ବିଜେପିକୁ ଯିବେ ୨୭ ବିଜେଡି଼ ବିଧାୟକ, ଜାଣନ୍ତୁ କିଏ ?

ଭୁବନେଶ୍ୱର : ମହାରାଷ୍ଟ୍ର ଭଳି ଓଡ଼ିଶାରେ ବି ଦେଖିବାକୁ ମିଳିବ ରାଜନୀତିକ ହଟଚମଟ । ଏନସିପି ଓ ଶିବସେନା ଭଳି ଓଡ଼ିଶାରେ ବି ହେବ ବିଜେଡ଼ିର ବିଭାଜନ । ମୂଳ ଦଳକୁ ନେଇ ସେମାନଙ୍କ ଭିତରେ ଚାଲିବ ଫାଇଟିଂ । ରାଜନୀତିକ ଅଳିନ୍ଦରେ ଏଭଳି ଚର୍ଚ୍ଚା ଜୋର ଧରିବାରେ ଲାଗିଛି । ଏଭଳି ଚର୍ଚ୍ଚାକୁ ଖୋରାକ୍‌ ଯୋଗାଇଛନ୍ତି ବିଜେପି ବିଧାୟକ ସରୋଜ ପାଢ଼ୀ ।

 

ସରୋଜ କହିଛନ୍ତିଯେ, ନିକଟରେ ବିଜେଡ଼ିର ୨୭ ବିଧାୟକ ଏକାଠି ହୋଇଥିଲେ । ୩ ଦିନ ତଳେ ସେମାନେ ଏକାଠି ହୋଇ ଆଲୋଚନା କରିଛନ୍ତି । ବିଜେପି ସହ ସେମାନେ ଯୋଗସୂତ୍ରରେ ରହିଛନ୍ତି । ସରୋଜ ବାରବାର ଏଭଳି ମନ୍ତବ୍ୟ ଦୋହରାଉଥିବାରୁ ଏହାକୁ ନେଇ ବିଜେଡ଼ିରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । କେଉଁ କେଉଁ ବିଧାୟକ ଏକାଠି ହେଉଛନ୍ତି ସେନେଇ ତନାଘନା ବି ଆରମ୍ଭ ହୋଇଛି ।

ଅବଶ୍ୟ ବାସ୍ତବ ରାଜନୀତିକ ଅଙ୍କକୁ ଦେଖିଲେ ଏତେ ସଂଖ୍ୟକ ବିଜେଡ଼ି ବିଧାୟକ ଆଦୌ ନବୀନଙ୍କୁ ଛାଡ଼ି ଯିବେ ନାହିଁ । ୫୧ ବିଧାୟକଙ୍କ ମଧ୍ୟରେ ଅନେକ ପୁରୁଣା ବିଧାୟକ ଅଛନ୍ତି । ନବୀନ ସରକାରରେ ସେମାନେ ମନ୍ତ୍ରୀ ମଧ୍ୟ ଥିଲେ । ସେହିପରି ନୂଆ ବିଧାୟକଙ୍କ ମଧ୍ୟରୁ ଅନେକ କେବଳ ବିଜେଡ଼ି ପାଇଁ ହିଁ ଜିତିଛନ୍ତି । ହାତ ଗଣତି ଦୁଇ ଚାରି ଜଣଙ୍କୁ ଛାଡ଼ିଦେଲେ ବିଜେପିକୁ କୌଣସି ବିଧାୟକ ଯିବେ ନାହିଁ ବୋଲି କୁହାଯାଇପାରିବ । ତେବେ ଯାହାକିଛି ଘଟିବ ତାହା ପଞ୍ଚାୟତ ନିର୍ବାଚନ ପରେ ହିଁ ହେବ । ଏଭଳି ଚର୍ଚ୍ଚା କିନ୍ତୁ ବିଜେଡ଼ି ବିଧାୟକଙ୍କ ପାଇଁ ବହୁତ ଭଲ ହୋଇଛି । କାହିଁକିନା ଦଳ ସେମାନଙ୍କୁ ଗୁରୁତ୍ୱ ଦେବାକୁ ବାଧ୍ୟ ହେବ ।

Related Posts

ବନ୍ଦ ହେଲା ବିଧାନସଭା: ବର୍ଷିଲା ବିଜେଡି

ଭୁବନେଶ୍ବର: ରାତି ଆଧରେ ଆକସ୍ମିକ ବନ୍ଦ ହେଲା ବିଧାନସଭା । ଶେଷ କାର୍ୟ୍ୟ ଦିବସ ପୂର୍ବରୁ ଗୃହ କାର୍ୟ୍ୟ ବନ୍ଦ । ବିଧାନସଭାକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି । ଏଭଳି ହଠାତ୍ ବନ୍ଦ ନେଇ ରାଜ୍ୟ…

Continue reading
କ୍ଷମା ମାଗିଲେ ନିଶିକାନ୍ତ ଦୁବେ: କ’ଣ କହିଲେ ଜାଣନ୍ତୁ

ନୂଆଦିଲ୍ଲୀ : ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତି ଅପମାନଜନକ ମନ୍ତବ୍ୟ ପ୍ରସଙ୍ଗକୁ ନେଇ ଆଜି କ୍ଷମା ମାଗିଛନ୍ତି ନିଶିକାନ୍ତ ଦୁବେ। ସୋସିଆଲ ମିଡିଆରେ ପୋଷ୍ଟ କରି ସେ କ୍ଷମା ପ୍ରାର୍ଥନା କରିଛନ୍ତି। ଏବଂ କହିଛନ୍ତି ବିଜୁ ବାବୁଙ୍କୁ ନେଇ ଦେଇଥିବା ବୟାନ…

Continue reading

Leave a Reply

Your email address will not be published. Required fields are marked *

You Missed

‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

ଖରାଦିନର ଖାଦ୍ୟ

୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

ଭାଲେଣ୍ଟାଇନ୍ ଦିବସ

ଭାଲେଣ୍ଟାଇନ୍ ଦିବସ