
ନିମାପଡା: ବଳଙ୍ଗାରେ ନାବାଳିକାକୁ ନିଆଁ ଲଗାଇଦେବା ଘଟଣା । ଆଜି ପୀଡ଼ିତାଙ୍କୁ ଭୁବନେଶ୍ଵର ଏମ୍ସରୁ ଦିଲ୍ଲୀ ଏମ୍ସକୁ ଏୟାର ଲିଫ୍ଟ କରାଯାଇଥିବାବେଳେ ବିଜେଡି ପକ୍ଷରୁ ବଳଙ୍ଗା ଥାନା ଘେରାଉ କରାଯାଇଛି। ଥାନା ଘେରାଉ ବେଳେ ବିଜେଡି କର୍ମୀ ଏବଂ ପୁଲିସ୍ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ଉପୁଜିଛି। କିଛି ବିଜେଡି ନେତା ଓ କର୍ମୀମାନେ ଥାନା ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ। ଯାହାକୁ ନେଇ ଏଭଳି ତୁମୁଳକାଣ୍ଡ ଦେଖିବାକୁ ମିଳିଥିଲା। ପୁଲିସ୍ ଏହି ଘଟଣାରେ ଅପରାଧୀକୁ ଧରିନପାରିଥିବାରୁ ଉତ୍ତେଜନା ସ୍ଥିତି ଦେଖାଦେଇଛି।