ବର୍ଷକ ପରେ ପୁଣି କମ୍ପିବ କଳିଙ୍ଗ ଷ୍ଟାଡିୟମ ଦର୍ଶକ

ଭୁବନେଶ୍ୱର: ବର୍ଷକ ପରେ ପୁଣି କମ୍ପିବ କଳିଙ୍ଗ ଷ୍ଟାଡିୟମ ଦର୍ଶକ। ଏଥର ଏକା ସଙ୍ଗରେ ଦେଖିବେ ଭାରତୀୟ ପୁରୁଷ ଓ ମହିଳା ଦଳର ଖେଳ । ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ ୨୦୨୪-୨୫ ଶନିବାରଠୁ କଳିଙ୍ଗରେ ଆରମ୍ଭ ହେଉଛି । ପ୍ରଥମ ଦିବସରେ ୩ଟି ମ୍ୟାଚ୍‌ ଖେଳାଯିବ । ଘରୋଇ ଭାରତୀୟ ମହିଳା ଦଳ ଇଂଲଣ୍ଡକୁ ଏବଂ ପୁରୁଷ ଦଳ ସ୍ପେନକୁ ଭେଟିବ । ସେମିତି ଏହି ଦୁଇ ମ୍ୟାଚ୍‌ ପୂର୍ବରୁ ଜର୍ମାନୀ ଓ ସ୍ପେନ ମଧ୍ୟରେ ମହିଳା ଲିଗର ଏକ ମ୍ୟାଚ୍‌ ଖେଳାଯିବ । ଘରୋଇ ଭେନ୍ୟୁରେ ଭାରତ ପ୍ରୋ ଲିଗ୍‌ ସିଜନ ଆରମ୍ଭ କରିବାକୁ ଯାଉଛି । ନୂଆ ବର୍ଷରେ ଉଭୟ ଦଳ ନୂଆ ଅଭିଯାନଆରମ୍ଭ କରିବେ । ମହିଳା ଦଳ ଅଧିନାୟିକା ସଲିମା ଟେଟେ କହିଛନ୍ତି, ‘ଘରୋଇ ପରିବେଶ ଏବଂ ଘରୋଇ ପ୍ରଶଂସକଙ୍କ ସାମ୍ନାରେ ଆମେ ଶ୍ରେଷ୍ଠ ପ୍ରଦର୍ଶନକୁ ଦେବାକୁ ପ୍ରୟାସ କରିବୁ । ସବୁ ଦଳକୁ ଆମେ ସମାନ ଭାବେ ଦେଖି ଥାଉ ଏବଂ ସେହି ଅନୁସାରେ ପ୍ରସ୍ତୁତ ହେଉ ।’
ଭାରତୀୟ ପୁରୁଷ ଅଧିନାୟକ ହର୍ମନପ୍ରୀତ ସିଂହ କହିଛନ୍ତି, ‘କଳିଙ୍ଗ ଷ୍ଟାଡିୟମ ଆମର ଘରୋଇ ଭେନ୍ୟୁ । ସର୍ବଦା ଏଠାରେ ଖେଳିବାକୁ ଭଲ ଲାଗେ । ଏଚ୍‌ଆଇଏଲ୍‌ ପରେ ଆମକୁ ଯେତିକି ସମୟ ମିଳିଛି, ଆମେ ପ୍ରସ୍ତୁତ ହୋଇଛୁ । ଦଳରେ ଯୁବ ଓ ବରିଷ୍ଠ ଖେଳାଳିଙ୍କ ସନ୍ତୁଳନ ରହିଛି । ଦଳ ସ୍ପେନ ବିପକ୍ଷରେ ସିଜନର ପ୍ରଥମ ମ୍ୟାଚ୍‌ରେ ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ପ୍ରସ୍ତୁତ ।’ ହକିପ୍ରେମୀ ଉତ୍ସାହିତ, ସନ୍ଧ୍ୟାରେ ନେବେ ଖେଳର ରୋମାଞ୍ଚ । ଏଥର ଦର୍ଶକଙ୍କ ପାଇଁ କୌଣସି ଟିକେଟ୍‌ ବ୍ୟବସ୍ଥା ନାହିଁ । ୧୬ ହଜାର ଦର୍ଶକ ବସି ଷ୍ଟାଡିୟମରେ ମ୍ୟାଚ୍‌ ଦେଖିବାର ସୁବିଧା ରହିଛି ।
ଭାରତୀୟ ପୁରୁଷ ଓ ମହିଳା ଦଳ ଏ ପର୍ୟ୍ୟନ୍ତ ପ୍ରୋ ଲିଗରେ ସିଜନ ଆରମ୍ଭ କରି ନାହାନ୍ତି । ମହିଳା ବର୍ଗରେ ଚୀନ ୮ଟି ମ୍ୟାଚ୍‌ ଖେଳି ସର୍ବାଧିକ ୧୬ ପଏଣ୍ଟ ସହ ଟେବୁଲରେ ଶୀର୍ଷରେ ରହିଛି । ସେହିପରି ପୁରୁଷ ବର୍ଗରେ ନେଦରଲାଣ୍ଡସ ୮ଟି ମ୍ୟାଚ୍‌ ଖେଳି ୧୪ ପଏଣ୍ଟ ସହ ଟେବୁଲରେ ପ୍ରଥମ ସ୍ଥାନରେ ଅଛି । ପୂର୍ବ ସଂସ୍କରଣରେ ମହିଳା ଦଳ ଅତି ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲା । ୧୬ଟି ମ୍ୟାଚ୍‌ ଖେଳି ମାତ୍ର ୮ ପଏଣ୍ଟ ସହ ଟେବୁଲରେ ଅଷ୍ଟମ ସ୍ଥାନରେ ରହିଥିଲା । ସେହିପରି ପୁରୁଷ ଦଳ ୧୬ଟି ମ୍ୟାଚ୍‌ରୁ ୨୪ ପଏଣ୍ଟ ପାଇ ସପ୍ତମ ସ୍ଥାନ ହାସଲ କରିଥିଲା । କିନ୍ତୁ ଏହାପରେ ଦଳ ଅଲିମ୍ପିକ୍ସରେ ପଦକ ଦୋହରାଇବାରେ ସଫଳ ହୋଇଥିଲା । ଏଥର କିନ୍ତୁ ଉଭୟ ଦଳ ଶ୍ରେଷ୍ଠ ପ୍ରଦର୍ଶନ କରି ପଏଣ୍ଟ ଟେବୁଲରେ ଶୀର୍ଷରେ ରହି ସିଧାସଳଖ ଅଲିମ୍ପିକ୍ସ ଟିକେଟ୍‌ ହାସଲ କରିଥିବାକୁ ଲକ୍ଷ୍ୟ ରଖିଛନ୍ତି ।

  • Related Posts

    ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅକୁ ଆଜୀବନ କାରାଦଣ୍ଡ

    ନୂଆଦିଲ୍ଲୀ: ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ଅମିତ ଯୋଗୀକୁ ଆଜୀବନ ସଜ୍ଜା ଶୁଣାଇଛନ୍ତି ହାଇକୋର୍ଟ । ପୂର୍ବତନ ସିଏମ୍ ଅଜିତ ଯୋଗୀଙ୍କ ପୁଅ ତଥା ପୂର୍ବ ବିଧାୟକ ଅମିତ ଯୋଗୀ । ୨୦୦୩ ଏକ ହତ୍ୟା ମାମଲାରେ ଆଜୀବନ ଶୁଣାଇଛନ୍ତି ହାଇକୋର୍ଟ…

    Continue reading
    ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ, ଜଣେ ଯବାନ୍‌ ଆହତ

    ଝାଡ଼ଖଣ୍ଡ: ପଡୋଶୀ ଝାଡ଼ଖଣ୍ଡର ଚାଇବାସା ଅଞ୍ଚଳର ସରଣ୍ଡା ଜଙ୍ଗଲରେ ଆଜି ସକାଳେ ଏକ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ କୋବ୍ରା ବାଟାଲିଅନ୍‌ର ଜଣେ ଯବାନ୍‌ ଆହତ ହୋଇଛନ୍ତି । ଆହତ ଯବାନ୍‌ଙ୍କୁ ଚିକିତ୍ସା ପାଇଁ ଏୟାର୍‌ଲିଫ୍ଟ କରାଯାଇ ରାଞ୍ଚି ନିଆଯିବ ବୋଲି ସୂଚନା ମିଳିଛି।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ