ବିଜେପି ରାଜ୍ୟ ପଦାଧିକାରୀ ଏବଂ ସାଂଗଠନିକ ଜିଲ୍ଲା ପ୍ରଭାରୀଙ୍କ ବୈଠକ

ଭୁବନେଶ୍ୱର: ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବସିବ ବଡ଼ ବୈଠକ। ବିଜେପି ରାଜ୍ୟ ପଦାଧିକାରୀ ଏବଂ ସାଂଗଠନିକ ଜିଲ୍ଲା ପ୍ରଭାରୀଙ୍କୁ ନେଇ ଏହି ବୈଠକ ଅନୁଷ୍ଠିତ ହେବ। ପଞ୍ଚାୟତ ନିର୍ବାଚନକୁ ନେଇ ରଣନୀତି ପ୍ରସ୍ତୁତ କରାଯିବ। ସଂଗଠନ କିପରି ମଜବୁତ୍ ହେବ। ତୃଣମୂଳ ସ୍ଥର ନେତା କିପରି ଭାରତୀୟ ଜନତା ପାର୍ଟି ସହ ଯୋଡ଼ି ହେବ। ଏନେଇ ରୋଡ୍ ମ୍ୟାପ୍ ପ୍ରସ୍ତୁତ କରାଯିବ

ସୂଚନା ଅନୁଯାୟୀ, ରବିବାର ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ବିଜେପି ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର, ସହ ପ୍ରଭାରୀ ଲତା ଉଷେଣ୍ଡି, ରାଜ୍ୟ ସଙ୍ଗଠନ ମନ୍ତ୍ରୀ ମାନସ ମହାନ୍ତିଙ୍କ ସମେତ ରାଜ୍ୟର ବିଜେପି ସମସ୍ତ ସାଧାରଣ ସମ୍ପାଦକ, ଉପସଭାପତି ବୈଠକରେ ଉପସ୍ଥିତ ରହିବେ। ଏହି ବୈଠକରେ ପ୍ରସ୍ତୁତ ହେବ ଜିଲ୍ଲା ରଣନୀତି। ପଞ୍ଚାୟତ ନିର୍ବାଚନ ପାଇଁ ତୃଳମୂଳସ୍ତରେ ଦଳୀୟ ନେତା କିଭଳି କାମ କରିବେ ତାକୁ ନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହେବ ବୋଲି ସୂଚନା ମିଳିଛି।

  • Related Posts

    ବିଜୟଙ୍କ ଦୁଇଟି ସତ୍ୟପାଠରେ ଭିନ୍ନ ସମ୍ପତ୍ତି ତାଲିକା

    ନୂଆଦିଲ୍ଲୀ,୨୦ ଏପ୍ରିଲ ୨୦୨୬: ବିଜୟ ଦୁଇଟି ନିର୍ବାଚନ ମଣ୍ଡଳୀ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ତ୍ରିଚି ଏବଂ ପେରାମ୍ବୁର ପାଇଁ ସେ ନାମାଙ୍କନ ଭରିଛନ୍ତି । ମାତ୍ର ପେରାମ୍ବୁରର ଜଣେ ମତଦାତା କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ବିଜୟଙ୍କ…

    Continue reading
    ବିରୋଧୀ ଦଳଗୁଡ଼ିକ ମୁଣ୍ଡରେ ‘ମହିଳା ବିରୋଧୀ’ କଳଙ୍କର ଷ୍ଟାମ୍ପ ଲାଗିଗଲା:ମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର: ଗତ ୧୭ ତାରିଖ ଭାରତୀୟ ଗଣତାନ୍ତ୍ରିକ ଇତିହାସରେ ଏକ ‘କଳା ଦିବସ’ ଥିଲା । ଏହି ଦିନ କଂଗ୍ରେସ ଦଳ ନେତୃତ୍ୱରେ ସମଗ୍ର ବିରୋଧୀଦଳ ମିଳିମିଶି ଦେଶର କୋଟି କୋଟି ମହିଳାଙ୍କ ସ୍ୱପ୍ନକୁ ଚୁରମାର କରି ଦେଇଥିଲେ । ସମ୍ବିଧାନର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ