ବାରବାଟୀରେ ଟିକେଟ ପାଇଁ ଠେଲାପେଲା

କଟକ : ବାରବାଟୀ ବ୍ୟାଟେଲର କ୍ରେଜ୍ ଭିତରେ ଟିକେଟ୍ ଖଣ୍ଡିଏ ପାଇବା ପାଇଁ ଭିଡ଼ ଭିତରେ ଜଣେ ଯୁବକ ଅଚେତ ହୋଇ ପଡିଥିବାର ମଧ୍ୟ ସୂଚନା ଆସୁଛି । ସ୍ଥିତି ଏମିତି ଉପୁଜିଛି ଯେ ଚାଲି ଚାଲି ଟିକେଟ୍ ଆଣିବାକୁ ଯାଇଥିବା ଲୋକ ଧାଡିରେ ଛିଡ଼ା ହୋଇଥିବା ଲୋକଙ୍କ କାନ୍ଧରେ ଚଢି ଆସୁଛନ୍ତି । ବାରବାଟୀ ଦିନିକିଆ ଟିକେଟ ପାଇବା ପାଇଁ ହୋଇଛି ଠେଲାପେଲା। ଭିଡ ନିୟନ୍ତ୍ରଣ କରିବାରେ ବିଫଳ ପୋଲିସ। ଶହ ଶହ ଟିକେଟ ଆଶାୟୀ ହୋଇଛନ୍ତି ନୟାନ୍ତ। ପ୍ରବଳ ଠେଲାପେଲାରୁ କିଛି ବ୍ୟକ୍ତି ଅସୁସ୍ଥ ହୋଇଥିବା ସୂଚନା ମିଳିଛି। ଲାଇନରେ ହଜାର ହଜାର ଲୋକ ଠିଆ ହୋଇଛନ୍ତି ହେଲେ ପ୍ରକୃତ କ୍ରିକେଟପ୍ରେମୀ ଟିକେଟ ପାଇବା ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ। ରାତି ୯ଟାରୁ ଲାଇନରେ ଠିଆ ହୋଇଥିବା ମହିଳାଙ୍କୁ ନେଇ ପ୍ରଶ୍ନ ଉଠିଛି। ଅଧିକାଂଶ ମହିଳା ଜାଣୁନାହାନ୍ତି କାହା ସହ କାହାର ମ୍ୟାଚ ରହିଛି। ତଥାପି ଲାଇନରେ ଠିଆ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କେତେଜଣ ପ୍ରକୃତ କ୍ରିକେଟପ୍ରେମୀ ବା ଖେଳ ଦେଖିବାକୁ ଆଗ୍ରହୀ ତାହାକୁ ନେଇ ପ୍ରଶ୍ନ ଉଠିଛି। ଠିଆ ହୋଇଥିବା ମହିଳା ଯଦି ଟିକେଟ ପାଆନ୍ତି ତେବେ ସବୁ ଟିକେଟ ସରିବା ଆଶଙ୍କା ସୃଷ୍ଟି ହୋଇଛି। ଯୋଜନବଦ୍ଧ ଭାବେ ଟିକେଟ ହାତେଇବା ଲାଗି ଉଦ୍ୟମ ହୋଇଥିବା ଅଭିଯୋଗ ଉଠୁଛି। ୯ ତାରିଖରେ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଭାରତ-ଇଂଲଣ୍ଡ ଦିନିକିଆ। ସମୟ ଯେତିକି ପାଖେଇ ଆସୁଛି,ମ୍ୟାଚକୁ ନେଇ ଉତ୍କଣ୍ଠା ବଢ଼ି ବଢ଼ି ଚାଲିଛି । ଆଜିଠୁ କାଉଣ୍ଟରରେ ଅଫଲାଇନ୍ ଟିକେଟ୍ ବିକ୍ରି ଆରମ୍ଭ ହୋଇଛି। ଗତକାଲି ରାତିରୁ କ୍ରିକେଟ ପ୍ରେମୀ ଲାଇନ୍ ଲଗାଇଛନ୍ତି। ଟିକେଟ ପାଇଁ ରାତି ସାରା ଧାଡି ବାନ୍ଧି ଉଜାଗର ରହିଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରୁ ଆସି ଟିକେଟ ପାଇଁ ଧାଡ଼ି ଲମ୍ଵାଇଛନ୍ତି। ଷ୍ଟାଡିୟମ ନିକଟରେ ୪ଟି କାଉଣ୍ଟରର ବ୍ୟବସ୍ଥା ହୋଇଛି । ଟିକେଟ୍‌ ବିକ୍ରିକୁ ଶୃଙ୍ଖଳିତ କରିବା ପାଇଁ ବ୍ୟାରିକେଡ ବନ୍ଧା ଯାଇଛି । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ମୋଟ ୧୭ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି।

  • Related Posts

    ବେଆଇନ୍‌ ଭାବେ ଗୋରୁ ଚାଲାଣ ବେଳେ ଉଦ୍ଧାର

    ଭଦ୍ରକ: ଥମୁନି ବେଆଇନ୍‌ ଗୋରୁ ଚାଲାଣ । ଭଦ୍ରକରୁ ପୁଣି ଥରେ ବେଆଇନ୍‌ ଭାବେ ଗୋରୁ ଚାଲାଣ ବେଳେ ଉଦ୍ଧାର ହୋଇଛନ୍ତି । ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ରାନ୍ଦିଆ ବାଲୁଅ ଛକ ନିକଟରୁ ଏକ ଗାଡ଼ିକୁ ଜବତ କରାଯାଇଛି। ଖବର…

    ନୂଆ ମୋଡ଼ ନେବାରେ ଲାଗିଛି ଆତ୍ମାହୁତି ଘଟଣା

    ବାଲେଶ୍ୱର: ଦିନକୁ ଦିନ ନୂଆ ମୋଡ଼ ନେବାରେ ଲାଗିଛି ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟ ଛାତ୍ରୀ ଆତ୍ମାହୁତି ଘଟଣା । ଗିରଫ ଛାତ୍ର ଜ୍ୟୋତିପ୍ରକାଶ ବିଶ୍ୱାଳ, ଶୁଭ୍ରସମ୍ବିତ ନାୟକଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଛି । ତେବେ ଘଟଣାରେ ଏବେ ଅନ୍ୟମାନଙ୍କ ଉପରେ କ୍ରାଇମବ୍ରାଞ୍ଚର…

    Leave a Reply

    Your email address will not be published. Required fields are marked *

    You Missed

    ପ୍ରବଳ ବର୍ଷା ସମ୍ଭାବନା,ୟେଲୋ ଓ୍ୱାର୍ଣ୍ଣିଂ ଜାରି

    ପ୍ରବଳ ବର୍ଷା ସମ୍ଭାବନା,ୟେଲୋ ଓ୍ୱାର୍ଣ୍ଣିଂ ଜାରି

    ବେଆଇନ୍‌ ଭାବେ ଗୋରୁ ଚାଲାଣ ବେଳେ ଉଦ୍ଧାର

    ବେଆଇନ୍‌ ଭାବେ ଗୋରୁ ଚାଲାଣ ବେଳେ ଉଦ୍ଧାର

    ନୂଆ ମୋଡ଼ ନେବାରେ ଲାଗିଛି ଆତ୍ମାହୁତି ଘଟଣା

    ନୂଆ ମୋଡ଼ ନେବାରେ ଲାଗିଛି ଆତ୍ମାହୁତି ଘଟଣା

    ଭିଜିଲାନ୍ସ ପଞ୍ଝାରେ ଡ୍ରଗ୍ସ କଣ୍ଟ୍ରୋଲର୍ ଅଫିସର୍

    ଭିଜିଲାନ୍ସ ପଞ୍ଝାରେ ଡ୍ରଗ୍ସ କଣ୍ଟ୍ରୋଲର୍ ଅଫିସର୍

    ‘ଶ୍ରୀମନ୍ଦିର ଆଇନରେ ପରିବର୍ତ୍ତନ ନେଇ ସରକାରଙ୍କୁ ଦିଆଯିବା ପ୍ରସ୍ତାବ’

    ‘ଶ୍ରୀମନ୍ଦିର ଆଇନରେ ପରିବର୍ତ୍ତନ ନେଇ ସରକାରଙ୍କୁ ଦିଆଯିବା ପ୍ରସ୍ତାବ’

    ବାଦଲଫଟା ବର୍ଷା ଓ ଭୂସ୍ଖଳନରେ: 10 ମୃତ, ୫୦ ନିଖୋଜ

    ବାଦଲଫଟା ବର୍ଷା ଓ ଭୂସ୍ଖଳନରେ: 10 ମୃତ, ୫୦ ନିଖୋଜ