ଫ୍ଲୋର ଟେଷ୍ଟ: ଜିତିଲେ ମୁଖ୍ୟମନ୍ତ୍ରୀ ବିଜୟ

ଚେନ୍ନାଇ: ତାମିଲଗା ଭେଟ୍ଟ୍ରି କାଝାଗମ (ଟିଭିକେ) ସରକାର ବୁଧବାର ଦିନ ତାମିଲନାଡୁ ବିଧାନସଭାରେ ଆସ୍ଥା ଭୋଟ ସମୟରେ ବହୁମତ ଅଙ୍କ ଅତିକ୍ରମ କରି ଏକ ପାଖିଆ ବିଜୟୀ ହୋଇଛନ୍ତି। ୧୪୪ ବିଧାୟକ ବିଜୟଙ୍କ ସପକ୍ଷରେ ଭୋଟ ଦେଇଛନ୍ତି।

କଂଗ୍ରେସ, ସିପିଆଇ(ଏମ୍), ଭିସିକେ ଏବଂ ଇଣ୍ଡିଆନ୍ ୟୁନିଅନ୍ ମୁସଲିମ୍ ଲିଗ୍ (ଆଇୟୁଏମଏଲ) ଆସ୍ଥା ଭୋଟରେ ବିଜୟଙ୍କ ନେତୃତ୍ୱାଧୀନ ସରକାରଙ୍କୁ ସମର୍ଥନ କରିଥିଲେ। କଂଗ୍ରେସ ଏହାର ପାଞ୍ଚ ବିଧାୟକଙ୍କ ସହିତ ସରକାରଙ୍କୁ ସମର୍ଥନ କରିଥିବା ବେଳେ, ସିପିଆଇ(ଏମ୍), ଭିସିକେ ଏବଂ ଆଇୟୁଏମଏଲ ଦୁଇଜଣ ଲେଖାଏଁ ବିଧାୟକ ଯୋଗଦାନ କରିଥିଲେ। ବହିଷ୍କୃତ ଆମ୍ମା ମକ୍କଲ୍ ମୁନେଟ୍ରା କାଝାଗମ (ଏଏମଏମକେ) ବିଧାୟକ ଏସ କାମରାଜ ମଧ୍ୟ ସରକାରଙ୍କ ସପକ୍ଷରେ ଭୋଟ ଦେଇଥିଲେ। ଯାହା ମେଣ୍ଟ ସରକାରଙ୍କ ସଂଖ୍ୟା ୧୨୧ ଆସନରୁ ବହୁତ ଅଧିକ ରହିଛି।

ଏଆଇଏଡିଏମକେ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଇକେ ପଲାନିସ୍ୱାମୀ ଦଳୀୟ ବିଧାୟକଙ୍କୁ ବିଜୟ ସରକାରଙ୍କୁ ସମର୍ଥନ ନ କରିବାକୁ ଅନୁରୋଧ କରିଥିଲେ। ଦଳୀୟ ହ୍ୱିପ୍ ଜାରିକରି ଭୋଟ ନଦେବାକୁ ସଚେତନ କରିଥିଲେ।

  • Related Posts

    ୨୫ ବିଧାୟକଙ୍କୁ ଦଳରୁ ବହିଷ୍କାର କଲା ଏଆଇଏଡିଏମକେ

    ଚେନ୍ନଇ:ତାମିଲନାଡୁରେ ଦୁଇ ଫାଳ ହେଲା ଏଆଇଏଡିଏମକେ। ତାମିଲନାଡୁ ବିଧାନସଭା ନିର୍ବାଚନ ପରେ ଏଆଇଏଡିଏମକେରେ ଦେଖା ଯାଇଥିବା ବିବାଦ ଏବେ ତୀବ୍ର ରୂପ ଧାରଣ କରିଛି। ବୁଧବାର ଏଆଇଏଡିଏମକେର ମୁଖିଆ ଇଡାପାଡି କେ ପଲାନିସ୍ୱାମୀ ବିଦ୍ରୋହୀ ନେତାଙ୍କ ବିରୋଧରେ ଗ୍ରହଣ କରିଛନ୍ତି କାର୍ୟ୍ୟାନୁଷ୍ଠାନ।…

    Continue reading
    ଯଦି ଯୁଦ୍ଧ ଚାଲିବ ତେଲ ଦର ନିଶ୍ଚିତ ବଢ଼ିବ ଆର୍.ବି.ଆଇ:ଗଭର୍ଣ୍ଣର

    ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ଯୁଦ୍ଧ ପ୍ରଭାବରେ ସାରା ବିଶ୍ବରେ ପେଟ୍ରୋଲ ଓ ଡିଜେଲ ମହଙ୍ଗା ହୋଇଛି। କିନ୍ତୁ ଭାରତରେ ଆଜି ପର୍ଯ୍ୟନ୍ତ ତାହା ସ୍ଥିର ରହିଛି। ମଧ୍ୟପ୍ରାଚ୍ୟ ଯୁଦ୍ଧ ପାଇଁ ବିଶ୍ବର ଗୁରୁତ୍ବପୂର୍ଣ୍ଣ ସାମୁଦ୍ରିକ ପଥ ହର୍ମୁଜ ପ୍ରଣାଳୀରେ ଜାହାଜ ଚଳାଚଳ ସ୍ବାଭାବିକ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ