ବାର୍ଷିକ ବେଦ ସମ୍ମିଳନୀ ଓ ୨୦୨ କୁଣ୍ଡୀୟ ବିଶ୍ୱଶାନ୍ତି ମହାଯଜ୍ଞ

ବାରାଇକିଆ: କନ୍ଧମାଳ ଜିଲ୍ଲାର କେ.ନୂଆଗାଁ ବ୍ଲକ ଅନ୍ତର୍ଗତ ଗୁମାମାହା ବାଲିଗାଡ଼ା ଗ୍ରାମରେ ବେଦଜ୍ୟୋତି ଆର୍.କେ.ବି. କ୍ଲଷ୍ଟର ଆର୍ଯ୍ୟସମାଜ, ବାଲିଗୁଡ଼ା ଉପଖଣ୍ଡ ପକ୍ଷରୁ ବାର୍ଷିକ ବେଦ ସମ୍ମିଳନୀ ସହ ୨୦୨ କୁଣ୍ଡୀୟ ରାଷ୍ଟ୍ରରକ୍ଷା, ଧର୍ମରକ୍ଷା ଓ ବିଶ୍ୱଶାନ୍ତି ମହାଯଜ୍ଞ ଅତ୍ୟନ୍ତ ଭବ୍ୟ ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଜୁନ୍ ୬ ତାରିଖରୁ ଆରମ୍ଭ ହୋଇ ଜୁନ୍ ୮ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ଚାଲିଥିବା ଏହି ମହାନ ଧାର୍ମିକ ଆୟୋଜନରେ କନ୍ଧମାଳ ସମେତ ବିଭିନ୍ନ ଜିଲ୍ଲାରୁ ହଜାର ହଜାର ଶ୍ରଦ୍ଧାଳୁ, ବେଦପ୍ରେମୀ ଓ ସମାଜସେବୀ ଯୋଗଦେଇ ଧାର୍ମିକ ଚେତନାର ବାର୍ତ୍ତା ଗ୍ରହଣ କରିଥିଲେ।
ସ୍ୱାମୀ ଶ୍ରଦ୍ଧାନନ୍ଦଙ୍କ ପବିତ୍ର ସ୍ମୃତିରେ ଆୟୋଜିତ ଏହି ୨୦୨ କୁଣ୍ଡୀୟ ବୈଦିକ ମହାଯଜ୍ଞରେ ବୈଦିକ ରୀତିନୀତି ଅନୁଯାୟୀ ମନ୍ତ୍ରୋଚ୍ଚାରଣ, ଅଗ୍ନିହୋତ୍ର ଓ ପୂର୍ଣ୍ଣାହୁତି କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ଯଜ୍ଞ ମଣ୍ଡପରେ ଗୁଞ୍ଜରିତ ବୈଦିକ ମନ୍ତ୍ରଧ୍ୱନି ସମଗ୍ର ପରିବେଶକୁ ଭକ୍ତିମୟ କରିଦେଇଥିଲା। ବିଶ୍ୱଶାନ୍ତି, ମାନବ କଲ୍ୟାଣ, ରାଷ୍ଟ୍ରର ଉନ୍ନତି ଓ ସମାଜରେ ସଦ୍ଭାବନା ପ୍ରତିଷ୍ଠା ଉଦ୍ଦେଶ୍ୟରେ ଏହି ମହାଯଜ୍ଞ ଅନୁଷ୍ଠିତ ହୋଇଥିଲା।
ସମ୍ମିଳନୀରେ ଆୟୋଜିତ ବୈଦିକ ପ୍ରବଚନ ସଭାରେ ବେଦର ମହିମା, ଯଜ୍ଞର ବୈଜ୍ଞାନିକ ଉପକାରିତା, ମାନବ ଜୀବନରେ ସଂସ୍କାରର ଭୂମିକା, ପରିବାର ଓ ସମାଜ ଗଠନରେ ନୈତିକ ମୂଲ୍ୟବୋଧର ଆବଶ୍ୟକତା ଏବଂ ପଞ୍ଚ ମହାଯଜ୍ଞର ବିଶେଷତ୍ୱ ଉପରେ ବିଦ୍ୱାନମାନେ ବିସ୍ତୃତ ଆଲୋକପାତ କରିଥିଲେ। ବକ୍ତାମାନେ ବର୍ତ୍ତମାନ ସମାଜରେ ବୃଦ୍ଧି ପାଉଥିବା ନୈତିକ ଅବକ୍ଷୟ, ନିଶାସକ୍ତି ଓ ସାମାଜିକ ବିଭେଦକୁ ଦୂର କରିବା ପାଇଁ ବେଦୀୟ ଆଦର୍ଶ ଗ୍ରହଣ କରିବାକୁ ଆହ୍ୱାନ ଦେଇଥିଲେ।ଏହି ଅବସରରେ ରାଜ୍ୟ ଓ ଦେଶର ବିଭିନ୍ନ ପ୍ରାନ୍ତରୁ ଆଗମନ କରିଥିବା ପ୍ରଖ୍ୟାତ ସନ୍ନ୍ୟାସୀ ଓ ବୈଦିକ ବିଦ୍ୱାନମାନଙ୍କ ମଧ୍ୟରେ ସ୍ୱାମୀ ବ୍ରତାନନ୍ଦଜୀ ମହାରାଜ (ଗୁରୁକୁଳ ଆଶ୍ରମ, ନୂଆପଡ଼ା), ଡା. ଉଷା ମୁନିଜୀ (ଭଞ୍ଜନଗର), ସ୍ୱାମୀ ଆତ୍ମାନନ୍ଦଜୀ (କନ୍ଧମାଳ), ସ୍ୱାମୀ ଶ୍ରେୟାସ୍ପତିଜୀ (ଗୁଜରାଟ), ସୋମଦତ୍ତ ଶାସ୍ତ୍ରୀଜୀ (ବରଗଡ଼), ଯୋଗେନ୍ଦ୍ର ଉପାଧ୍ୟାୟଜୀ (ରାଉରକେଲା), ଯୋଗାନନ୍ଦଜୀ (ଗଞ୍ଜାମ) ଏବଂ ପଣ୍ଡିତ ଲକ୍ଷ୍ମଣ କୁମାର ଶାସ୍ତ୍ରୀ ପ୍ରମୁଖ ଯୋଗଦେଇ ଶ୍ରଦ୍ଧାଳୁମାନଙ୍କୁ ବୈଦିକ ଜ୍ଞାନ, ଧର୍ମ, ସଂସ୍କୃତି ଓ ଆଧ୍ୟାତ୍ମିକତା ସମ୍ପର୍କରେ ଉପଦେଶ ପ୍ରଦାନ କରିଥିଲେ।
କାର୍ଯ୍ୟକ୍ରମର ସଫଳ ପରିଚାଳନାରେ ସଭାପତି ଓମ ପ୍ରକାଶ ବେହେରା, ଶ୍ରୀ ଅମିତ ଆର୍ଯ୍ୟ, ଉପଦେଷ୍ଟା ନାରାୟଣ ପ୍ରସାଦ ମହାନ୍ତି,ଆର୍ଯ୍ୟସମାଜର ସଦସ୍ୟ, ସ୍ଥାନୀୟ ଗ୍ରାମବାସୀ, ସ୍ୱେଚ୍ଛାସେବୀ ସକ୍ରିୟ ସହଯୋଗ କରିଥିଲେ। ତିନି ଦିନ ଧରି ଭକ୍ତମାନଙ୍କ ପାଇଁ ପ୍ରସାଦ ସେବନ, ସତ୍ସଙ୍ଗ ଓ ଧାର୍ମିକ ଆଲୋଚନାର ବ୍ୟବସ୍ଥା ମଧ୍ୟ କରାଯାଇଥିଲା।
ଶେଷ ଦିନରେ ପୂର୍ଣ୍ଣାହୁତି ଓ ଶାନ୍ତି ପାଠ ସହିତ କାର୍ଯ୍ୟକ୍ରମ ସମାପ୍ତ ହୋଇଥିଲା। ଏହି ମହାଯଜ୍ଞ ଓ ବେଦ ସମ୍ମିଳନୀ କେବଳ ଏକ ଧାର୍ମିକ ଆୟୋଜନ ନୁହେଁ, ବରଂ ବୈଦିକ ସଂସ୍କୃତିର ପ୍ରଚାର, ନୈତିକ ମୂଲ୍ୟବୋଧର ପ୍ରସାର ଏବଂ ବିଶ୍ୱଶାନ୍ତିର ବାର୍ତ୍ତା ପ୍ରଦାନ କରିବାରେ ଏକ ସଫଳ ପ୍ରୟାସ ଭାବେ ପରିଗଣିତ ହୋଇଛି।
ରିପୋର୍ଟର ଦୁତି କୃଷ୍ଣ ପଣ୍ଡା

  • Related Posts

    ମେଟାକୁ କୋର୍ଟଙ୍କ ନିର୍ଦେଶ; ମୋଦୀ-ମହିଳାଙ୍କ ଫଟୋ ହଟାଅ

    ନୂଆଦିଲ୍ଲୀ: କକ୍ରୋଚ୍ ଜନତା ପାର୍ଟି (ସିଜେପି) ନେତା ସୌରଭ ଦାସ, ଅଭିଜିତ ଦୀପକେ, ଆଶୁତୋଷ ରଙ୍କା ଓ ରତ୍ନ ସିଂହଙ୍କୁ ଦିଲ୍ଲୀ ହାଇକୋର୍ଟ ଶୁକ୍ରବାର ନୋଟିସ୍ ଜାରି କରିଛନ୍ତି। ଚଳିତ ବର୍ଷ ଯନ୍ତରମନ୍ତରରେ ହୋଇଥିବା ବିକ୍ଷୋଭ ପ୍ରଦର୍ଶନ ସମୟରେ ଜଣେ ମହିଳାଙ୍କ…

    Continue reading
    ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାର ଅଗ୍ରଗତି ସମୀକ୍ଷା

    ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଗୁରୁତ୍ୱପୂର୍ଣ୍ଣ ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ’ ଯୋଜନାର କାର୍ଯ୍ୟକାରିତା ସଂପର୍କିତ ରାଜ୍ୟସ୍ତରୀୟ ପରିଚାଳନା କମିଟିର ପ୍ରଥମ ବୈଠକ ଲୋକସେବା ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଶାସନ ସଚିବ ଅନୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ