ବାରବାଟୀ କାଉଣ୍ଟରରେ ଅଫଲାଇନ୍ ଟିକେଟ୍ ବିକ୍ରି ଆରମ୍ଭ

କଟକ : ୯ ତାରିଖରେ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଭାରତ-ଇଂଲଣ୍ଡ ଦିନିକିଆ। ସମୟ ଯେତିକି ପାଖେଇ ଆସୁଛି,ମ୍ୟାଚକୁ ନେଇ ଉତ୍କଣ୍ଠା ବଢ଼ି ବଢ଼ି ଚାଲିଛି । ଆଜିଠୁ କାଉଣ୍ଟରରେ ଅଫଲାଇନ୍ ଟିକେଟ୍ ବିକ୍ରି ଆରମ୍ଭ ହୋଇଛି। ଗତକାଲି ରାତିରୁ କ୍ରିକେଟ ପ୍ରେମୀ ଲାଇନ୍ ଲଗାଇଛନ୍ତି। ଟିକେଟ ପାଇଁ ରାତି ସାରା ଧାଡି ବାନ୍ଧି ଉଜାଗର ରହିଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରୁ ଆସି ଟିକେଟ ପାଇଁ ଧାଡ଼ି ଲମ୍ଵାଇଛନ୍ତି। ଷ୍ଟାଡିୟମ ନିକଟରେ ୪ଟି କାଉଣ୍ଟରର ବ୍ୟବସ୍ଥା ହୋଇଛି । ଟିକେଟ୍‌ ବିକ୍ରିକୁ ଶୃଙ୍ଖଳିତ କରିବା ପାଇଁ ବ୍ୟାରିକେଡ ବନ୍ଧା ଯାଇଛି । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ମୋଟ ୧୭ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି।

ସୂଚନାନୁଯାୟୀ, ସକାଳ ୯ଟାରୁ କ୍ରିକେଟ୍ ପ୍ରେମୀଙ୍କ ପାଇଁ ଟିକେଟ୍ କାଉଣ୍ଟର ଖୋଲିବାର ଥିଲା। ହେଲେ କାଉଣ୍ଟର ଖୋଲିବାରେ ସାମାନ୍ୟ ବିଳମ୍ବ ହୋଇଛି। ଗୁରୁବାର ମଧ୍ୟ ଦର୍ଶକଙ୍କ ପାଇଁ କାଉଣ୍ଟର ଖୋଲା ରହିବ। ସକାଳ ୯ଟାରୁ ସନ୍ଧ୍ୟା ୬ଟା ଯାଏଁ ଟିକେଟ୍‌ ବିକ୍ରି ହେବ। ଏଥିପାଇଁ ଓଡ଼ିଶା କ୍ରିକେଟ୍‌ ସଂଘ (ଓସିଏ) ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି । ଗତ ୨ ତାରିଖରେ ଅନଲାଇନ୍‌ରେ ଟିକେଟ ବୁକିଂ କରି ପାରିନଥିବା କ୍ରିକେଟପ୍ରେମୀ ଆଜିର ଦିନକୁ ଅପେକ୍ଷା କରି ରହିଥିଲେ। ଷ୍ଟାଡିୟମ ନିକଟରେ ୪ଟି କାଉଣ୍ଟରରେ ଟିକେଟ ବିକ୍ରି ବ୍ୟବସ୍ଥା ହୋଇଛି । ସମସ୍ତ ଗ୍ୟାଲେରୀ ଏବଂ ଦାମୀ ଟିକେଟକୁ ମିଶାଇ ୧୧,୦୮୦ ଟିକେଟ କାଉଣ୍ଟରରେ ବିକ୍ରି ହେବ ବୋଲି ଓସିଏ ପକ୍ଷରୁ ସୂଚନା ଦିଆଯାଇଛି ।

ପ୍ରକାଶ ଥାଉକି, ହର୍ସଗେଟ୍‌ ନିକଟରେ ଗୋଟିଏ କାଉଣ୍ଟର ଖୋଲିଛି। ଏଠାରେ ସ୍ପେଶିଆଲ ଏନକ୍ଲୋଜର, ଏସି ବକ୍ସ, କର୍ପୋରେଟ ବକ୍ସ, ନ୍ୟୁ ପାଭିଲିୟନ ଆଦି ଟିକେଟ ମିଳୁଛି। ଉଭୟ ପୁରୁଷ ଏବଂ ମହିଳାଙ୍କ ନିମନ୍ତେ ଗୋଟିଏ ଧାଡ଼ି ହୋଇଛି। ବାସ୍କେଟବଲ ଗ୍ରାଉଣ୍ଡ ନିକଟ ତଥା ଫାଟକ ନଂ-୧୩ ନିକଟରେ ୩ଟି କାଉଣ୍ଟର ଖୋଲିଛି । ଏହି ସବୁ କାଉଣ୍ଟରରେ କେବଳ ଗ୍ୟାଲେରୀ ଟିକେଟ୍‌ ବିକ୍ରି ହେଉଛି । ଗୋଟିଏ କାଉଣ୍ଟର କେବଳ ମହିଳାଙ୍କ ପାଇଁ ରହିଛି। ଅନ୍ୟ ଦୁଇଟି କାଉଣ୍ଟରରେ ପୁରୁଷମାନଙ୍କୁ ଟିକେଟ୍‌ ମିଳୁଛି ।

ଜଣେ ବ୍ୟକ୍ତିଙ୍କୁ ଦୁଇଟି ଟିକେଟ୍‌ ମିଳିବ । ଏ ନେଇ ପରିଚୟପତ୍ର ବାଧ୍ୟତାମୂଳକ କରାଯାଇଛି । ଓସିଏ ଏକାଡେମୀ ନିକଟରେ ଏବଂ ଉପର ବାଲିଯାତ୍ରା ପଡ଼ିଆରେ ପାର୍କିଂ ବ୍ୟବସ୍ଥା ହୋଇଛି । ଟିକେଟ କ୍ରେତାଙ୍କ ନିମନ୍ତେ ଓସିଏ ପକ୍ଷରୁ ସ୍ୱତନ୍ତ୍ର ବନ୍ଦୋବସ୍ତ କରାଯାଇଛି । ଏକାଡେମୀ ନିକଟରେ ବିଶ୍ରାମଗୃହ ଏବଂ ପାନୀୟଜଳ ବ୍ୟବସ୍ଥା ରହିଛି । ଦର୍ଶକମାନେ ଯେମିତି ଶାନ୍ତି ଶୃଙ୍ଖଳାର ସହ ଟିକେଟ୍‌ କିଣି ଘରକୁ ଫେରିବେ ସେଥିପାଇଁ ବ୍ୟାପକ ପୁଲିସ ମୁତୟନ ହୋଇଛନ୍ତି । ଟିକେଟ୍‌ ମୂଲ୍ୟ ୯୦୦ରୁ ୨୦୦୦୦ ଟଙ୍କା ପର୍ୟ୍ୟନ୍ତ ରହିଛି ।

  • Related Posts

    ଆଇପିଏଲ: ଆଜି ଦିଲ୍ଲୀ-ଲକ୍ଷ୍ନୌ ମୁହାଁମୁହିଁ

    ଆଜି ଆଇପିଏଲ ୨୦୨୬ର ପଞ୍ଚମ ମ୍ୟାଚ ଖେଳାଯିବ । ରିଷଭ ପନ୍ତଙ୍କ ନେତୃତ୍ୱରେ ଲକ୍ଷ୍ନୌ ଦଳ ଘରୋଇ ଗ୍ରାଉଣ୍ଡ୍‌ରେ ଦିଲ୍ଲୀକୁ ଭେଟିବ । ଉଭୟ ଦଳ ବିଜୟ ସହ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଥିବାରୁ ଆଜି ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା…

    Continue reading
    ବାଂଲାଦେଶରେ ଆଇପିଏଲ୍‌ ପ୍ରସାରଣ ବନ୍ଦ

    ନୂଆଦିଲ୍ଲୀ: ବାଂଲାଦେଶରେ ଚଳିତ ଆଇପିଏଲ୍‌ର ଟିଭି ପ୍ରସାରଣ ହେବନାହିଁ। ବାଂଲାଦେଶରେ ଟିସ୍ପୋର୍ଟସ ଚ୍ୟାନେଲ ଆଇପିଏଲ୍‌ ମ୍ୟାଚ୍‌ର ପ୍ରସାରଣ କରିବାର ଥିଲା। ହେଲେ ବକେୟା ଅର୍ଥ ଦେଇ ନଥିବାରୁ ଟିସ୍ପୋର୍ଟସ ସହ ଆଇପିଏଲ୍‌ର ପ୍ରସାରଣ ଅଧିକାର ପାଇଥିବା ଜିଓଷ୍ଟାର୍ ଚୁକ୍ତି ବାତିଲ କରିଦେଇଛି।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ