ଫୁଲୁଛି ସୁବର୍ଣ୍ଣରେଖା

ବାଲେଶ୍ବର: ସୁବର୍ଣ୍ଣରେଖା ନଦୀର ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଇବା ପରେ ଉପକୂଳ ତଥା ତଳିଆ ଅଞ୍ଚଳରେ ବନ୍ୟା ଭୟ ଘନେଇବାରେ ଲାଗିଛି । ନଦୀରେ ଜଳସ୍ତର ବୃଦ୍ଧି ପାଉଥିବାରୁ ଜିଲ୍ଲାର ଚାରୋଟି ପ୍ରମୁଖ ବ୍ଲକ ବସ୍ତା, ବାଲିଆପାଳ, ଜଳେଶ୍ୱର ଓ ଭୋଗରାଇର ଲୋକମାନେ ଘୋର ଅସୁବିଧାର ସମ୍ମୁଖୀନ ହେବା ସହ ଭୟଭୀତ ଅବସ୍ଥାରେ ରହିଛନ୍ତି ।
ଗତକାଲି ପାଗ ଶୁଖିଲା ଥିବା ବେଳେ ଆଜି ଲଘୁଚାପ ପ୍ରଭାବରେ ସକାଳୁ ପୁଣି ପ୍ରବଳ ବର୍ଷା ଆରମ୍ଭ ହୋଇଛି । ଫଳରେ ଉପରମୁଣ୍ଡ ଓ ତଳମୁଣ୍ଡରେ ଜଳସ୍ତର ଆହୁରି ବଢ଼ି ବନ୍ୟା ପରିସ୍ଥିତି ସଂଗୀନ ହେବାର ଆଶଙ୍କା କରାଯାଉଛି । ପ୍ରଶାସନିକ ସ୍ତରରେ ଏଥିପାଇଁ ତଳିଆ ଅଞ୍ଚଳର ଲୋକମାନଙ୍କୁ ସ୍ଥାନାନ୍ତର କରିବାର ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଓଡ୍ରାଫ, ଏନଡିଆରଏଫ, ଅଗ୍ନିଶମ ବିଭାଗର ଟିମ୍‌ ବନ୍ୟାଞ୍ଚଳରେ ସଜାଗ ରହିଛନ୍ତି ।
ବାଲିଆପାଳ ବ୍ଲକ ଅନ୍ତର୍ଗତ ବିଷ୍ଣୁପୁରା ପଞ୍ଚାୟତରେ ବନ୍ୟାଜଳ ପ୍ରବେଶ କରିସାରିଛି । ଗାଁର ମୁଖ୍ୟ ରାସ୍ତା ଉପରେ ପ୍ରାୟ ଦୁଇ ଫୁଟ ଉଚ୍ଚର ପାଣି ପ୍ରବାହିତ ହେଉଥିବା ଦେଖିବାକୁ ମିଳିଛି, ଯାହାଫଳରେ ଗମନାଗମନ ବାଧାପ୍ରାପ୍ତ ହୋଇଛି । ଗ୍ରାମର ଅନେକ ଲୋକ ଏବେ ଜଳବନ୍ଦୀ ଅବସ୍ଥାରେ ରହିଥିବା ସୂଚନା ମିଳିଛି । ଘରଦ୍ୱାର ଓ ଚାଷ ଜମିରେ ପାଣି ଜମି ରହିବାରୁ ସାଧାରଣ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି ।

ଅନ୍ୟପଟେ ନଦୀବନ୍ଧର ସୁରକ୍ଷା ଓ ସ୍ଥାୟିତ୍ୱକୁ ନେଇ ସ୍ଥାନୀୟ ବାସିନ୍ଦା ଗଭୀର ଉଦବେଗ ପ୍ରକାଶ କରିଛନ୍ତି । ବନ୍ଧ ଦୁର୍ବଳ ଥିବା କିଛି ସମ୍ବେଦନଶୀଳ ସ୍ଥାନରେ ଜଳ ପ୍ରବାହ ରୋକିବା ପାଇଁ ବାଲି ବସ୍ତା ପକାଇ ଅସ୍ଥାୟୀ ପ୍ରତିକାର ବ୍ୟବସ୍ଥା କରାଯାଇଛି । ତେବେ ଜଳସ୍ତର ଯଦି ଆହୁରି ବୃଦ୍ଧି ପାଏ, ତେବେ ଏହି ଅସ୍ଥାୟୀ ବ୍ୟବସ୍ଥା କେତେଦୂର ସହାୟକ ହେବ, ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତଳିଆ ଅଞ୍ଚଳର ବାସିନ୍ଦାମାନେ ନିଜ ଜୀବନଜୀବିକା, ଧନସମ୍ପତ୍ତି ଓ ଗୃହପାଳିତ ପ୍ରାଣୀଙ୍କ ସୁରକ୍ଷାକୁ ନେଇ ଚିନ୍ତିତ ଥିବା ବେଳେ ପ୍ରଶାସନ ପକ୍ଷରୁ ବନ୍ୟା ସ୍ଥିତି ଉପରେ ନଜର ରଖାଯାଇଛି ।

ସୁବର୍ଣ୍ଣରେଖାର ପ୍ରଖର ସ୍ରୋତ ଯୋଗୁଁ ବସ୍ତା ବ୍ଲକ ଅନ୍ତର୍ଗତ କାଦ୍ରାଇଁଆ ନିକଟସ୍ଥ କବରପଦା ଠାରେ ନଦୀବନ୍ଧ ଦୁର୍ବଳ ହୋଇପଡ଼ିଛି । ପ୍ରାୟ ୫୦ ଫୁଟ ଲମ୍ବର ନଦୀବନ୍ଧର ଅତଡ଼ା ଖସି ଧସିଛି ।

  • Related Posts

    ଗାନ୍ଧିମାର୍ଗରେ ଶିକ୍ଷକ-କର୍ମଚାରୀଙ୍କ ଧାରଣା

    ପୁଣି ରାଜରାସ୍ତାରେ ଗର୍ଜିଲେ ଗୁରୁ। ୪ ଦଫା ଦାବି ନେଇ ଗାନ୍ଧି ମାର୍ଗରେ ଗର୍ଜନ। ବାଧା ଦେଉଥିଲା ବର୍ଷା, ହକ୍ ପାଇଁ ଲଢୁଥିଲେ ଶିକ୍ଷକ। ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ବୟ ସମିତି ପୁଣି ଆନ୍ଦୋଳନକୁ ଓହ୍ଲାଇଛି। ୨୦…

    Continue reading
    ବର୍ଷା: ମୟୂରଭଞ୍ଜ-ବାଲେଶ୍ୱର-କେନ୍ଦ୍ରାପଡ଼ାକୁ ରେଡ୍‌ ଆଲର୍ଟ

    ବଙ୍ଗୋପସାଗରରେ ଅବପାତ। ଆଜି ଅବପାତରେ ପରିଣତ ହେଲା ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ। ଡିପ୍ରେସନ୍ ଏବେ ବାଲେଶ୍ବରରୁ ୧୮୦ କି.ମି. ଦୂରରେ ରହିଛି। ୨୪ ଘଣ୍ଟା ମଧ୍ୟରେ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ବିହାର ଆଡ଼କୁ ଅଗ୍ରସର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆଜି ରାଜ୍ୟର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ