ୟମରେ ଅନ୍ୟର ଜୀବନ ରକ୍ଷା କରିବା ସହ ମାନବିକତାର ପରିଚୟ ଦେଇହୁଏ। ଏହି ମହତ୍ ଉଦ୍ଦେଶ୍ୟ ନେଇ ଫୁଲବାଣୀଠାରେ ଅନୁଷ୍ଠିତ ‘ସେବା ସଂକଳ୍ପ’ ରକ୍ତଦାନ ଶିବିରରେ କନ୍ଧମାଳ ଲୋକପ୍ରିୟ ସାଂସଦ ଶ୍ରୀ ସୁକାନ୍ତ କୁମାର ପାଣିଗ୍ରାହୀଙ୍କ ଆଗ୍ରହକ୍ରମେ ରାଇକିଆସ୍ଥିତ ଜୀବନଜ୍ୟୋତି ମହାବିଦ୍ୟାଳୟର ୩୦ରୁ ଊର୍ଦ୍ଧ୍ୱ ସ୍ୱେଚ୍ଛାସେବୀ ଯୋଗଦେଇଥିଲେ।ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା (ଏନ୍ଏସ୍ଏସ୍) ୟୁନିଟ୍-୧, ବାଳକ ୟୁନିଟ୍-୨ ଏବଂ ରେଡ୍କ୍ରସ୍ର ସ୍ୱେଚ୍ଛାସେବୀମାନେ ଏହି ଶିବିରରେ ସାମିଲ ହୋଇ ରକ୍ତଦାନ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। ଯୁବପିଢ଼ିଙ୍କ ଏହି ଅଂଶଗ୍ରହଣ ସମାଜ ପ୍ରତି ସେମାନଙ୍କ ଦାୟିତ୍ୱବୋଧ, ସେବା ମନୋଭାବ ଓ ମାନବିକତାର ପରିଚୟ ଦେଇଥିଲା। ଏହି କାର୍ଯ୍ୟକ୍ରମରେ ରାଇକିଆ ମଣ୍ଡଳ ଭାଜପା ଯୁବମୋର୍ଚ୍ଚା ସଭାପତି ଧରଣୀଧର କହଁର, ରାଇକିଆ ମଣ୍ଡଳ ଭାଜପା ସାଧାରଣ ସମ୍ପାଦକ ସନକ ଦିଗଳ ଏବଂ ଜୀବନଜ୍ୟୋତି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ଅଧ୍ୟାପକ ବେଣୁପାଣି ମହାପାତ୍ର ନେତୃତ୍ୱ ନେଇଥିଲେ।ଏଭଳି ରକ୍ତଦାନ ଶିବିର ଯୁବପିଢ଼ିଙ୍କୁ ସାମାଜିକ ସେବା ପ୍ରତି ଉତ୍ସାହିତ କରିବା ସହ ରକ୍ତଦାନର ମହତ୍ତ୍ୱ ସମ୍ପର୍କରେ ସଚେତନତା ବୃଦ୍ଧି କରିବାରେ ସହାୟକ ହୋଇଛି।
ରିପୋର୍ଟର: ଦ୍ୟୁତିକୃଷ୍ଣ ପଣ୍ଡା








