ଫେବ୍ରୁଆରୀ ୨୩ରେ ଓସିଏର ନୂଆ ସଭାପତି ଚୟନ

କଟକ: ଓଡ଼ିଶା କ୍ରିକେଟ ଆସୋସିଏସନ୍‌(ଓସିଏ)ର ସଭାପତି ପଦରୁ ପୂର୍ବତନ ବିଧାୟକ ପ୍ରଣବପ୍ରକାଶ ଦାସଙ୍କ ଇସ୍ତଫା ପରେ ଏବେ ସଂଘର ସ୍ଥାୟୀ ସଭାପତି କିଏ ହେବ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଓସିଏର ପରବର୍ତ୍ତୀ ନିର୍ବାଚନକୁ ପ୍ରାୟ ୮ମାସ ବାକି ଥିବା ବେଳେ ସେତେଯାଏ ସଂଘର ସଭାପତି ପଦବିକୁ ପୂରଣ କରିବାକୁ ହେବ । ଯଦିଓ ଉପସଭାପତି ପଙ୍କଜ ଲୋଚନ ମହାନ୍ତି କାମଚଳା ସଭାପତି ଭାବେ ଦାୟିତ୍ୱ ନିର୍ବାହ କରୁଛନ୍ତି, କିନ୍ତୁ ପୂର୍ବତନ ସଭାପତି ପ୍ରଣବପ୍ରକାଶଙ୍କ ଇସ୍ତଫା ଦେବାର ୪୫ଦିନ ଭିତରେ ଓସିଏ ସଭାପତି ପଦବି ପୂରଣ କରିବାକୁ ହେବ । ଏନେଇ ଓସିଏ ତରଫରୁ ପ୍ରକ୍ରିୟା ଆରମ୍ଭ ହୋଇଥିବା ଜଣାପଡ଼ିଛି । ଓସିଏର ନିର୍ବାଚନ ଅଧିକାରୀ ଏମ୍‌. ଏଲ୍‌. ମଜୁମଦାର ଓସିଏ ଅନୁବନ୍ଧିତ ୟୁନିଟ୍‌ ଅର୍ଥାତ୍‌ କ୍ଲବ୍‌, ଜିଲ୍ଲା ସଂଘଙ୍କ ସମେତ ଅନ୍ୟମାନଙ୍କୁ ଚିଠି କରି ଓସିଏ ନିର୍ବାଚନକୁ ପ୍ରତିନିଧିତ୍ୱ କିଏ କରିବ ତା’ର ତାଲିକା ମାଗିଛନ୍ତି । ଜାନୁୟାରୀ ୨୭ ତାରିଖ ସୁଦ୍ଧା ଅନୁବନ୍ଧିତ ୟୁନିଟ୍‌ ମାନେ ତାଲିକା ପ୍ରଦାନ କରିବେ । ୩୧ ତାରିଖ ସୁଦ୍ଧା ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ । ଫେବ୍ରୁଆରୀ ୧୦ ତାରିଖ ସୁଦ୍ଧା ନୂଆ ସଭାପତି ଦାୟିତ୍ୱ ନେବାର ନିୟମ ରହିଥିବା ବେଳେ ଫେବ୍ରୁଆରୀ ୯ ତାରିଖ ଭାରତ-ଇଂଲଣ୍ଡ ଦିନିକିଆ ପାଇଁ ସ୍ୱତନ୍ତ୍ର ଏଜିଏମ୍‌କୁ ଫେବ୍ରୁଆରୀ ୨୩ ତାରିଖକୁ ଘୁଞ୍ଚାଇ ଦିଆଯାଇଛି ।

ଓସିଏ ସଭାପତି ପ୍ରଣବପ୍ରକାଶ ଦାସ ଇସ୍ତଫା ଦେବାର ପ୍ରାୟ ୨୦ ଦିନ ବିତିବାକୁ ଆସିଲାଣି । ଏବେ ଆଠ ମାସିଆ ସଭାପତି କିଏ ହେବ ତାକୁ ନେଇ ଅନେକ ଚର୍ଚ୍ଚିତ ଚେହେରାଙ୍କ ନାଁ ଶୁଣାଯାଉଛି । କାମଚଳା ସଭାପତି ଦାୟିତ୍ୱରେ ଥିବା ପଙ୍କଜଲୋଚନ ମହାନ୍ତି ପୁଣିଥରେ ସଭାପତି ପଦବିକୁ ଫେରିବେ । ଯଦିଓ ଏନେଇ ଏବେ ସୁଦ୍ଧା କୌଣସି ସ୍ପଷ୍ଟ ହୋଇନାହିଁ, ତଥାପି ନିର୍ବାଚନ ଯାଏ ଶ୍ରୀ ମହାନ୍ତିଙ୍କୁ ସଭାପତି କରିବାକୁ ଓସିଏ କାଉନସିଲ୍‌ ସଦସ୍ୟ ମାନେ ଚାହୁଛନ୍ତି ।

ପଙ୍କଜ ପୂର୍ବରୁ ଅର୍ଥାତ୍‌ ୨୦୧୯-୨୨ ବର୍ଷ ଯାଏ ଓସିଏ ସଭାପତି ଭାବେ ୩ବର୍ଷ କାର୍ୟ୍ୟ କରିସାରିଛନ୍ତି । ସଭାପତି କାର୍ୟ୍ୟ ନିର୍ବାହ କରିବାରେ ତାଙ୍କର ଅଭିଜ୍ଞତା ରହିଛି । ତେଣୁ ପଙ୍କଜଙ୍କୁ ଯଦି ସ୍ଥାୟୀ ସଭାପତି କରାଯାଏ, ଉପସଭାପତି ପଦବି ଫାଙ୍କା ପଡ଼ିବ । ଏହି ପଦକୁ ଓସିଏର ଅନ୍ୟ କାର୍ୟ୍ୟକର୍ତ୍ତାଙ୍କୁ ଅଣାଯିବାର ସମ୍ଭାବନା ରହିଛି । ଏହି ଦୌଡ଼ରେ ଆପେକ୍ସ କାଉନସିଲ୍‌ ସଦସ୍ୟ ପ୍ରତାପ ପ୍ରଧାନ ଆଗରେ ରହିଥିବା କୁହାଯାଉଛି । ତେବେ ଏହି ୮ ମାସିଆ ପଦ ପଦବିରେ ନୂଆ ଚେହେରା ସାମ୍ନାକୁ ଆସିବାର ସମ୍ଭାବନା କ୍ଷୀଣ ରହିଥିବା ବେଳେ ଯଦି କୌଣସି ସଦସ୍ୟ ସଭାପତି ପଦବି ପାଇଁ ନିର୍ବାଚନ ଲଢ଼ିବାକୁ ଚାହାନ୍ତି ତେବେ ତାଙ୍କୁ ନେଇ ଭୋଟ୍‌ କରାଯାଇପାରେ ।

ଅନ୍ୟପକ୍ଷରେ ଓସିଏକୁ ଆସିବାକୁ ଥିବା ନୂଆ ଟିମ୍‌ ମଧ୍ୟବର୍ତ୍ତୀକାଳୀନ କାର୍ୟ୍ୟକାଳ ଅର୍ଥାତ୍‌ ଏହି ୮ ମାସ ପାଇଁ ଓସିଏକୁ ଆସି ନପାରନ୍ତି । ବିସିସିଆଇର ସମ୍ବିଧାନ ଅନୁସାରେ ଜଣେ କାର୍ୟ୍ୟକର୍ତ୍ତା ଲଗାତାର ଦୁଇଥର ଅର୍ଥାତ୍‌ ୬ ବର୍ଷ ପାଇଁ କୌଣସି ପଦ ପଦବିରେ ରହିପାରିବେ । ସମାନ ନିୟମ ଓସିଏ ପାଇଁ ମଧ୍ୟ ରହିଛି । ଏ ସ୍ଥିତିରେ ନୂଆ ଟିମ୍‌ ଅକ୍ଟୋବର କିମ୍ବା ନଭେମ୍ବରରେ ହେବାକୁ ଥିବା ନୂଆ ନିର୍ବାଚନରେ ସାମିଲ୍‌ ହୋଇପାରନ୍ତି । ଯଦି ବିସିସିଆଇର ବର୍ତ୍ତମାନ ସମ୍ବିଧାନ ଅନୁସାରେ ନିର୍ବାଚନ ହୁଏ, ଏଥିରେ ଓସିଏର ବର୍ତ୍ତମାନ କାର୍ୟ୍ୟକର୍ତ୍ତା ମଣ୍ଡଳୀ ସମ୍ପୂର୍ଣ୍ଣ ବଦଳିବ । ସହମତି ଭିତ୍ତିରେ ନୂଆ ଟିମ୍‌ ଓସିଏକୁ ଆସିବାର ସମ୍ଭାବନା ଥିବା କୁହାଯାଉଛି । ନୂଆ ନିର୍ବାଚନରେ ବିଜେପିର ପ୍ରଭାବ ମଧ୍ୟ ରହିବ ବୋଲି ଆକଳନ କରାଯାଉଛି ।

  • Related Posts

    ଆଇପିଏଲ: ଆଜି ଦିଲ୍ଲୀ-ଲକ୍ଷ୍ନୌ ମୁହାଁମୁହିଁ

    ଆଜି ଆଇପିଏଲ ୨୦୨୬ର ପଞ୍ଚମ ମ୍ୟାଚ ଖେଳାଯିବ । ରିଷଭ ପନ୍ତଙ୍କ ନେତୃତ୍ୱରେ ଲକ୍ଷ୍ନୌ ଦଳ ଘରୋଇ ଗ୍ରାଉଣ୍ଡ୍‌ରେ ଦିଲ୍ଲୀକୁ ଭେଟିବ । ଉଭୟ ଦଳ ବିଜୟ ସହ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଥିବାରୁ ଆଜି ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା…

    Continue reading
    ବାଂଲାଦେଶରେ ଆଇପିଏଲ୍‌ ପ୍ରସାରଣ ବନ୍ଦ

    ନୂଆଦିଲ୍ଲୀ: ବାଂଲାଦେଶରେ ଚଳିତ ଆଇପିଏଲ୍‌ର ଟିଭି ପ୍ରସାରଣ ହେବନାହିଁ। ବାଂଲାଦେଶରେ ଟିସ୍ପୋର୍ଟସ ଚ୍ୟାନେଲ ଆଇପିଏଲ୍‌ ମ୍ୟାଚ୍‌ର ପ୍ରସାରଣ କରିବାର ଥିଲା। ହେଲେ ବକେୟା ଅର୍ଥ ଦେଇ ନଥିବାରୁ ଟିସ୍ପୋର୍ଟସ ସହ ଆଇପିଏଲ୍‌ର ପ୍ରସାରଣ ଅଧିକାର ପାଇଥିବା ଜିଓଷ୍ଟାର୍ ଚୁକ୍ତି ବାତିଲ କରିଦେଇଛି।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ