ବିଜେପି ସରକାରରେ ଗୋଟେ ପରେ ଗୋଟେ ଅଘଟଣ ଘଟୁଛି:ବିଜେଡ଼ି

ଭୁବନେଶ୍ବର: ମହାଦୀପ ଉଠିବା ସମୟରେ ଅଘଟଣ । ଗତକାଲି ମହାଶିବରାତ୍ରୀରେ ପ୍ରଭୁ ଲିଙ୍ଗରାଜଙ୍କ ମହାଦୀପ ଉଠିବା ସମୟରେ ଏକ ବଡ଼ ଅଘଟଣ ଘଟିଥିଲା । ମହାଦୀପ ଧରି ଜଣେ ସେବାୟତ ମନ୍ଦିର ଉପରକୁ ଚଢୁଥିବା ସମୟରେ ହଠାତ୍ ଖସି ପଡ଼ିଥିଲେ । ଯାହାକୁ ନେଇ ବର୍ତ୍ତମାନ ଜୋର ଧରିଛି ରାଜନୀତି । ଅବ୍ୟବ୍ୟବସ୍ଥା ନେଇ ସରକାର ଓ ପ୍ରଶାସନକୁ ଘେରିଛନ୍ତି ବିରୋଧୀ । ବିଜେପି ସରକାରକୁ ଆସିବା ଠାରୁ ଅଘଟଣ ଘଟୁଥିବା ବିଜେଡ଼ି ଅଭିଯୋଗ କରିଛି ।
ବିଜେଡି ବିଧାୟକ ଅନନ୍ତ ନାରାୟଣ ଜେନା କହିଛନ୍ତି,” ବିଜେପି ସରକାରରେ ଗୋଟେ ପରେ ଗୋଟେ ଅଘଟଣ ଘଟୁଛି । ରଥଯାତ୍ରା ସମୟରେ ବଡ଼ ଠାକୁର ବଳଭଦ୍ରଙ୍କ ସହ ଅଘଟଣ ହୋଇଥିଲା । ଏବେ ଲିଙ୍ଗରାଜଙ୍କ ଘଟଣା ହେଲା । ଠାକୁରଙ୍କ ନୀତି ବିଭ୍ରାଟ, ଠାକୁର ଉପାସ ରହିବା କଥା ସାମ୍ନାକୁ ଆସୁଛି । ସେବାୟତଙ୍କ ମଧ୍ୟରେ ଅନ୍ତର୍ଦ୍ବନ୍ଦ୍ବ ପାଇଁ ଠାକୁର ଉପାସ ରହୁଛନ୍ତି । ଆମେ ସଜାଗ ରହିବା ଦରକାର । ସେବାୟତମାନେ ଠାକୁରଙ୍କ ନୀତି ସମୟରେ ଜାଗ୍ରତ ରହିବା ଦରକାର । ସାରା ବିଶ୍ୱ ମହାଦୀପ ଦେଖୁଛନ୍ତି । ସମସ୍ତେ ନିଷ୍ଠାପର ଭାବେ ପୂଜା କରନ୍ତି । ଭକ୍ତ ଉଜାଗର ରହି ଦୀପ ଜାଳେ । ନିଜ ସହ ଜଗତର ସମସ୍ତେ କେମିତି ଖୁସିରେ ରହିବେ ତାହା ମନାସନ୍ତି । ଠାକୁରଙ୍କ ନୀତିରେ ବିଭ୍ରାଟ ରହିଥିବାରୁ ଏଭଳି ଘଟଣା ଘଟୁଛି । ଏହା ପ୍ରତି ସରକାର ଓ ପ୍ରଶାସନ ସଜାଗ ହେବା ଉଚିତ । “ସେ ଆହୁରି ମଧ୍ୟ କହିଛନ୍ତି,” ଠାକୁରଙ୍କ ମହାଦୀପ ଉଠିବା ପୂର୍ବରୁ ମନ୍ଦିର ଉପରେ ୧୦ରୁ ଅଧିକ ସେବାୟତ ଛିଡା ହୋଇଥିଲେ । ପୂଜକ ଓ ସହାୟକ ମନ୍ଦିର ଉପରକୁ ଯିବେ । ଅନ୍ୟମାନଙ୍କୁ ଯିବାକୁ କିଏ ଅନୁମତି ଦେଉଛି ? ଏହାର ଅନୁଧ୍ୟାନ ହେବା ଦରକାର । ପ୍ରଶାସନ ଏହା ପ୍ରତି ନଜର ଦେଉ । ମନ୍ଦିରକୁ ଚଢିବା ପୂର୍ବରୁ ସମସ୍ତ ପଦକ୍ଷେପ ନେବା ଦରକାର । ଗତକାଲିର ଘଟଣା ସମସ୍ତଙ୍କ ଭାବାବେଗକୁ ଆଘାତ ଦେଇଛି । ବହୁତ ଭିଭିଆଇପି ପାସ ଦିଆଯାଇଛି । ତାତି ଯୋଗୁଁ ସାଧାରଣ ଲୋକ ଚିତ୍କାର କରୁଥିଲେ । ଭଗବାନଙ୍କ ପାଖରେ ସମସ୍ତେ ସମାନ । ସମସ୍ତେ ପ୍ରଭୁଙ୍କୁ ଦର୍ଶନ କରିବାର ସୁଯୋଗ ପାଇବା ଦରକାର । ଅତ୍ୟଧିକ ଭିଭିଆଇପି ପାସ ଦିଆଯିବା ଦ୍ୱାରା ଭିତରେ ଗହଳି ହୋଇଛି । ଫଳରେ ଭିତରେ ଭିଡ଼ ନିୟନ୍ତ୍ରଣ ହୋଇପାରିଲା ନାହିଁ । ଭକ୍ତ ଦର୍ଶନ କରିପାରିଲେ ନାହିଁ । ଭୁବନେଶ୍ୱରର ବିଧାୟକ ହୋଇ ମଧ୍ୟ ଆମକୁ ବୈଠକକୁ ପ୍ରଶାସନ ଡାକୁନାହିଁ । ପୂର୍ବରୁ କାର୍ୟ୍ୟକ୍ରମ ପାଇଁ ସମସ୍ତେ ଉତ୍ତରଦାଇତ୍ୱ ନେଉଥିଲେ । ଏବେ ଆଉ ଏହା ହେଉନାହିଁ । ଇତିହାସରେ ଏମିତି ଘଟଣା କେବେ ହୋଇନଥିଲା । ପ୍ରଥମ ଥର ଲାଗି ଏପରି ହେଉଛି । ଗତ ୮ ମାସରେ ଗୋଟେ ପରେ ଗୋଟେ ଏମିତି ଘଟୁଛି ।”

  • Related Posts

    ୨୩ ଜିଲ୍ଲାରେ ନିଯୁକ୍ତି ପାଇଲେ ଏସଡ଼ିସି ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ

    ୦୬।୦୪।୨୦୨୬,ଭୁବନେଶ୍ୱର:ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୩ ଜିଲ୍ଲାର ସ୍ୱତନ୍ତ୍ର ଉନ୍ନୟନ ପରିଷଦ (ଏସଡ଼ିସି) ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ନିଯୁକ୍ତି ଦେଇଛନ୍ତି । ଅନୁଗୁଳରେ ଅଧ୍ୟକ୍ଷ ଭାବେ ବଶିଷ୍ଠ ନାୟକ ଓ ଉପାଧ୍ୟକ୍ଷ ଭାବେ ସୁରୁମଣି ଛତରଙ୍କୁ ନିଯୁକ୍ତି ମିଳିଛି । ସେହିପରି…

    Continue reading
    ରାଜ୍ୟସଭାରେ ଶପଥ ନେଲେ ୩ ସାଂସଦ

    ନୂଆଦିଲ୍ଲୀ: ରାଜ୍ୟସଭାରେ ଶପଥ ନେଇଛନ୍ତି ଓଡ଼ିଶାର ନବ ନିର୍ବାଚିତ ସାଂସଦ । ଓଡ଼ିଶାର ୩ ସାଂସଦ ମନମୋହନ ସାମଲ, ସନ୍ତୃପ୍ତ ମିଶ୍ର ଓ ଦିଲ୍ଲୀପ କୁମାର ରାୟ ଆଜି ଓଡ଼ିଆରେ ଶପଥ ନେଇଛନ୍ତି । ରାଜ୍ୟସଭା ଅଧ୍ୟକ୍ଷ ସି. ପି. ରାଧାକ୍ରିଷ୍ଣନ୍…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ