ବଡ଼ଚଣା ନିର୍ବାଚନ ମଣ୍ଡଳୀରେ ବିଜେପିରେ ସାମିଲ ହେଲେ ଶହସ୍ରାଧିକ ବିଜେଡି ନେତା ଓ କର୍ମୀ

ଭୁବନେଶ୍ୱର,୨୪/୦୮: ଓଡ଼ିଶା ବିକଶିତ ପଥେ ବଢ଼ିଚାଲିଛି। ଦେଶର ୧ ନମ୍ବର ରାଜ୍ୟ ଭାବେ ଓଡ଼ିଶାକୁ ଗଢ଼ି ତୋଳିବାକୁ ବିଜେପି ସରକାର ବଦ୍ଧପରିକର। ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଓ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଉପରେ ରାଜ୍ୟବାସୀଙ୍କ ଆସ୍ଥା ଓ ବିଶ୍ୱାସ ଦିନକୁ ଦିନ ବଢ଼ିବାରେ ଲାଗିଛି। ସରକାରଙ୍କ ନିଷ୍ଠାପର ଓ ନିରବଚ୍ଛିନ୍ନ କାର୍ଯ୍ୟଶୈଳୀ ଉପରେ ଭରସା ରଖି ବିଜେଡି ଓ ଅନ୍ୟ ଦଳର ନେତା ଓ କର୍ମୀମାନେ ସେମାନଙ୍କ ଦଳ ଛାଡ଼ି ବିଜେପିରେ ସାମିଲ ହେବାରେ ଲାଗିଛନ୍ତି ବୋଲି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି।
ଆଜିର ମିଶ୍ରଣ ପର୍ବ ଅବସରରେ ବଡ଼ଚଣା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ମିନତୀ ସେନାପତି, ଉପାଧ୍ୟକ୍ଷ ବିଭାସଚନ୍ଦ୍ର ନନ୍ଦ, ବଡ଼ଚଣା ବ୍ଲକ ବିଜେଡିର ପୂର୍ବତନ ସଭାପତି ତଥା ଜିଲ୍ଲା ପରିଷଦ ସଭ୍ୟ ଅରବିନ୍ଦ ସାମଲ ପ୍ରମୁଖ ରାଜ୍ୟ କାର୍ଯ୍ୟାଳୟରେ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି। ଏହି ମିଶ୍ରଣ ପର୍ବରେ ବଡ଼ଚଣା ବ୍ଲକର ପୂର୍ବତନ ଛାତ୍ର ସଭାପତି ଜିତେନ୍ଦ୍ର କୁମାର ନାୟକ, ଦର୍ପଣ ସରପଂଚ ତଥା ବଡ଼ଚଣା ସରପଂଚ ସଂଘ ସଭାପତି ରଞ୍ଜନ କୁମାର ଦାସ, ବଡ଼ଚଣା ସମିତି ସଭ୍ୟ ତଥା ସଂଘ ସଭାପତି ମଧୁସୂଦନ ବଳ, ଭୁଷଣ୍ଡପୁର ସରପଂଚ ଯଜାତି କେଶରୀ ରାଉତ, ସିହା ସରପଂଚ ସୁଶ୍ରୀ ମିଶ୍ର, ଧାନମଣ୍ଡଳ ସରପଂଚ ନବଦ୍ୱୀପ ନାୟକ, ବଡ଼ଘୁମୁରି ସରପଂଚ ଅକ୍ଷୟ କୁମାର ରାଉତରାୟ, ଅଣକା ସରପଂଚ ଦେବଯାନୀ ମହାପାତ୍ର, ସମିତି ସଭ୍ୟା ରଶ୍ମିତା ସ୍ୱାଇଁ, ମାଣ୍ଡୁକା ସମିତି ସଭ୍ୟା ମିନତୀ ଦଳେଇ, ଚାରିନଙ୍ଗଳ ପଂଚାୟତ ସମିତିସଭ୍ୟା ଚନ୍ଦ୍ରକଳା ଜେନା, ନଳୀପୁର ସରପଂଚ ସେକ୍ ଗନି, ପତରାଜପୁର ସରପଂଚ ତନୁଶ୍ରୀ ଦାସ, ଭରତପର ସରପଂଚ ବିଭୁତି ଭୂଷଣ ସାମଲ, ସମିତିସଭ୍ୟା ଦୁର୍ଗାବତୀ ସାମଲ, ବାଲିପଡ଼ିଆ ସମିତିସଭ୍ୟା ମନୋରମା ଭଞ୍ଜ, ବଡ଼ବାଲିକୁଦା ସମିତି ସଭ୍ୟା କାମିନୀ ନାୟକ, ବରପଦା ପଂଚାୟତ ସମିତିସଭ୍ୟା ସ୍ମରଣିକା ବଳ, ମାଣ୍ଡୁକ ସରପଂଚ ପ୍ରଭାସିନୀ ମଲିକ ପ୍ରମୁଖ ବିଜେପିରେ ସାମିଲ ହୋଇଛନ୍ତି।
ସେହିପରି ବଡ଼ଚଣା ଆତ୍ମା କମିଟି ଅଧ୍ୟକ୍ଷ ବିପିନ ବିହାରୀ ଜେନା ପୂର୍ବତନ ଅଧ୍ୟକ୍ଷ ଶ୍ରୀ ନିରଞ୍ଜନ ସେନାପତି, ୧୬ନଂ.ଜୋନ୍ ଜିଲ୍ଲା ପରିଷଦ ସଭ୍ୟା ବିନୋଦିନୀ ସାହୁ, ଦର୍ପଣା ଗ୍ରାମ ପଂଚାୟତର ପୂର୍ବତନ ସରପଂଚ ମାନସୀ ଜେନା, ସମିତି ସଭ୍ୟା ମୋନାଲିସା ତରାଇ, ପାରିଆ ଗ୍ରାମପଂଚାୟତର ପୂର୍ବତନ ସରପଂଚ ମାନସ ରଞ୍ଜନ ପଣ୍ଡା, ଚାରିନଙ୍ଗଳ ପଂଚାୟତ ସମିତି ସଭ୍ୟ ତଥା ବଡ଼ଚଣା ସଂଖ୍ୟାଲଘୁ ସେଲ ଅଧ୍ୟକ୍ଷ ସେକ୍ ମୋଇନି ଅହମ୍ମଦ, ସମିଆଁ ଗ୍ରାମ ପଂଚାୟତର ପୂର୍ବତନ ସରପଂଚ ଯୁଗଳକିଶୋର ଖିଲାର, ବଡଘୁମୁରିର ପୂର୍ବତନ ସଭାପତି ଶିବଶଙ୍କର ପରିଡ଼ା, ଅଣକାର ପୂର୍ବତନ ସମିତି ସଭ୍ୟ ବାନାମ୍ବର ଲେଖା, ଯୁବ ସଭାପତି ନିରଞ୍ଜନ ସ୍ୱାଇଁ, ମାଣ୍ଡୁକା ପଂଚାୟତର ପୂର୍ବତନ ସରପଂଚ ଅମୂଲ୍ୟ ଦାସ, ବାଲିଚନ୍ଦ୍ରପୁର ପୂର୍ବତନ ସମିତିସଭ୍ୟ ଅମିୟ ବିଶ୍ୱାଳ, ଭରତପୁର ପଂଚାୟତ ସଭାପତି ମଧୁସୂଦନ ସାମଲ, ବୈରୀର ସୁଜିତ୍ କୁମାର ସାହୁ (ଚଟନ), ବନ୍ଦାଳର ସଭାପତି ଅଜୟ କୁମାର ବିଶ୍ୱାଳ, ଧାନମଣ୍ଡଳ ପୂର୍ବତନ ସମିତିସଭ୍ୟ ଆନନ୍ଦଚନ୍ଦ୍ର ଜେନା, ବୈରୀ ପଂଚାୟତ ପୂର୍ବତନ ସଭାପତି ପଦ୍ମଲାଭ ସାମଲ, ନଳୀପୁରର ସଂଖାଲଘୁ ନେତା ନିୟାଜଉଦ୍ଦିନ ଖାଁ, ଦର୍ପଣର ସେବା ସମିତିର ସଭାପତି ସେକ୍ ନୁରଉଦ୍ଦିନ୍‌, ପୂର୍ବତନ ସଭାପତି ଗୋବିନ୍ଦଚନ୍ଦ୍ର ସାହାଣୀ, ବିଜୟ କୁମାର ପଣ୍ଡା, ବଡ଼ଚଣା ପଂଚାୟତର ଅଖିଳବଳ, ଛାତ୍ର ସଭାପତି ବଟକୃଷ୍ଣ ବଳ, ଭୁଷଣପୁରର ଅଜିତ କୁମାର ରାଉତ, ଖଇରା ପଂଚାୟତର ପୂର୍ବତନ ସମିତିସଭ୍ୟ କିଶୋର ସାମଲ, ରାଧାଦେଇପୁର ପଂଚାୟତ ନାଏବ ସରପଂଚ ପ୍ରତାପ ସାହୁ, ଗୋପାଳପୁରର ପୂର୍ବତନ ସମିତିସଭ୍ୟ ସୁଧିର ମଲ୍ଲିକ, ବରପଦାର ଗୌରାଙ୍ଗ ଚରଣ ଦାସ, କାଇମାଟିଆ ଗ୍ରାମପଂଚାୟତ ସଭାପତି ଘନଶ୍ୟାମ ସାମଲ, ପୂର୍ବତନ ସମିତି ସଭ୍ୟ ଅନିରୁଦ୍ଧ ରାଉତ, ବଡ଼ବାଲିକୁଦା ପଂଚାୟତର ପତିତପାବନ ନାୟକଙ୍କ ସମେତ ଦୁଇ ହଜାରରୁ ଊର୍ଦ୍ଧ୍ୱ ସମର୍ଥକ ବିଜେପିରେ ଯୋଗଦେଇଥଲେ।
ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ମିଶ୍ରଣ ପର୍ବରେ ରାଜ୍ୟ ସଭାପତି ଶ୍ରୀ ସାମଲ ସମସ୍ତ ନୂତନ ସଦସ୍ୟଙ୍କୁ ଟୋପି ଓ ଉତରୀୟ ପ୍ରଦାନ କରି ସ୍ୱାଗତ କରିଛନ୍ତି। ଭାରତୀୟ ଜନତା ପାର୍ଟି ବିଶ୍ୱର ବୃହତମ ଦଳ। ଦେଶରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏବଂ ରାଜ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ମିଳିତ ପ୍ରୟାସରେ ଡବଲ ଇଞ୍ଜିନ ସରକାର ଓଡ଼ିଶାକୁ ବିକାଶ ପଥରେ ଆଗେଇ ନେବାରେ ସଫଳ ହୋଇପାରିଛି। ନୂତନ କର୍ମୀଙ୍କ ଯୋଗଦାନ ଦ୍ୱାରା ତୃଣମୂଳସ୍ତରରେ ବିଜେପି ସଂଗଠନ ଅଧିକ ସୁଦୃଢ ହୋଇପାରିଛି ବୋଲି ଶ୍ରୀ ସାମଲ କହିଛନ୍ତି।
ଏହି ମିଶ୍ରଣ ପର୍ବରେ ବଡ଼ଚଣା ବିଧାୟକ ଅମର କୁମାର ନାୟକ, ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ, ରାଜ୍ୟ ଉପସଭାପତି ବିରଂଚି ନାରାୟଣ ତ୍ରିପାଠୀ, ରାଜ୍ୟ ସାଧାରଣ ସମ୍ପାଦକ ଡ.ଯତୀନ ମହାନ୍ତି, ରାଜ୍ୟ ସଂପାଦକ ସରୋଜ କର ଓ ଯାଜପୁର ଜିଲ୍ଲା ସଭାନେତ୍ରୀ ଦେବଯାନୀ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

  • Related Posts

    ରାଜ୍ୟପାଳଙ୍କ ଠାରୁ ଆରମ୍ଭ ହେଲା ସ୍ଵଗଣନା

    ଭୁବନେଶ୍ୱର: ରାଜ୍ୟରେ ଆଜିଠାରୁ ଆରମ୍ଭ ହୋଇଛି ଡିଜିଟାଲ ଜନଗଣନା । ଏଣିକି ଘରେ ବସି ନିଜେ କରି ପାରିବେ ସ୍ଵ-ଜନଗଣନା। ପ୍ରଥମ ପର୍ଯ୍ୟାୟରେ ରାଜ୍ୟପାଳଙ୍କ ଠାରୁ ଆରମ୍ଭ ହୋଇଛି ସ୍ଵ-ଜନଗଣନା । ରାଜ୍ୟପାଳ ନିଜ ମୋବାଇଲରୁ ଲଗିନ କରି ଜନଗଣନା କରିଛନ୍ତି।…

    Continue reading
    ବନ୍ଦ ହେଲା ବିଧାନସଭା: ବର୍ଷିଲା ବିଜେଡି

    ଭୁବନେଶ୍ବର: ରାତି ଆଧରେ ଆକସ୍ମିକ ବନ୍ଦ ହେଲା ବିଧାନସଭା । ଶେଷ କାର୍ୟ୍ୟ ଦିବସ ପୂର୍ବରୁ ଗୃହ କାର୍ୟ୍ୟ ବନ୍ଦ । ବିଧାନସଭାକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି । ଏଭଳି ହଠାତ୍ ବନ୍ଦ ନେଇ ରାଜ୍ୟ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ