ବଡ଼ଦାଣ୍ଡରେ ଗଡ଼ି ଚାଲିଛି ତିନି ରଥ

ପୁରୀ: ଜନ୍ମବେଦୀ ଛାଡ଼ି ରତ୍ନବେଦୀ ଅଭିମୁଖେ ବାହୁଡ଼ା ଯାତ୍ରାରେ ଚତୁର୍ଦ୍ଧା ମୂରତି। ମଙ୍ଗଳ ଆଳତିଠୁ ନେଇ ପହଣ୍ଡି ଏବଂ ଛେରା ପର୍ୟ୍ୟନ୍ତ ନୀତି ନିର୍ଦ୍ଧାରିତ ସମୟରେ ସଂପନ୍ନ ହେବା ପରେ ଅପରାହ୍ଣ ୩ଟାରୁ ରଥଟଣା ଆରମ୍ଭ ହୋଇଛି। ଘର ଘର ନାଦରେ ତିନି ରଥ ଶ୍ରୀମନ୍ଦିର ଅଭିମୁଖେ ଗଡ଼ି ଚାଲିଛନ୍ତି। ଘଣ୍ଟଘଣ୍ଟା, ହୁଳହୁଳି ଓ ଶଙ୍ଖନାଦରେ ଉଚ୍ଛୁଳୁ ପଡ଼ୁଛି ବଡ଼ଦାଣ୍ଡ। ବାହୁଡ଼ାରେ ପୁଣି ଥରେ ଭକ୍ତ-ଭଗବାନ ଏକାକାର ହୋଇଛନ୍ତି। ବାହୁଡ଼ା ଯାତ୍ରାରେ ଶ୍ରୀବିଗ୍ରହଙ୍କ ରଥାରୂଢ ରୂପ ଦେଖିବାକୁ ଶ୍ରୀକ୍ଷେତ୍ରରେ ଲକ୍ଷ ଲକ୍ଷ ଲୋକଙ୍କ ସମାଗମ ଘଟିଛି।

ଆଜି ନିର୍ଦ୍ଧାରିତ ସମୟରେ ଘୋଡ଼ା ଯୋଚା ପରେ ପ୍ରଥମେ ପ୍ରଭୁ ବଳଭଦ୍ରକଙ୍କ ଦର୍ପଦଳନ ରଥ, ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଓ ଶେଷରେ ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଟଣା ଯାଇଥିଲା। ଏହା ପୂର୍ବରୁ ନିର୍ଦ୍ଧାରିତ ସମୟ ୧୦ଟାରେ ବାହୁଡ଼ା ପହଣ୍ଡି ଆରମ୍ଭ ଆରମ୍ଭ ହୋଇଥିଲା। ପ୍ରଥମେ ଚକ୍ରରାଜ ସୁଦର୍ଶନ ପହଣ୍ଡିରେ ଆସି ସୁଭଦ୍ରାଙ୍କ ଦର୍ପଦଳନ ରଥରେ ବିରାଜମାନ କରିଥିଲେ। ଏହା ପରେ ଟାହିଆ ସୁଶୋଭିତ ହୋଇ ଘଣ୍ଟ ବାଦ୍ୟ ତାଳେ ତାଳେ ହୁଳ ହୁଳିରେ ଧାଡ଼ି ପହଣ୍ଡିରେ ଆସିଥିଲେ ବଡ଼ ଭାଇ ବଳଭଦ୍ର।
ଏହା ପରେ ଆସିଥିଲେ ଚକ୍ରରାଜ, ଓଡ଼ିଆଙ୍କ ମଉଡ଼ମଣି, କୋଟି ଆରାଧ୍ୟ ଦେବତା, ଜଗତର ନାଥ ଜଗନ୍ନାଥ। ଟାହିଆ ଲଗାଇ ସେବାୟତଙ୍କ ଘଣ୍ଟାବାଦ୍ୟ ତାଳେ ଝୁଲି ଝୁଲି ଧାଡ଼ି ପହଣ୍ଡିରେ ଆସିଥିଲେ ଚକାଆଖି। ତାଙ୍କର ଚୋକାଆଖି ଦେଖି ଆହ୍ଲାଦିତ ହୋଇ ଉଠିଥିଲେ ଶ୍ରଦ୍ଧାଳୁ। ଢଳି ଢଳି ଝୁଲି ଝୁଲି ଆସି ନନ୍ଦିଘୋଷ ରଥରେ ବିରାଜମାନ କରିଥିଲେ ମହାବାହୁ। ପାଖାପାଖି ୧୨ଟା ୩୦ରେ ବାହୁଡ଼ା ପହଣ୍ଡି ବିଜେ ନୀତି ସଂପନ୍ନ ହୋଇଥିଲା। ଏହା ପରେ ତିନି ରଥରେ ଶ୍ରୀ ମଦନ ମୋହନ, ଶ୍ରୀରାମ, ଶ୍ରୀକୃଷ୍ଣ ବିଜେ ନୀତି ସଂପନ୍ନ ହୋଇଥିଲା। ତିନି ବିଗ୍ରହଙ୍କ ଚିତା ଲାଗି ସହ ମଇଲମ ଓ ବେଶ ଶେଷ ୧ଟା ୧୫ରେ ହୋଇଥିଲା। ପ୍ରାୟ ୧ଟା ୩୦ରୁ ଛେରା ପହଁରା ନୀତି ଆରମ୍ଭ ହୋଇଥିଲା। ଗଜପତି ମହାରାଜ ଶ୍ରୀ ଦିବ୍ୟସିଂହ ଦେବ ତମଜାନରେ ଆସିଥିଲେ। ପ୍ରଥମେ ତାଳଧ୍ଵଜ ରଥରେ ଛେରାପହଁରା ନୀତି ଅନୁଷ୍ଠିତ ହୋଇଥିଲା। ଏହା ପରେ ଗଜପତି ଦର୍ପଦଳନ ଏବଂ ଶେଷରେ ନନ୍ଦିଘୋଷ ରଥରେ ଛେରାପହଁରା ନୀତି ସଂପନ୍ନ କରିଥିଲେ। ଏହି ନୀତି ପରେ ତିନି ରଥରେ ଚାରମାଳ ଫିଟା, ଘୋଡ଼ା ଓ ସାରଥୀ ଯୋଚା ଯାଇଥିଲା। ଆଉ ଶେଷରେ ନିର୍ଦ୍ଧାରିତ ସମୟ ପ୍ରାୟ ୩ଟାରେ ରଥଟଣା ଆରମ୍ଭ ହୋଇଛି।

  • Related Posts

    କଟକ ଷ୍ଟେସନ ପୁନଃବିକାଶ କାର୍ଯ୍ୟ: ଟ୍ରେନଗୁଡ଼ିକର ଅସ୍ଥାୟୀ ପରିବର୍ତ୍ତନ

    ଭୁବନେଶ୍ୱର: ପୂର୍ବ ତଟ ରେଳପଥର ଖୋର୍ଦ୍ଧା ରୋଡ୍ ଡିଭିଜନ ଅଧୀନରେ କଟକ ରେଳ ଷ୍ଟେସନରେ ଏୟାର କନକୋର୍ସ ଗ୍ରୀଡ୍ ନିର୍ମାଣ, ଗ୍ରାନାଇଟ୍ ଫ୍ଲୋରିଂ ଏବଂ ପ୍ରିକାଷ୍ଟ କପିଂ ବ୍ଲକ୍ ସହିତ ପ୍ଲାଟଫର୍ମ ପୃଷ୍ଠର ନବୀକରଣ, ପ୍ଲାଟଫର୍ମ ଆଶ୍ରୟସ୍ଥଳ, ଏୟାର କନକୋର୍ସ ପାଇଁ…

    ଖୁବଶୀଘ୍ର ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ଗଠନ -ମୁଖ୍ୟମନ୍ତ୍ରୀ

    କୋରାପୁଟ: ଜୟପୁରରେ ସୁଭଦ୍ରା ତୃତୀୟ କିସ୍ତି ବଣ୍ଟନ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ ସୂଚନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଆଗକୁ ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ଗଠନ ହେବାକୁ ଯାଉଛି । ଏନେଇ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ…

    Leave a Reply

    Your email address will not be published. Required fields are marked *

    You Missed

    ଓଡ଼ିଶାରେ ବି ଚାଲିଛି ଭୋଟ ଚୋରିର ସରକାର :ପିସିସି ସଭାପତି

    ଓଡ଼ିଶାରେ ବି ଚାଲିଛି ଭୋଟ ଚୋରିର ସରକାର :ପିସିସି ସଭାପତି

    ୨୦ପରେ ନିଗମ, ବୋର୍ଡ ଏବଂ କମିଟି ଘୋଷଣା ହୋଇପାରେ: ମନମୋହନ

    ୨୦ପରେ ନିଗମ, ବୋର୍ଡ ଏବଂ କମିଟି ଘୋଷଣା ହୋଇପାରେ: ମନମୋହନ

    କଟକ ଷ୍ଟେସନ ପୁନଃବିକାଶ କାର୍ଯ୍ୟ: ଟ୍ରେନଗୁଡ଼ିକର ଅସ୍ଥାୟୀ ପରିବର୍ତ୍ତନ

    କଟକ ଷ୍ଟେସନ ପୁନଃବିକାଶ କାର୍ଯ୍ୟ: ଟ୍ରେନଗୁଡ଼ିକର ଅସ୍ଥାୟୀ ପରିବର୍ତ୍ତନ

    ଲେକାର୍ପିତ ହେଲା “ବ୍ରେନସ୍ ଆଇକନିକ୍ ଟ୍ରଷ୍ଟ”

    ଲେକାର୍ପିତ ହେଲା “ବ୍ରେନସ୍ ଆଇକନିକ୍ ଟ୍ରଷ୍ଟ”

    ଖୁବଶୀଘ୍ର ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ଗଠନ -ମୁଖ୍ୟମନ୍ତ୍ରୀ

    ଖୁବଶୀଘ୍ର ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ଗଠନ -ମୁଖ୍ୟମନ୍ତ୍ରୀ

    ଅପରେସନ୍ ସିନ୍ଦୂର: ପାକିସ୍ତାନର ୫ଟି ଯୁଦ୍ଧ ବିମାନ ଧ୍ବଂସ

    ଅପରେସନ୍ ସିନ୍ଦୂର: ପାକିସ୍ତାନର ୫ଟି ଯୁଦ୍ଧ ବିମାନ ଧ୍ବଂସ