ବାରବାଟୀ ଲଢ଼େଇ, ୨୮ ଓ ୨୯ ରେ ବିକ୍ରି କରାଯିବ ଟିକେଟ୍

କଟକ: ଭାରତ-ଇଂଲଣ୍ଡ ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚ୍‌ ଫେବ୍ରୁଆରୀ ୯ ତାରିଖରେ ବାରବାଟୀ ଷ୍ଟାଡିୟମରେ ଖେଳାଯିବ । ଆୟୋଜକ ଓଡ଼ିଶା କ୍ରିକେଟ ଆସୋସିଏସନ୍‌ (ଓସିଏ) ଏନେଇ ପ୍ରସ୍ତୁତି ଚୁଡ଼ାନ୍ତ ପର୍ୟ୍ୟାୟରେ ପହଞ୍ଚିଛି। ଟିକେଟ୍ ବୁକିଂ ନେଇ ତାରିଖ ଘୋଷଣା କରିଛି ଓସିଏ। ଓସିଏ ଅନୁବନ୍ଧିତ ସଂସ୍ଥା ଗୁଡ଼ିକୁ ଆସନ୍ତା ୨୮ ଓ ୨୯ ରେ ବିକ୍ରି କରାଯିବ । ସେହିଭଳି ସାଧାରଣ ଲୋକଙ୍କ ପାଇଁ ଫେବ୍ରୁଆରୀ ୬ ଏବଂ ୭ ତାରିଖରେ ଅନ୍‌ଲାଇନ୍ ଏବଂ ଅଫ୍‌ଲାଇନ୍‌ରେ ଟିକେଟ୍ କିଣିପାରିବେ।

ଗତ ଡିସେମ୍ବର ୨୯ ତାରିଖରେ ଓସିଏର ବାର୍ଷିକ ସାଧାରଣ ବୈଠକ ବସିଥିଲା । ବୈଠକରେ ପୂର୍ବ ଘୋଷିତ ଟିକେଟ୍‌ ମୂଲ୍ୟ ହ୍ରାସ କରାଯିବା ନେଇ ନିଷ୍ପତ୍ତି ହୋଇଥିଲା । ଗ୍ୟାଲେରୀ ୧ ଓ ୩ ନଂ ମୂଲ୍ୟ ୧୨୦୦ ଟଙ୍କା ରହିଥିଲା, ତାହା ୧୦୦ ଟଙ୍କା ହ୍ରାସ ହୋଇ ୧୧୦୦ ଟଙ୍କା କରାଯାଇଛି । ସେମିତି ଗ୍ୟାଲେରୀ ୫ର ମୂଲ୍ୟ ୧୫୦୦ରୁ ୧୨୦୦ ଟଙ୍କା, ଗ୍ୟାଲେରୀ ୨ ଓ ୪ର ମୂଲ୍ୟ ୧୦୦୦ରୁ ୯୦୦ ଟଙ୍କା, ଗ୍ୟାଲେରୀ ୭ର ମୂଲ୍ୟ ୮୦୦ରୁ ୭୦୦ ଟଙ୍କା, ସ୍ପେଶିଆଲ ଏନକ୍ଲୋଜର ୭୦୦୦ରୁ ୬୦୦୦ ଟଙ୍କା, ଏସି ଗ୍ୟାଲେରୀ ବକ୍ସ ୯୦୦୦ରୁ ୮୦୦୦ ଟଙ୍କା, କର୍ପୋରେଟ ବକ୍ସ ୨୦୦୦୦ ଟଙ୍କା ଏବଂ ନ୍ୟୁପାଭିଲିୟନ ୧୦୦୦୦ ଟଙ୍କା ରଖାଯାଇଛି । କାଉଣ୍ଟରରେ ଦର୍ଶକଙ୍କୁ ମ୍ୟାଚ୍‌ର ଦୁଇ ଦିନ ପୂର୍ବରୁ ଟିକେଟ୍‌ ବିକ୍ରି କରାଯିବ । ଏଥିପାଇଁ କମିଶନ ପୋଲିସ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯଇଛି।

  • Related Posts

    ଆଇପିଏଲ: ଆଜି ଦିଲ୍ଲୀ-ଲକ୍ଷ୍ନୌ ମୁହାଁମୁହିଁ

    ଆଜି ଆଇପିଏଲ ୨୦୨୬ର ପଞ୍ଚମ ମ୍ୟାଚ ଖେଳାଯିବ । ରିଷଭ ପନ୍ତଙ୍କ ନେତୃତ୍ୱରେ ଲକ୍ଷ୍ନୌ ଦଳ ଘରୋଇ ଗ୍ରାଉଣ୍ଡ୍‌ରେ ଦିଲ୍ଲୀକୁ ଭେଟିବ । ଉଭୟ ଦଳ ବିଜୟ ସହ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଥିବାରୁ ଆଜି ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା…

    Continue reading
    ବାଂଲାଦେଶରେ ଆଇପିଏଲ୍‌ ପ୍ରସାରଣ ବନ୍ଦ

    ନୂଆଦିଲ୍ଲୀ: ବାଂଲାଦେଶରେ ଚଳିତ ଆଇପିଏଲ୍‌ର ଟିଭି ପ୍ରସାରଣ ହେବନାହିଁ। ବାଂଲାଦେଶରେ ଟିସ୍ପୋର୍ଟସ ଚ୍ୟାନେଲ ଆଇପିଏଲ୍‌ ମ୍ୟାଚ୍‌ର ପ୍ରସାରଣ କରିବାର ଥିଲା। ହେଲେ ବକେୟା ଅର୍ଥ ଦେଇ ନଥିବାରୁ ଟିସ୍ପୋର୍ଟସ ସହ ଆଇପିଏଲ୍‌ର ପ୍ରସାରଣ ଅଧିକାର ପାଇଥିବା ଜିଓଷ୍ଟାର୍ ଚୁକ୍ତି ବାତିଲ କରିଦେଇଛି।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ