ବଢ଼ିବ ପେଟ୍ରୋଲ-ଡିଜେଲ ଦର, ଖୁବ୍‌ଶୀଘ୍ର ହୋଇପାରେ ଘୋଷଣା!

ନୂଆଦିଲ୍ଲୀ: ଦେଶରେ ଖୁବଶୀଘ୍ର ପେଟ୍ରୋଲ ଏବଂ ଡିଜେଲ ଦରରେ ବୃଦ୍ଧି ଦେଖିବାକୁ ମିଳିପାରେ। ରିପୋର୍ଟ ଅନୁଯାୟୀ, ସରକାର ତୈଳ ଦର ବଢ଼ାଇବା ପାଇଁ ବିଚାର କରୁଛନ୍ତି, ଯଦିଓ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ଘୋଷଣା କରାଯାଇ ନାହିଁ। ଏହାପୂର୍ବରୁ ସରକାର ୧ ମଇ ୨୦୨୬ରୁ ୧୯ କିଲୋଗ୍ରାମ ବିଶିଷ୍ଟ ବାଣିଜ୍ୟିକ (Commercial) ଏଲପିଜି ସିଲିଣ୍ଡର ମୂଲ୍ୟରେ ବଡ଼ ଧରଣର ବୃଦ୍ଧି କରିଛନ୍ତି। ଏହି ବୃଦ୍ଧି ପରେ ଦିଲ୍ଲୀରେ ଏହାର ମୂଲ୍ୟ ୯୯୩ ଟଙ୍କାରୁ ବଢ଼ି ୩,୦୭୧.୫୦ ଟଙ୍କାରେ ପହଞ୍ଚିଛି।

ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଅନ୍ତର୍ଜାତୀୟ ବଜାରରେ କଞ୍ଚା ତୈଳ (Crude Oil) ଦର କ୍ରମାଗତ ଭାବେ ବଢ଼ିବାରେ ଲାଗିଛି, ଯାହାଫଳରେ ତୈଳ କମ୍ପାନୀଗୁଡ଼ିକ ପ୍ରବଳ କ୍ଷତି ସହୁଛନ୍ତି। ଆମେରିକା-ଇରାନ ଯୁଦ୍ଧ କାରଣରୁ କଞ୍ଚା ତୈଳ ଦର ବ୍ୟାରେଲ ପିଛା ୧୦୦ ଡଲାର ଅତିକ୍ରମ କରିଛି। ଅନେକ ଦେଶରେ ପୂର୍ବରୁ ହିଁ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇସାରିଛି। ତେଣୁ ଭାରତରେ ମଧ୍ୟ ଏହି ବୃଦ୍ଧିର ସମ୍ଭାବନା ଜୋର ଧରିଛି, କିନ୍ତୁ କେତେ ଟଙ୍କା ବଢ଼ିବ ସେ ନେଇ ସ୍ଥିତି ସ୍ପଷ୍ଟ ହୋଇନାହିଁ।

ଏହି ସମୟରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂ ପୁରୀ କହିଛନ୍ତି ଯେ, ବିଶ୍ୱ ବଜାରରେ କଞ୍ଚା ତୈଳ ଦରରେ ଅସ୍ଥିରତା ସତ୍ତ୍ୱେ ଭାରତରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ବଢ଼ିବାକୁ ଦିଆଯାଇ ନାହିଁ। ଭାରତ ସରକାର ‘ଭୟ’କୁ ନୀତି ହେବାକୁ ଦେଇନାହାନ୍ତି ଏବଂ ଦେଶର ରୋଷେଇ ଘର ପର୍ଯ୍ୟନ୍ତ ଜାଳେଣି ଯୋଗାଣ ବାଧାପ୍ରାପ୍ତ ହୋଇନାହିଁ ବୋଲି ସେ ପ୍ରକାଶ କରିଛନ୍ତି।

  • Related Posts

    ଏଣିକି ଆଉ ଡାକ୍ତର କରିପାରିବେନି ରିଲ୍ସ

    ଏଣିକି ଆଉ ଡାକ୍ତର କରିପାରିବେନି ରିଲ୍ସ। ରୋଗୀଙ୍କୁ ବ୍ୟବହାର କରି ନିଜର ପ୍ରଚାର ପ୍ରସାର କରିପାରିବେନି ଡାକ୍ତର। ନିଜକୁ ‘ନମ୍ବର ୱାନ୍’ କିମ୍ବା ‘ବେଷ୍ଟ ଡାକ୍ତର’ କହି ରୋଗୀଙ୍କୁ କରିପାରିବେନି ଆକର୍ଷିତ। ରୋଗୀଙ୍କୁ ଆକୃଷ୍ଟ କରିବାକୁ AIରେ ତିଆରି ପ୍ରମୋସନାଲ୍ କଣ୍ଟେଣ୍ଟ,…

    Continue reading
    ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ: ଦିଲ୍ଲୀରେ ମେଟ୍ରୋ ସେବା, ଇଣ୍ଟରନେଟ୍ ଓ ଯାତାୟାତକୁ ସ୍ୱାଭାବିକ ରଖ

    ଦିଲ୍ଲୀରେ ସ୍ଥିତି ସ୍ୱାଭାବିକ କରିବାକୁ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ । ମେଟ୍ରୋ ସେବା, ଇଣ୍ଟରନେଟ୍ ଓ ଯାତାୟାତକୁ ସ୍ୱାଭାବିକ ରଖିବାକୁ କହିଛନ୍ତି କୋର୍ଟ । ଆଇନଶୃଙ୍ଖଳା କିମ୍ବା ଟ୍ରାଫିକ୍‌ ସମସ୍ୟା ନଥିଲେ ରାସ୍ତାରେ ଲାଗିଥିବା ବ୍ୟାରିକେଡ୍‌ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ