ବିଜେଡିକୁ ପଲିଟିକାଲ ସୁଇସାଇଡ ବୋଲି କହିଲେ ତଥାଗତ

ଭୁବନେଶ୍ୱର: ଚାଲିଛି ଉପରାଷ୍ଟ୍ରପତି ନିର୍ବାଚନ। ଏହି ସମୟରେ ବିଜେଡିକୁ ତେର୍ଚ୍ଛା ବାଣ ମାରି ଚର୍ଚ୍ଚାକୁ ଆସିଛନ୍ତି ଧରିତ୍ରୀ ଏବଂ ଓଡ଼ିଶା ପୋଷ୍ଟର ସମ୍ପାଦକ ତଥାଗତ ସତପଥୀ। ଉପରାଷ୍ଟ୍ରପତି ନିର୍ବାଚନରେ ବିଜେଡି ଭୋଟ ନ ଦେବା ପାଇଁ ନିଷ୍ପତ୍ତି ନେବା ପ୍ରସଙ୍ଗରେ ସେ ବିଜୁ ଜନତା ଦଳକୁ ଟାର୍ଗେଟ୍‌ କରିଛନ୍ତି । ଏପରିକି ବିଜେଡିକୁ ପଲିଟିକାଲ ସୁଇସାଇଡ ବୋଲି କହିଛନ୍ତି । ଯାହା ବି କିଛି ରାଜନୈତିକ ଅସ୍ତିତ୍ୱ ବଞ୍ଚିଥିଲା ସେତେକ ବି ଗଲା ବୋଲି କହି ତାଚ୍ଛଲ୍ୟ କରିଛନ୍ତି ତଥାଗତ। ଏଥିପାଇଁ ସେ ଏକ ଜାପାନିଜ ଶବ୍ଦ hara kiri-ed ର ବ୍ୟବହାର କରିଛନ୍ତି । ଯାହାର ଅର୍ଥ ନିଜକୁ ନିଜେ ଶେଷ କରିବା। ଅର୍ଥାତ୍‌ ବର୍ତ୍ତମାନର ରାଜନୈତିକ ସ୍ଥିତି ଅନୁସାରେ ଏହାକୁ ପଲଟିକାଲ ସୁଇସାଇଡ ବୋଲି ତଥାଗତ ସତପଥୀ ଉଲ୍ଲେଖ କରିଛନ୍ତି। ଏହାସହ ବିଜେଡି ଲୋଗୋକୁ ଛାଡି ବାକି ଫଟୋରେ କଳା ବୋଳି ଏକ ଫଟୋକୁ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରିଛନ୍ତି।

  • Related Posts

    ଭୁବନେଶ୍ବର ଫେରିଲେ କଂଗ୍ରେସ ବିଧାୟକ

    ଭୁବନେଶ୍ୱର: ରାଜ୍ୟ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ହଟାଅ ଅଭିଯାନରେ ଦିଲ୍ଲୀ ଯାଇଥିବା କଂଗ୍ରେସର ୫ ବିଧାୟକ ଶୁକ୍ରବାର ରାତିରେ ଭୁବନେଶ୍ବର ଫେରିଛନ୍ତି। ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ନେତୃତ୍ବରେ ସି.ଏସ. ରାଜନ ଏକ୍କା, ମଙ୍ଗୁ ଖିଲ,…

    Continue reading
    ପୋଲିସ ଆଇନର ରକ୍ଷକ ନୁହେଁ, ସତ୍ତାର ସୁରକ୍ଷା କର୍ମୀ:କଂଗ୍ରେସ

    ଭୁବନେଶ୍ୱର: ରାଜ୍ୟ ରାଜଧାନୀରେ ଜଣେ ଦୁଷ୍କର୍ମ ପୀଡିତାଙ୍କୁ ପୋଲିସର ନିର୍ଯାତନା ଏବଂ ଅର୍ଥ ଆଦାୟ ବିଷୟକୁ ନେଇ ଓଡିଶା ପୋଲିସ ପୁଣି ଥରେ କଳା କାରନାମା ରଚିଛି ଏବଂ ଏହାକୁ ନେଇ କଂଗ୍ରେସ ଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ