ବାଚସ୍ପତିଙ୍କୁ କାର୍ଯ୍ୟକ୍ରମରେ ଧକ୍କା ମରାଯିବା ତାଙ୍କ ପଦର ମର୍ଯ୍ୟାଦାକୁ କ୍ଷୁଣ୍ଣ କରିଛି : ବିଜେଡି

ଭୁବନେଶ୍ୱର, ୨୩/୦୪/୨୦୨୬: ରାଜ୍ୟରେ ବିଜେପି ସରକାର କ୍ଷମତାସୀନ ହେବା ପରେ, ସାମ୍ୱିଧାନିକ ପଦରେ ଥିବା ଦଳୀୟ ନେତାମାନେ ବାରମ୍ୱାର ନିଜ ପଦ ମର୍ଯ୍ୟାଦାର ଉଲ୍ଲଙ୍ଘନ କରୁଛନ୍ତି ବୋଲି ବିଜେଡି ଅଭିଯୋଗ କରିଛି ।
ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ବିଜୁ ଛାତ୍ର ଜନତା ଦଳର ସଭାନେତ୍ରୀ ଇପ୍ସୀତା ସାହୁ, ରାଜ୍ୟରେ ସାମ୍ୱିଧାନିକ ପଦବୀରେ ଥିବା ବ୍ୟକ୍ତିମାନେ କିପରି ନିଜ ପଦ ମର୍ଯ୍ୟାଦାର ଉଲ୍ଲଙ୍ଘନ କରିଚାଲିଛନ୍ତି, ତାର ଅନେକ ଉଦାହରଣ ପ୍ରସ୍ତୁତ କରିଥିଲେ । ସେ କହିଥିଲେ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଦ୍ୱାରା ଆୟୋଜିତ ହେଉଥିବା ଏକ ରାଲିରେ ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀଙ୍କୁ ଦେଖିବାକୁ ମିଳିଥିଲା । ଏହି ରାଲିରେ ସୁରମା ପାଢ଼ୀଙ୍କୁ ଭିଡ଼ ଭିତରେ ଧକ୍କା ମରାଯାଇଥିବା କଥା ସାମ୍ନାକୁ ଆସିଥିଲା । ସ୍ୱାଭାବିକ ଭାବେ ପ୍ରଶ୍ନ ଉଠେ ଯେ, ବାଚସ୍ପତି ପରି ଗାରିମାମୟ ପଦବୀରେ ଅଧିଷ୍ଠିତ ଥିବାବେଳେ ଦଳୀୟ କାର୍ଯ୍ୟକ୍ରମ ଗୁଡିକରେ ଉପସ୍ଥିତ ରହିବା କେତେ ଦୂର ଯୁକ୍ତିଯୁକ୍ତ ? ଏହା ପୂର୍ବରୁ ମଧ୍ୟ ବିଜେପି ପାର୍ଟି ଅଫିସ୍ରେ ହେଉଥିବା କାର୍ଯ୍ୟକ୍ରମରେ ବାଚସ୍ପତି ଶ୍ରୀମତୀ ପାଢ଼ୀଙ୍କୁ ଦେଖିବାକୁ ମିଳିଛି ।
ସେହିପରି ରାଜ୍ୟରେ ଥିବା ଅନ୍ୟାନ୍ୟ ସାମ୍ୱିଧାନିକ ପଦ, ଯଥା ରାଜ୍ୟ ମହିଳା କମିସନ, ରାଜ୍ୟ ଶିଶୁ କମିସନ ଇତ୍ୟାଦିରେ ବିଜେପି ସରକାରଙ୍କ ଦ୍ୱାରା ନିଯୁକ୍ତି ହୋଇଥିବା ମହିଳା ମାନେ ମଧ୍ୟ ନିଜ ପଦ ମର୍ଯ୍ୟାଦା ରଖୁନାହାନ୍ତି । ଅନେକ ସମୟରେ ସେମାନଙ୍କୁ ଦଳୀୟ କାର୍ଯ୍ୟକ୍ରମରେ ଦେଖିବାକୁ ମିଳୁଛି । ନିକଟରେ ବ୍ରହ୍ମଗିରି ଅଞ୍ଚଳରେ ଜଣେ ୬ ବର୍ଷର ଶିଶୁକନ୍ୟା ଦୁଷ୍କର୍ମ ଶିକାର ହୋଇ ନ୍ୟାୟ ପାଇଁ ସଂଘର୍ଷ କରୁଥିବା ବେଳେ ବିଜୁ ଜନତା ଦଳର ଏକ ପ୍ରତିନିଧିମଣ୍ଡଳୀ ପୀଡ଼ିତାଙ୍କ ପରିବାରକୁ ଭେଟି ତାଙ୍କୁ ସାନ୍ତ୍ୱନା ପ୍ରଦାନ କରିଥିଲା ବେଳେ ରାଜ୍ୟ ଶିଶୁ କମିସନର ଓ ମହିଳା କମିସନ ସେହି ସମୟରେ ବିଜେପି ଦ୍ୱାରା ଆୟୋଜିତ ହେଉଥିବା ମିଛ ଜନ ଆକ୍ରୋଶ ରାଲିରେ ଅଂଶଗ୍ରହଣ କରିଥିଲେ । ତେଣୁ ସାମ୍ୱିଧାନିକ ପଦବୀରେ ଥିବା ନେତାମାନେ ଦଳୀୟ ରାଜନୀତିରୁ ଊଦ୍ଧ୍ୱର୍ରେ ରହି ଲୋକଙ୍କ ସମସ୍ୟା କିପରି ସମାଧାନ ହୋଇପାରିବ, ସେଥିନେଇ ଯତ୍ନବାନ ହୁଅନ୍ତୁ ।

  • Related Posts

    ବିଜେଡି-କଂଗ୍ରେସ ମେଣ୍ଟ !

    ଭୁବନେଶ୍ୱର : ଆଗାମୀ ଦିନରେ ବିଜେଡି ଏବଂ କଂଗ୍ରେସ ଏକାଠି ହୋଇ ନିର୍ବାଚନ ଲଢ଼ିପାରନ୍ତି । ଏହି ମେଣ୍ଟ ସମ୍ଭାବନା ସମ୍ପର୍କରେ ଉଭୟ ଦଳର ଟୀକା ଟିପ୍ପଣୀ ଏବେ ସମଗ୍ର ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି । ଗତ ରାଜ୍ୟସଭା ନିର୍ବାଚନରେ…

    Continue reading
    ମହିଳା ସଂରକ୍ଷଣ ପ୍ରସଙ୍ଗ ୨୪ ଓ ୨୫ରେ ରାଜ୍ୟରେ ମହିଳା ଆକ୍ରୋଶ ସମ୍ମିଳନୀ:ବିଜେପି

     ରାଜ୍ୟର ପ୍ରତ୍ୟେକ ସାଂଗଠାନିକ ଜିଲ୍ଲାରେ ୫ ହଜାରରୁ ଊର୍ଦ୍ଧ୍ୱ ମହିଳା ସାମିଲ ହେବେ  ସମାଜର ପ୍ରତ୍ୟେକ ବର୍ଗର ମହିଳା ବହୁ ସଂଖ୍ୟାରେ ଏହି ଯାତ୍ରାରେ ସାମିଲ ହେବାକୁ ଅନୁରୋଧ  ରାଜଧାନୀ ଭୁବନେଶ୍ୱରରେ ହୋଇଥିବା ବିଶାଳ “ଜନ ଆକ୍ରୋଶ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର