ବନ୍ଧା ହେଲେ ଇଡକୋର ଜୁନିୟର ମ୍ୟାନେଜର

ଭୁବନେଶ୍ୱର:ଇଡକୋର ଜୁନିୟର ମ୍ୟାନେଜର ବିଜୟ କୁମାର ଉଦୟସିଂହଙ୍କୁ ଗିରଫ କରିଛି ଭିଜିଲାନ୍ସ। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ସେ ୫ କୋଟି ୩୦ ଲକ୍ଷ ୭୨ ହଜାର ୭୧୭ ଟଙ୍କାର ସଂପତ୍ତି ଠୁଳ କରିଛନ୍ତି, ଯାହା ତାଙ୍କ ଆୟଠାରୁ ୭୩୬ ପ୍ରତିଶତ ଅଧିକ ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।ବିଜୟ କୁମାର ଉଦୟସିଂହଙ୍କ ସମ୍ପତ୍ତି ମଧ୍ୟରେ ରହିଛି, ରାଜଧାନୀ ଭୁବନେଶ୍ୱରର ରାଜାରାଣୀ ମୌଜାର ଆର୍ୟ୍ୟ ବିହାର ସ୍ଥିତ ୩ କୋଟି ୨୨ ଲକ୍ଷ ଟଙ୍କା ମୂଲ୍ୟର ଏକ ବିଳାସପୂର୍ଣ୍ଣ ୪ ମହଲା କୋଠା। ତାଙ୍କର ଏହି ଘରେ ଅତ୍ୟାଧୁନିକ ରିମୋଟ୍ କଣ୍ଟ୍ରୋଲ୍ ଗେଟ୍, ପାସୱାର୍ଡ ପ୍ରୋଟେକ୍ଟେଡ୍ ଡୋର୍ ଓ ଲକର୍, ଇମ୍ପୋର୍ଟେଡ୍ ଆସବାବପତ୍ର ରହିଛି।

ପୁରୀରେ ତାଙ୍କର ଗୋଟିଏ ଫ୍ଲାଟ ଥିବା ବେଳେ ଭୁବନେଶ୍ୱର ଓ ଖୋର୍ଦ୍ଧାରେ ଅଛି ୩ଟି ପ୍ଲଟ୍‌। ବ୍ୟାଙ୍କ ଓ ବୀମା ବାବଦକୁ ସେ ୫୫ ଲକ୍ଷ ଟଙ୍କା ଜମା ରଖିଥିବା ବେଳେ ତାଙ୍କ ଘରୁ ନଗଦ ସାଢ଼େ ୪ ଲକ୍ଷ ଟଙ୍କା ପାଇଥିଲା ଭିଜିଲାନ୍ସ। ତାଙ୍କର ଗୋଟିଏ ଚାରି ଚକିଆ ଗାଡ଼ି (ଫୋର୍ଡ ଇକୋ ସ୍ପୋର୍ଟସ) ଓ ୩ଟି ଦୁଇ ଚକିଆ ଗାଡ଼ି ଅଛି। ତାଙ୍କ ଘରୁ ମିଳିଥିବା ସୁନା ଗହଣା ଓ ଘରକରଣା ଜିନିଷର ମୂଲ୍ୟ ୨୯ ଲକ୍ଷ ଟଙ୍କା।

  • Related Posts

    ରାଜ୍ୟରେ ଏଲପିଜି ଗ୍ୟାସ କଳାବଜାରୀ ରୋକିବା ଉଦ୍ଦେଶ୍ୟରେ କାର୍ଯ୍ୟାନୁଷ୍ଠାନ

    ୧୦/୦୪/୨୬,ଭୁବନେଶ୍ୱର: ରାଜ୍ୟରେ ଏଲପିଜି ଗ୍ୟାସ ଯୋଗାଣ ସ୍ଥିତି ସ୍ୱାଭାବିକ ରହିଛି । ମାତ୍ର କୌଣସି କାରଣ ନଥାଇ କିଛି ଅସାଧୁ ବ୍ୟକ୍ତି ବେଆଇନ ଭାବରେ ଗ୍ଯାସ ସିଲିଣ୍ଡର ମହଜୁଦ ରଖିବା ଖବର ସରକାରଙ୍କ ଦୃଷ୍ଟିକୁ ଆସିଛି । ଏହାକୁ ଭିତ୍ତିକରି ଯୋଗାଣ…

    Continue reading
    କ୍ୟାବିନେଟ: ହାଡ଼ୁଆ ଜଳ ସେଚନ ପ୍ରକଳ୍ପ ନେଇ ନିଆଗଲା ଏହି ନିଷ୍ପତ୍ତି

    ଭୁବନେଶ୍ୱର: ସରିଲା କ୍ୟାବିନେଟ ବୈଠକ । ଶୁକ୍ରବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ମୋଟ ୧୧ଟି ପ୍ରସ୍ତାବ ଉପରେ ମୋହର ବାଜିଛି । ୫ଟି ବିଭାଗର ମୋଟ ୧୧ଟି ପ୍ରସ୍ତାବ କ୍ୟାବିନେଟ ବୈଠକରେ ଅନୁମୋଦନ ଲାଭ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ