ବଳପ୍ରୟୋଗ କରି ଛାତ୍ର ସଂସଦ ନିର୍ବାଚନ ଜିତିବା ପାଇଁ ବିଜେପିର ଅପଚେଷ୍ଟା: ବିଜେଡି

ଭୁବନେଶ୍ୱର: ପୋଲସରା, ବୁଗୁଡା, ବାଲିପଦର ତଥା ଗଂଜାମ ଜିଲ୍ଲାରେ ଛାତ୍ର ସଂସଦକୁ ଯେନତେନ ପ୍ରକାରରେ ଦଖଲ କରିବା ପାଇଁ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ପୋଲିସ ଓ ଗୁଣ୍ଡାଙ୍କୁ ବ୍ୟବହାର କରୁଛନ୍ତି । ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ପ୍ରଶାସନିକ କଳକୁ ନିୟୋଜିତ କରି ମନ୍ତ୍ରୀ ଧମକାଉଛନ୍ତି ବୋଲି ବିଜେଡି ଅଭିଯୋଗ କରିଛି ।
ଶଙ୍ଖ ଭବନଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ସାଧାରଣ ସମ୍ପାଦକ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ଶ୍ରୀକାନ୍ତ ସାହୁ ଓ ମୁଖପାତ୍ର ଶ୍ରୀ ତୁମ୍ବନାଥ ପଣ୍ଡା, ଛାତ୍ର ସଂସଦ ନିର୍ବାଚନରେ ସରକାରୀ କଳର ନଗ୍ନ ଅପବ୍ୟବହାରକୁ ଦୃଢ ନିନ୍ଦା କରିଛନ୍ତି ।
ଶ୍ରୀ ସାହୁ କହିଛନ୍ତି ଯେ, ଛାତ୍ର ସଂସଦ ନିର୍ବାଚନ ପାଇଁ ବିଜ୍ଞପ୍ତି ଘୋଷଣା ପରେ, ପୋଲସରା, ବୁଗୁଡା ଓ ବାଲିପଦ କଲେଜରେ ବିଜୁ ଛାତ୍ର ଜନତା ଦଳର ବିଜୟ ସମ୍ଭାବନା ସର୍ବାଧିକ ଥିବା ଜାଣି, ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ସ୍ଥାନୀୟ ପ୍ରଶାସନ ଓ ଅସାମାଜିକ ବ୍ୟକ୍ତିଙ୍କ ଜରିଆରେ ପ୍ରାର୍ଥୀ ଓ ତାଙ୍କ ପରିବାର ଉପରେ ଚାପ ପ୍ରୟୋଗ କରି ପ୍ରାର୍ଥୀପତ୍ର ପ୍ରତ୍ୟାହାରରେ ସକ୍ଷମ ହୋଇଛନ୍ତି । ହିଂସାକାଣ୍ଡ ପରେ ସ୍ଥାନୀୟ ପୋଲିସକୁ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ମନ୍ତ୍ରୀଙ୍କ ଏଭଳି କ୍ଷମତାର ଅପବ୍ୟବହାର କରି ଛାତ୍ର ସଂସଦକୁ ନିଜ ନିୟନ୍ତ୍ରଣକୁ ଆଣିବାକୁ ନେଇ ଦୃଢ ନିନ୍ଦା କରିଛନ୍ତି ଶ୍ରୀ ସାହୁ ।
ସେହିପରି ଶ୍ରୀ ପଣ୍ଡା କହିଛନ୍ତି, ନିଜ ଅପାରଗତାକୁ ଲୁଚାଇବାକୁ ଯାଇ ମନ୍ତ୍ରୀ ଶ୍ରୀ ମଲ୍ଲିକ, ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବିଷୟରେ ଯାହା କହିଛନ୍ତି, ତାହା ନିନ୍ଦନୀୟ । ନବୀନ ବାବୁ ଓଡିଶାକୁ ବିଶ୍ୱସ୍ତରରେ ଏକ ମଡେଲ ରାଜ୍ୟ ଭାବେ ପ୍ରତିଷ୍ଠିତ କରି ପ୍ରଶଂସିତ ହୋଇଥିଲା ବେଳେ ଅଢେଇ ବର୍ଷର ବିଜେପି ସରକାର ନିଜ କୁଶାସନ ଲାଗି ପ୍ରତ୍ୟେକ କ୍ଷେତ୍ରରେ ଓଡିଶାକୁ ନିନ୍ଦିତ କରିବାରେ ଲାଗିଛି । ନବୀନ ବାବୁଙ୍କ ସଂପର୍କରେ ଟିକାଟିପ୍ପଣୀ ଦେଇ ଚର୍ଚ୍ଚାରେ ରହିବା ପାଇଁ ବିଜେପି ନେତା ମନ୍ତ୍ରୀଙ୍କ ମଧ୍ୟରେ ପ୍ରତିଯୋଗିତା ଚାଲିଛି । ଦେଶ ତଥା ରାଜ୍ୟବାସୀ ଜାଣନ୍ତି ନବୀନ ବାବୁଙ୍କ ବ୍ୟକ୍ତିତ୍ୱ ଓ ଶାସନ କିଭଳି ଥିଲା । ଅଢେଇ ବର୍ଷର ବିଜେପିର କୁଶାସନରେ ଅତିଷ୍ଠ ହେଲେଣି ରାଜ୍ୟବାସୀ । ଆଗାମୀ ଦିନରେ ଓଡିଶାବାସୀ ଏହାର ଦେବେ ଉଚିତ ଜବାବ ।

  • Related Posts

    ଏବିଭିପିର ବଡ଼ ସଫଳତା, ୬୦ ମହାବିଦ୍ୟାଳୟର ୨୫୨ ପଦବୀରେ ନିର୍ଦ୍ୱନ୍ଦ୍ୱରେ ବିଜୟ

    ଭୁବନେଶ୍ବର: ଓଡ଼ିଶାରେ ଆଗାମୀ ଛାତ୍ର ସଂସଦ ନିର୍ବାଚନ ପୂର୍ବରୁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବା ଏବିଭିପି ଏକ ବଡ଼ ସଫଳତା ହାସଲ କରିଛି । ରାଜ୍ୟର ୬୦ଟି ମହାବିଦ୍ୟାଳୟରେ ଏବିଭିପିର ପ୍ରାର୍ଥୀମାନେ ୨୫୨ଟି ପଦବୀରେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ।…

    Continue reading
    ପ୍ରାକ୍ ନିର୍ବାଚନୀ ହିଂସା, ଉତ୍କଳ ବିଶ୍ୱବିଦ୍ୟାଳୟ ଅଶାନ୍ତ

    ଭୁବନେଶ୍ବର: ପ୍ରାକ୍ ନିର୍ବାଚନୀ ହିଂସାରୁ ଉତ୍କଳ ବିଶ୍ୱବିଦ୍ୟାଳୟ ଅଶାନ୍ତ । ବାଣୀବିହାରରେ ବୋମା ଆତଙ୍କ। ଉତ୍କଳ ବିଶ୍ୱବିଦ୍ୟାଳୟର ଗୋପବନ୍ଧୁ ଛାତ୍ରାବାସ ନିକଟରେ ବୋମାମାଡ଼ ଅଭିଯୋଗ ହୋଇଛି। ଏହି ଅଞ୍ଚଳରେ ପ୍ରବଳ ଶବ୍ଦ ଶୁଣିବାକୁ ମିଳିଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି। ତେବେ ଏହା ବୋମାମାଡ଼…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ