ବିଜେପି ପାଇଁ ଆଦିବାସୀଙ୍କଠାରୁ ଦଳୀୟ ସ୍ବାର୍ଥ ବଡ଼: ନବୀନ

କାଲିମେଳା: ଆନ୍ଧ୍ରର ସ୍ବାର୍ଥ ପାଇଁ ମାଲକାନଗିରିର ସ୍ବାଭିମାନ ସହ ସାଲିସ୍ କରାଯିବନି। ଆଦିବାସୀ ଓ ଅଧିବାସୀଙ୍କ ନ୍ୟାଯ୍ୟ ଦାବି ପାଇଁ ଲଢ଼େଇ ଜାରି ରହିବ। ପ୍ରକଳ୍ପର ଉଚ୍ଚତା ହ୍ରାସ ସହ ଜଳ, ଜମି, ଜଙ୍ଗଲର ସୁରକ୍ଷା ପ୍ରତି ଧ୍ୟାନ ଦିଅ। ପ୍ରଭାବିତ ଅଞ୍ଚଳବାସୀଙ୍କୁ ଉଚିତ କ୍ଷତିପୂରଣ ସହ ଥଇଥାନ କର। ନଚେତ୍ ଆଗାମୀ ଦିନରେ ଜୋର୍‌ଦାର ବି‌ରୋଧ ହେବ। ଆନ୍ଧ୍ରରେ ନିର୍ମିତ ବହୁ ପ୍ରତୀକ୍ଷିତ ପୋଲାଭରମ (ଇନ୍ଦିରା ସାଗର) ପ୍ରକଳ୍ପକୁ ନେଇ ମୋଟୁରେ ଆୟୋଜିତ ହୋଇଛି ବିଶାଳ ସମାବେଶ। ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ତହସିଲ ପଡ଼ିଆରେ ଆୟୋଜିତ ସମାବେଶରେ ତିନି ରାଜ୍ୟର ନେତା ଯୋଗଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ଏମିତି ଗର୍ଜିଛନ୍ତି। ତୁରନ୍ତ ପୋଲାଭରମ୍ ପ୍ରକଳ୍ପ କାର୍ୟ୍ୟ ବନ୍ଦ କରିବା ସହିତ ଉଚ୍ଚତା ହ୍ରାସ କରିବାକୁ ଦାବି କରିଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମୋଡ୍‌ରେ ଯୋଗଦେଇ କହିଥିଲେ, ପୋଲାଭରମ ପ୍ରକଳ୍ପ ମାଲକାନଗିରିର ଆଦିବାସୀ ଭାଇଭଉଣୀଙ୍କ ସ୍ବାର୍ଥ ବିରୋଧୀ। ଏହି ପ୍ରକଳ୍ପ ବିଷୟରେ ଗୋଦାବରୀ ନଦୀ କୂଳସ୍ଥ ରାଜ୍ୟଗୁଡ଼ିକ ସହିତ ଆଲୋଚନା କରି ନିଷ୍ପତ୍ତି ନେବା ପାଇଁ ସୁପ୍ରିମ‌କୋର୍ଟଙ୍କ ଆଦେଶକୁ ମଧ୍ୟ ଉପେକ୍ଷା କରାଯାଇଛି। ମୁଖ୍ୟମନ୍ତ୍ରୀ ଥିବା ସମୟରେ ବିରୋଧ କରିଥିଲେ ଏବେ ବି ପ୍ରକଳ୍ପକୁ ବିରୋଧ ଜାରି ରଖିବେ। ଓଡ଼ିଶାର ଦାବିକୁ ଅଣଦେଖା କରି କେନ୍ଦ୍ର ସରକାର ପୋଲାଭରମ୍‌କୁ ଆର୍ଥିକ ଅନୁଦାନ ଯୋଗାଇ ଚାଲିଛନ୍ତି। ପ୍ରକଳ୍ପ ଦ୍ବାରା ମାଲକାନଗିରି ଜିଲ୍ଲାର କାଲିମେଳା, ପଡିଆ, ମାଥିଲି ମାଥିଲି ବ୍ଲକ୍ ଅଞ୍ଚଳ ବୁଡ଼ିବା ସହ ବହୁ ପରିବାର ବାସହୀନ ହେଉଥିଲେ ମଧ୍ୟ ଓଡ଼ିଶାରେ ଶାସନ କରୁଥିବା ଡବଲ ଇଞ୍ଜିନ୍‌ ସରକାର ଚୁପ୍ ବସିଛି। ରାଜନୈତିକ ଆବଶ୍ୟକତାକୁ ଦୃଷ୍ଟିରେ ରଖି ବିଜେପି ପ୍ରକଳ୍ପକୁ ସମର୍ଥନ କରୁଛି। ବିଜେପି ପାଇଁ ତାଙ୍କ ଦଳର ସ୍ବାର୍ଥ ଆଦିବାସୀଙ୍କ ସ୍ବାର୍ଥ ଠାରୁ ବଡ଼। ଓଡ଼ିଶାର ଜଣେ ଆଦିବାସୀ ନେତା ବର୍ତ୍ତମାନ କେନ୍ଦ୍ର ଆଦିବାସୀ ବ୍ୟାପାର ବିଭାଗ ଦାୟିତ୍ବରେ ଥିବାରୁ ଓଡ଼ିଶାର ଆଦିବାସୀଙ୍କ ସ୍ବାର୍ଥର ସୁରକ୍ଷା ପାଇଁ ସେ ନିଶ୍ଚିତ ଉଦ୍ୟମ କରିବେ ବୋଲି ନବୀନ ଆଶାପ୍ରକଟ କରିଥିଲେ।

  • Related Posts

    ୨୩ ଜିଲ୍ଲାରେ ନିଯୁକ୍ତି ପାଇଲେ ଏସଡ଼ିସି ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ

    ୦୬।୦୪।୨୦୨୬,ଭୁବନେଶ୍ୱର:ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୩ ଜିଲ୍ଲାର ସ୍ୱତନ୍ତ୍ର ଉନ୍ନୟନ ପରିଷଦ (ଏସଡ଼ିସି) ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ନିଯୁକ୍ତି ଦେଇଛନ୍ତି । ଅନୁଗୁଳରେ ଅଧ୍ୟକ୍ଷ ଭାବେ ବଶିଷ୍ଠ ନାୟକ ଓ ଉପାଧ୍ୟକ୍ଷ ଭାବେ ସୁରୁମଣି ଛତରଙ୍କୁ ନିଯୁକ୍ତି ମିଳିଛି । ସେହିପରି…

    Continue reading
    ରାଜ୍ୟସଭାରେ ଶପଥ ନେଲେ ୩ ସାଂସଦ

    ନୂଆଦିଲ୍ଲୀ: ରାଜ୍ୟସଭାରେ ଶପଥ ନେଇଛନ୍ତି ଓଡ଼ିଶାର ନବ ନିର୍ବାଚିତ ସାଂସଦ । ଓଡ଼ିଶାର ୩ ସାଂସଦ ମନମୋହନ ସାମଲ, ସନ୍ତୃପ୍ତ ମିଶ୍ର ଓ ଦିଲ୍ଲୀପ କୁମାର ରାୟ ଆଜି ଓଡ଼ିଆରେ ଶପଥ ନେଇଛନ୍ତି । ରାଜ୍ୟସଭା ଅଧ୍ୟକ୍ଷ ସି. ପି. ରାଧାକ୍ରିଷ୍ଣନ୍…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ