ଏପର୍ୟ୍ୟନ୍ତ ଅନୁଭୂତ ହୋଇନାହିଁ କାର୍ତ୍ତିକର ଶୀତ

ଭୁବନେଶ୍ବର : ଗୋଟିଏ ସପ୍ତାହ ପରେ କାର୍ତ୍ତିକ ସରିବ, କିନ୍ତୁ କାର୍ତ୍ତିକର ଶୀତ ଏପର୍ୟ୍ୟନ୍ତ ଅନୁଭୂତ ହୋଇନାହିଁ। ପାହାଡିଆ ଅଞ୍ଚଳ ସେମିଳିଗୁଡା, ଦାରିଙ୍ଗବାଡି ଏବଂ ଜି.ଉଦୟଗିରିର କିଛି ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା କମିବା ସହ ଶୀତ ପଡିଥିଲେ ବି ଏବେ ପାରଦ ବଢିଲାଣି। ଉତ୍ତର ଭାରତରୁ ଏପର୍ୟ୍ୟନ୍ତ ଓଡ଼ିଶାକୁ ଥଣ୍ଡା ପବନ ଆସିନାହିଁ। ଜଳବାୟୁ ପରିବର୍ତ୍ତନ ଏବଂ ମୌସୁମୀ ବାୟୁ ଫେରିଯିବା ପରେ ବାତ୍ୟା ଓ ବର୍ଷା ପ୍ରଭାବରୁ ଚଳିତ ବର୍ଷ ଶୀତ ଆସିବା ବିଳମ୍ବ ହୋଇଛି ବୋଲି ପାଣିପାଗ ବିଶେଷଜ୍ଞ ମତ ପ୍ରକାଶ କରିଛନ୍ତି।

ପାଣିପାଗ ବିଶେଷଜ୍ଞ  କହିଛନ୍ତି, ଚଳିତ ବର୍ଷ ରାଜ୍ୟରେ ଶୀତ ଅବଧି କମିଯିବ। ଜଳବାୟୁ ପରିବର୍ତ୍ତନ ଯୋଗୁ ଦେଶର ମଧ୍ୟଭାଗକୁ ଛାଡି ଦେଲେ ଅନ୍ୟାନ୍ୟ ଅଞ୍ଚଳରେ ରାତି ତାପମାତ୍ରା ସ୍ବାଭାବିକରୁ ଅଧିକ ରହିଛି। ରାଜ୍ୟକୁ ଶୀତ ଆସିବାରେ ବିଳମ୍ବର କାରଣ ହେଉଛି, ଉତ୍ତର ଗୋଲାର୍ଦ୍ଧରେ ତାପମାତ୍ରା ହ୍ରାସ ପାଉନାହିଁ। ଉତ୍ତର ଭାରତରୁ ଓଡ଼ିଶାକୁ ଥଣ୍ଡା ପବନ ଆସିଲେ ଶୀତ ଅନୁଭୂତ ହୋଇଥାଏଟ୍ଟ କିନ୍ତୁ ଏପର୍ୟ୍ୟନ୍ତ ଉତ୍ତର ଭାରତରୁ ରାଜ୍ୟ ମଧ୍ୟକୁ ଥଣ୍ଡା ପବନ ପ୍ରବାହ କରିନାହିଁ। ଠାଏ ଠାଏ ବାଦଲ ଖଣ୍ଡ ରହିବା ଦ୍ବାରା ଆକାଶ ସମ୍ପୂର୍ଣ୍ଣ ମେଘମୁକ୍ତ ହୋଇନାହିଁ। ଭୂ-ପୃଷ୍ଠ ବାୟୁ ଊର୍ଦ୍ଧ୍ବଗାମୀ ହୋଇପାରୁନାହିଁ। ଅନ୍ୟପଟେ ଲା-ଲିନୋ ଅଗଷ୍ଟ ସୁଦ୍ଧା ଆସିବ ବୋଲି ଆକଳନ କରାଯାଇଥିଲା। ହେଲେ ଲା-ଲିନୋ ଆସିବାରେ ବିଳମ୍ବ, ଦୁର୍ବଳ ଏବଂ ସ୍ବଳ୍ପ ଅବଧି କାରଣରୁ ଶୀତ ଆସିବାରେ ବିଳମ୍ବ ହୋଇଛି।

  • Related Posts

    ‘କ୍ରାଇମବ୍ରାଞ୍ଚ ଚାପମୁକ୍ତ ହୋଇ କରୁଛି ତଦନ୍ତ’

    ବାଲିଅନ୍ତା : ବାଲିଅନ୍ତା ଭିଡ଼ହିଂସାରେ ସୌମ୍ୟରଞ୍ଜନ ହତ୍ୟା ମାମଲାରେ ଡିଜିପିଙ୍କ ବଡ଼ ବୟାନ । ପୁଲିସ ଡିଜି ବିନୟତୋଷ ମିଶ୍ର ବଡ଼ ସୂଚନା ଦେଇଛନ୍ତି । କହିଛନ୍ତି, କ୍ରାଇମବ୍ରାଞ୍ଚ ସମ୍ପୂର୍ଣ୍ଣ ପ୍ରୋଫେସନାଲ୍ ଭାବେ କାର୍ଯ୍ୟ କରୁଛି । କୌଣସି ବାହ୍ୟ ଚାପ…

    Continue reading
    ଛାତ୍ର ସଂସଦ ନିର୍ବାଚନ: ଅଣଛାତ୍ରଙ୍କ ଉପରେ ରହିବ ନଜର-ପୋଲିସ ଡିଜି

    ଛାତ୍ର ସଂସଦ ନିର୍ବାଚନକୁ ନେଇ ଏବେଠୁ କଡ଼ା ହୋଇଛି ପୋଲିସ ପ୍ରଶାସନ। କଲେଜ ନିର୍ବାଚନ ସମୟରେ କ୍ୟାମ୍ପସ୍‌ରେ ଯେପରି କୌଣସି ପ୍ରକାର ଅଶାନ୍ତି କିମ୍ବା ଗଣ୍ଡଗୋଳ ସୃଷ୍ଟି ନହୁଏ, ସେଥିପାଇଁ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ବିଶେଷକରି ଅଣଛାତ୍ରଙ୍କ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ