‘ବିକ୍ରମ’ ଇସ୍ରୋ ମିସନ୍‌ରେ ପ୍ରଥମ ସ୍ବଦେଶୀ ଚିପ୍ , ଓଡ଼ିଶାର ତିନୋଟି ଚିପ୍‌

ନୂଆଦିଲ୍ଲୀ,03/09: ସେମିକନ୍ ଇଣ୍ଡିଆ ୨୦୨୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତର ପ୍ରଥମ ମାଇକ୍ରୋ ପ୍ରୋସେସର୍‌ ଚିପ୍ ‘ବିକ୍ରମ’କୁ ଉନ୍ମୋଚନ କରିଛନ୍ତି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଏହି ଚିପ୍‌କୁ ବିକାଶ କରିଛି। ତାହାକୁ ମହାକାଶ ମିସନ୍‌ରେ ବ୍ୟବହାର କରିବାକୁ ପ୍ରସ୍ତୁତ କରାଯାଇଛି। କେନ୍ଦ୍ର ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏହି ଚିପ୍‌କୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ହସ୍ତାନ୍ତର କରିଥିଲେ। ଇସ୍ରୋ ମିସନ୍‌ରେ ବ୍ୟବହାର ହେବାକୁ ଥିବା ଏହି ‘ଚିପ୍‌’ ଆଜିର ଡିଜିଟାଲ୍‌ ହୀରା ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ସ୍ୱଦେଶୀ ଜ୍ଞାନକୌଶଳରେ ସେମିକଣ୍ଡକ୍ଟର ଚିପ୍ ପ୍ରସ୍ତୁତିରେ ଓଡ଼ିଶାକୁ ଐତିହାସିକ ସଫଳତା ମିଳିଛି । ଆଜି ନୂଆଦିଲ୍ଲୀରେ ଅନୁଷ୍ଠିତ ‘ସେମିକନ୍ ଇଣ୍ଡିଆ-୨୦୨୫’ର ଉଦ୍‌ଘାଟନୀ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଓଡ଼ିଶାରେ ନିର୍ମିତ ତିନୋଟି ସେମିକଣ୍ଡକ୍ଟର ଚିପକୁ ପ୍ରଦାନ କରିଛନ୍ତି କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଏହି ଚିପଗୁଡ଼ିକ ଓଡ଼ିଶାର ଶିକ୍ଷା ଅନୁଷ୍ଠାନମାନଙ୍କ ଉଦ୍ଭାବନୀ କ୍ଷମତାକୁ ପ୍ରତିଫଳିତ କରୁଛି ଏବଂ ରାଜ୍ୟକୁ ସେମିକଣ୍ଡକ୍ଟର ଓ ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ ଏକ ପ୍ରମୁଖ କେନ୍ଦ୍ର ଭାବେ ପ୍ରତିଷ୍ଠିତ କରୁଛି । ଏହି ତିନୋଟି ଚିପ୍ ମଧ୍ୟରୁ ଦୁଇଟି ରାଉରକେଲାର ନ୍ୟାସନାଲ ଇନଷ୍ଟିଟ୍ୟୁଟ ଅଫ୍ ଟେକ୍ନୋଲୋଜି (ଏନଆଇଟି) ଦ୍ୱାରା ଡିଜାଇନ କରାଯାଇଛି । ଭିଜି ଆପ୍ଲିଫାୟାର ଆଣ୍ଡ ସେନସର ସର୍କିଟ୍ (ସି୨ଏସ୦୦୧୮) ଏବଂ ପ୍ରେଜେଂଟ ଏନକ୍ରିପସନ କୋର (ସି୨ଏସ୍‌୦୦୧୭) । ତୃତୀୟ ଚିପ୍ ହେଉଛି- ହାଇ ପରଫର୍ମାନ୍ସ ମଲଟିପ୍ଲାୟାର ଆଇସି (ସି୨ଏସ୦୦୬୧) ଯାହାକି ବ୍ରହ୍ମପୁରସ୍ଥିତ ପାରଳା ମହାରାଜା ଇଞ୍ଜିନିୟରିଂ କଲେଜ (ପିଏମଇସି) ଦ୍ୱାରା ବିକଶିତ ହୋଇଛି । ଏହି ଚିପଗୁଡ଼ିକ ଭାରତର ପ୍ରଥମ ସ୍ୱଦେଶୀ ସେମିକଣ୍ଡକ୍ଟର ଉତ୍ପାଦନରେ ଓଡ଼ିଶାର ଅଗ୍ରଣୀ ଭୂମିକାକୁ ଦର୍ଶାଉଛି ।
ସେ କହିଥିଲେ ଯେ ଭାରତ ଉପରେ ସାରା ଦୁନିଆର ଭରସା ଅଛି। ଭାରତ ଏବେ ଏକ ସମ୍ପୂର୍ଣ୍ଣ ସେମିକଣ୍ଡକ୍ଟର୍‌ ‌ରାଷ୍ଟ୍ରରେ ପରିଣତ ହେବା ପଥରେ ରହିଛି। ସେହିଦିନ ଦୂର ନୁହେଁ ଯେତେବେଳେ ସାରା ବିଶ୍ବ କହିବ ଭାରତରେ ଡିଜାଇନ୍‌, ଭାରତରେ ତିଆରି ସେମିକଣ୍ଡକ୍ଟର୍‌ ବିଶ୍ବସ୍ତରୀୟ ମାନର ବୋଲି ମୋଦୀ କହିଥିଲେ। ପୂର୍ବରୁ ତେଲକୁ କଳା ସୁନା କୁହାଯାଉଥିଲା। କିନ୍ତୁ ଏବେ ଚିପ୍‌ ହେଉଛି ଡିଜିଟାଲ୍‌ ହୀରା ବୋଲି ସେ କହିଥିଲେ। ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଶ୍ରୀ ବୈଷ୍ଣବ ଏହାକୁ ଏକ ଗର୍ବର ମୁହୂର୍ତ୍ତ ବୋଲି କହିଛନ୍ତି। ଭାରତର ସେମିକଣ୍ଡକ୍ଟର୍‌ ଉତ୍ପାଦନ ଖର୍ଚ୍ଚ ଦୃଷ୍ଟିରୁ ୧୫-୩୦ ପ୍ରତିଶତ ଅଧିକ ମିତବ୍ୟୟୀ ରହିଛି। ୭.୮ ପ୍ରତିଶତ ଅଭିବୃଦ୍ଧି ସହ ବର୍ଦ୍ଧିତ ସେମିକଣ୍ଡକ୍ଟର୍‌ ବ୍ୟବସ୍ଥା ପର୍ଯ୍ୟନ୍ତ ଭାରତ ବତିଘର ସଦୃଶ ହୋଇଥିବା ସେ କହିଛନ୍ତି। ‘ବିକ୍ରମ’ ହେଉଛି ଭାରତର ପ୍ରଥମ ୩୨-ବିଟ୍ ମାଇକ୍ରୋ ପ୍ରୋସେସର୍‌ ଯାହା କଠିନ ପରିସ୍ଥିତିରେ କାମ କରିପାରିବ। ଏହାକୁ ବିଯୁକ୍ତ ୫୫ ଡିଗ୍ରିରୁ ୧୨୫ ଡିଗ୍ରି ତାପମାତ୍ରା ପର୍ଯ୍ୟନ୍ତ ଯେକୌଣସି ପରିସ୍ଥିତି‌ରେ କାମ କରିବା ଲାଗି ଡିଜାଇନ୍ କରାଯାଇଛି। ବିକ୍ରମ ସରାଭାଇ ସ୍ପେସ୍‌ ସେଣ୍ଟର ଓ ସେମିକଣ୍ଡକ୍ଟର୍‌ ଲ୍ୟାବ୍‌ର ମିଳିତ ଉଦ୍ୟମରେ ପ୍ରସ୍ତୁତ ଏହି ଚିପ୍‌ ୧୮୦ ନାନୋମିଟର ସିଏମ୍‌ଓଏସ୍ ପ୍ରଯୁକ୍ତି ଉପରେ ଆଧାରିତ।

  • Related Posts

    ୨୩ ଜିଲ୍ଲାରେ ନିଯୁକ୍ତି ପାଇଲେ ଏସଡ଼ିସି ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ

    ୦୬।୦୪।୨୦୨୬,ଭୁବନେଶ୍ୱର:ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୩ ଜିଲ୍ଲାର ସ୍ୱତନ୍ତ୍ର ଉନ୍ନୟନ ପରିଷଦ (ଏସଡ଼ିସି) ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ନିଯୁକ୍ତି ଦେଇଛନ୍ତି । ଅନୁଗୁଳରେ ଅଧ୍ୟକ୍ଷ ଭାବେ ବଶିଷ୍ଠ ନାୟକ ଓ ଉପାଧ୍ୟକ୍ଷ ଭାବେ ସୁରୁମଣି ଛତରଙ୍କୁ ନିଯୁକ୍ତି ମିଳିଛି । ସେହିପରି…

    Continue reading
    ଆଇକାର୍ଡ ଦେଖାଇ ୫ କେଜିଆ ସିଲିଣ୍ଡର ନେବେ ଛାତ୍ରଛାତ୍ରୀ ଓ ଶ୍ରମିକ

    ଭୁବନେଶ୍ୱର,୦୬।୦୪।୨୦୨୬:୫ କେଜିଆ ଗ୍ୟାସ ସିଲିଣ୍ଡର ବ୍ୟାନ୍‌ ନେଇ ଖାଦ୍ୟଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଘୋଷଣା ସହରାଞ୍ଚଳରେ କମ୍ପନ ସୃଷ୍ଟି କରିଥିଲା । ବିଶେଷକରି ଛାତ୍ରଛାତ୍ରୀ ଓ ଶ୍ରମିକମାନେ ଚିନ୍ତାରେ ପଡ଼ି ଯାଇଥିଲେ । କିନ୍ତୁ ଆଜି ସେମାନଙ୍କୁ ଆଶ୍ୱସ୍ତି ମିଳିଛି ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ