ଫ୍ଲଡ଼ ଲାଇଟ ବନ୍ଦ ବିବାଦ: କାରଣ ଦର୍ଶାଅ ନୋଟିସର ଜବାବ ରଖିଲା ଓସିଏ

କଟକ: ବାରବାଟୀ ଫ୍ଲଡ଼ ଲାଇଟ ବନ୍ଦ ବିବାଦ । ରାଜ୍ୟ ସରକାରଙ୍କ କାରଣ ଦର୍ଶାଅ ନୋଟିସର ଜବାବ ରଖିଲା ଓଡିଶା କ୍ରିକେଟ ସଂଘ । ଭୁଲବଶତଃ ଏହି ଅଘଟଣ ଘଟିଥିବା ଉତ୍ତର ରଖିଛି ଓସିଏ । ଏନେଇ ଓସିଏ ସଭାପତି ପଙ୍କଜ ଲୋଚନ ମହାନ୍ତି କହିଛନ୍ତି, “ବିସିସିଆଇ ଏହି ଘଟଣା ପରେ କୌଣସି ପ୍ରଶ୍ନ କରିନାହିଁ । ଏପରିକି ଏହାରି ଭିତରେ ବାରବାଟୀରେ ସିସିଏଲ ମ୍ୟାଚ ଅନୁଷ୍ଠିତ ହୋଇଛି । ସେଦିନ ରାତି ୧.୩୦ ପର୍ୟ୍ୟନ୍ତ ଫ୍ଲଡ଼ ଲାଇଟ ଜଳିଲା । କୌଣସି ତ୍ରୁଟି ମଧ୍ୟ ପରିଲକ୍ଷିତ ହୋଇ ନଥିଲା । ସବୁକିଛି ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଥିଲା । ଭାରତ ଇଂଲଣ୍ଡ ମ୍ୟାଚ ସମୟରେ ଯେଉଁ ବିଭ୍ରାଟ ହୋଇଥିଲା ତାହା ଓସିଏର ଏକପ୍ରକାର ଭୁଲ । ଆଗାମୀ ଦିନରେ ଏପରି ଘଟଣା କେବେ ଘଟିବନି । ଏଣିକି ପ୍ରତ୍ୟେକ ଫ୍ଲଡ଼ ଲାଇଟ ପାଇଁ ୨ଟି ଜେନେରେଟର ମୁତୟନ ରହିବ ।”ଗତ ୯ ତାରିଖରେ ବାରବାଟୀରେ ଅନୁଷ୍ଠିତ ହୋଇଥିବା ଭାରତ ଓ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଦିନିକିଆ ମୁକାବିଲାରେ ଘଟିଥିଲା ଏକ ବଡ଼ ଅଘଟଣ । ଦ୍ୱିତୀୟ ଇନିଂସରେ ଭାରତର ବ୍ୟାଟିଂ ଚାଲିଥିବା ବେଳେ ହଠାତ୍ କ୍ଲକ ଟାୱାର ନିକଟସ୍ଥ ଫ୍ଲଡ଼ ଲାଇଟ ବନ୍ଦ ହୋଇଯାଇଥିଲା । ସେଥିପାଇଁ ପାଖାପାଖି ୩୦ ମିନିଟ ଧରି ଖେଳ ବନ୍ଦ ରହିଥିଲା । । ଯାହାକୁ ନେଇ ଦର୍ଶକ ଓ କ୍ରିକେଟର ବିରକ୍ତ ପ୍ରକାଶ କରିଥିଲେ । ଏହାକୁ ନେଇ ଓସିଏର ପରିଚାଳନା ଉପରେ ପ୍ରଶ୍ନ ଉଠିଥିଲା । ଦେଶ ବିଦେଶରେ ଏନେଇ କଟକ ବାରବାଟୀ ନିନ୍ଦିତ ହୋଇଥିଲା । ଏହାକୁ ନେଇ ରାଜନୀତି ମଧ୍ୟ ତେଜିଥିଲା । ଯାହାକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଓସିଏକୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା । ଯାହାର ଉତ୍ତରରେ ଓସିଏ ସମସ୍ତ ଦିଗ ଉପରେ ପୁଙ୍ଖାନୁପୁଙ୍ଖ ରିପୋର୍ଟ ପ୍ରଦାନ କରିଥିବା କହିଛନ୍ତି ଓସିଏ ସଭାପତି ।

  • Related Posts

    ଆଇପିଏଲ: ଆଜି ଦିଲ୍ଲୀ-ଲକ୍ଷ୍ନୌ ମୁହାଁମୁହିଁ

    ଆଜି ଆଇପିଏଲ ୨୦୨୬ର ପଞ୍ଚମ ମ୍ୟାଚ ଖେଳାଯିବ । ରିଷଭ ପନ୍ତଙ୍କ ନେତୃତ୍ୱରେ ଲକ୍ଷ୍ନୌ ଦଳ ଘରୋଇ ଗ୍ରାଉଣ୍ଡ୍‌ରେ ଦିଲ୍ଲୀକୁ ଭେଟିବ । ଉଭୟ ଦଳ ବିଜୟ ସହ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଥିବାରୁ ଆଜି ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା…

    Continue reading
    ବାଂଲାଦେଶରେ ଆଇପିଏଲ୍‌ ପ୍ରସାରଣ ବନ୍ଦ

    ନୂଆଦିଲ୍ଲୀ: ବାଂଲାଦେଶରେ ଚଳିତ ଆଇପିଏଲ୍‌ର ଟିଭି ପ୍ରସାରଣ ହେବନାହିଁ। ବାଂଲାଦେଶରେ ଟିସ୍ପୋର୍ଟସ ଚ୍ୟାନେଲ ଆଇପିଏଲ୍‌ ମ୍ୟାଚ୍‌ର ପ୍ରସାରଣ କରିବାର ଥିଲା। ହେଲେ ବକେୟା ଅର୍ଥ ଦେଇ ନଥିବାରୁ ଟିସ୍ପୋର୍ଟସ ସହ ଆଇପିଏଲ୍‌ର ପ୍ରସାରଣ ଅଧିକାର ପାଇଥିବା ଜିଓଷ୍ଟାର୍ ଚୁକ୍ତି ବାତିଲ କରିଦେଇଛି।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ