ବିଧାୟକ ନାହାନ୍ତି: ସରକାରୀ କ୍ୱାର୍ଟର୍ସରେ କେମିତି ରହିଲେ ପ୍ରତାପ ଜେନା

ଭୁବନେଶ୍ୱର: ବିଧାୟକ ନଥାଇ ପ୍ରତାପ ଜେନା କେମିତି ସରକାରୀ କ୍ୱାର୍ଟର୍ସରେ ରହିଲେ? ଏକଥା ଆମେ ପଚାରୁନୁ । ବିଜେପି ମୁଖପାତ୍ର ମନୋଜ ମହାପାତ୍ର ଏମିତି ପ୍ରଶ୍ନ କରିଛନ୍ତି ।
ଶ୍ରୀ ମହାପାତ୍ର କହିଛନ୍ତି ଯେ ପ୍ରତାପ ଜେନା ଏବେ କିଛି ନାହାନ୍ତି । ତେବେ କ’ଣ ପାଇଁ ସେ ସରକାରୀ କ୍ୱାର୍ଟର୍ସ ମାଡ଼ି ବସିଛନ୍ତି । ବିଗତ ଦିନରେ ଅନେକ ସରକାରୀ କ୍ୱାର୍ଟର୍ସ ମାଡ଼ି ବସିଥିଲେ । ସେମାନଙ୍କୁ ବିଦା କରାଯାଇଛି । ପ୍ରତାପ ଜେନା କାହିଁକି କ୍ୱାର୍ଟର୍ସ ଛାଡ଼ୁନାହାନ୍ତି ବୋଲି ଶ୍ରୀ ମହାପାତ୍ର ପ୍ରଶ୍ନ କରିଛନ୍ତି ।

ଏହାଛଡ଼ା ଶ୍ରୀ ମହାପାତ୍ର କହିଛନ୍ତି ଯେ ବିଜେଡି ପତ୍ରଝଡ଼ା ଦେଉଛି । ଯଦୁ ବଂଶ ଭଳି ବିଜେଡି ଧ୍ୱଂସ ହେବ । ବିଜେଡି ଅନ୍ତଃକନ୍ଦଳ ଗତକାଲି ଦେଖିବାକୁ ମିଳିଲା ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।

ପ୍ରକାଶ ଯେ ବିଜେଡିରେ ବଢୁଛି ଗୋଷ୍ଠିକନ୍ଦଳ। ବରିଷ୍ଠ ବିଜେଡି ନେତା ପ୍ରତାପ ଜେନାଙ୍କ ବାସଭବନ ଆଗରେ ବିକ୍ଷୋଭ। ବିକ୍ଷୋଭ କରିଛନ୍ତି ବିଜୁଯୁବ ଓ ବିଜୁ ଛାତ୍ର ଜନତା ଦଳର ନେତା। ଭି.କେ ପଣ୍ଡିଆନ ଏବଂ ପ୍ରତାପ ଜେନା ବିରୋଧି ନାରା ଦେଇ ବାଣ ଫୁଟାଇ ଚକୋଲେଟ୍ ଖୁଆଇ ଭିନ୍ନ ଢଙ୍ଗରେ ବିକ୍ଷୋଭ କରିଛନ୍ତି ବିଜୁ ଯୁବ ଛାତ୍ର ଜନତା ଦଳର ରାଜ୍ୟ ପଦାଧିକାରୀ। ବରିଷ୍ଠ ବିଜେଡି ନେତା ପ୍ରତାପ ଜେନା କହିଛନ୍ତି ‘ରାତିରେ ୧୫ ରୁ ୨୦ ଜଣ ମଦ୍ୟପ ଗୁଣ୍ଡା ଟଙ୍କା ନେଇ ରାଜ୍ୟସଭାରେ ଓଡ଼ିଶାକୁ ବିକ୍ରି କରିଥିବା ବିଜେଡି ବିଧାୟକଙ୍କ ନିର୍ଦ୍ଦେଶରେ ଭୁବନେଶ୍ୱରରେ ମୋ ପରିବାର ରହୁଥିବା ଘରକୁ ଜବରଦସ୍ତ ଭାବେ ପ୍ରବେଶ କଲେ’।
ତେବେ ଏଠାରେ ବଡ଼ପ୍ରଶ୍ନ କ୍ରସଭୋଟିଂ କରିଥିବା କେଉଁ ବିଜେଡି ବିଧାୟକଙ୍କୁ ଆକ୍ଷେପ କରିଛନ୍ତି ପ୍ରତାପ? ରାଜ୍ୟସଭା ନିର୍ବାଚନରେ ବିଜେଡିର ୬ ଜଣ ବିଧାୟକ କରିଥିଲେ କ୍ରସଭୋଟିଂ। କଟକ ଜିଲ୍ଲାରୁ ଦୁଇ ବିଧାୟକ ଦେବୀ ପ୍ରସାଦ ତ୍ରିପାଠୀ ଓ ସୌଭିକ ବିଶ୍ବାଳ କ୍ରସଭୋଟିଂ କରିଥିଲେ। ଆକ୍ରମଣ ପରେ ପ୍ରତାପ ଜେନାଙ୍କ ଭୁବନେଶ୍ୱର ସ୍ଥିତ ୟୁନିଟ୍ ୬ ବାସଭବନରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା।ରାଜ୍ୟସଭା ନିର୍ବାଚନ ପରେ ବିଜେଡିରେ ମୁହାଁମୁହିଁ ପରିସ୍ଥିତି। ନିଜ ନେତାଙ୍କ ଘର ଆଗରେ ବିକ୍ଷୋଭ କରିଛନ୍ତି ନିଲମ୍ବିତ ବିଜୁ ଯୁବ ଓ ଛାତ୍ରଜନତା ଦଳର ନେତା। ଗତକାଲି ରାତିରେ ବିଜୁଯୁବ ଛାତ୍ର ଜନତା ଦଳର ନେତା ବରିଷ୍ଠ ବିଜେଡି ନେତା ପ୍ରତାପ ଜେନାଙ୍କ ବାସଭବନ ଆଗରେ ବିକ୍ଷୋଭ କରିଥିଲେ। ପୁର୍ବତନ ପ୍ରଶାସକ ଭି.କେ ପାଣ୍ଡିଆନ ଏବଂ ପ୍ରତାପ ଜେନାଙ୍କ ବିରୋଧରେ ନାରା ଦେଇ ବାଣ ଫୁଟାଇ ଚକୋଲେଟ୍ ଖୁଆଇ ଭିନ୍ନ ଢଙ୍ଗରେ ବିକ୍ଷୋଭ କରିଥିଲେ ବିଜୁ ଯୁବ ଛାତ୍ର ଜନତା ଦଳର ରାଜ୍ୟ ପଦାଧିକାରୀ।

ସେପଟେ ଏହା ବିକ୍ଷୋଭ ନୁହେଁ ଆକ୍ରମଣ ବୋଲି କହିଛନ୍ତି ପ୍ରତାପ ଜେନା। ‘ଟଙ୍କା ନେଇ ରାଜ୍ୟସଭାରେ ଓଡ଼ିଶାକୁ ବିକ୍ରି କରିଥିବା ବିଜେଡି ବିଧାୟକଙ୍କ ନିର୍ଦ୍ଦେଶରେ ମୋ ଘରକୁ ଆକ୍ରମଣ କରାଯାଇଛି’। ରାତିରେ, ୧୫ ରୁ ୨୦ ଜଣ ମଦ୍ୟପ ଗୁଣ୍ଡା ଭୁବନେଶ୍ୱରରେ ମୋ ପରିବାର ରହୁଥିବା ଘରକୁ ଜବରଦସ୍ତ ଭାବେ ପ୍ରବେଶ କଲେ। ଆମ ସୁରକ୍ଷା କର୍ମୀଙ୍କ ମୁଣ୍ଡରେ ବନ୍ଧୁକ ରଖି ଧମକ ଦିଆଗଲା।

ଘର କର୍ମଚାରୀଙ୍କୁ ଅଶ୍ଳୀଳ ଗାଳି ଦେଇ ନିର୍ଦ୍ଦୟ ଭାବେ ମାଡ଼ ମାରିଲେ। ମୋ ପରିବାର ସେହି ମୁହୂର୍ତ୍ତରେ ଘର ଭିତରେ ଥିଲେ। ଏହା କେବଳ ଆକ୍ରମଣ ନୁହେଁ ଏହା ସଶସ୍ତ୍ର ଆତଙ୍କ ବୋଲି ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ପ୍ରତାପ ଜେନା। ଆମେ ସମସ୍ତେ ଦେଖିଛୁ ରାଜ୍ୟସଭା ନିର୍ବାଚନ ବେଳେ ଓଡ଼ିଶା ବିଧାନସଭା ଭିତରେ କ’ଣ ଘଟିଥିଲା।

ଯେଉଁ ବିଜେଡି ବିଧାୟକ ଜନତାଙ୍କ ବିଶ୍ୱାସ ଓ ନିଜ ଦଳକୁ ଟଙ୍କା ଲାଗି ବିକ୍ରି କଲେ ସେ ବ୍ୟକ୍ତି ଏବେ ସଶସ୍ତ୍ର ଗୁଣ୍ଡା ପଠାଇ ସତ୍ୟର ସ୍ୱରକୁ ଦବାଇବାକୁ ଚାହୁଁଛନ୍ତି। ଏ ଉଭୟ ଅପକର୍ମ ଇତିହାସ କ୍ଷମା କରିବ ନାହିଁ ବୋଲି କହିଛନ୍ତି ପ୍ରତାପ।

  • Related Posts

    ବନ୍ଦ ହେଲା ବିଧାନସଭା: ବର୍ଷିଲା ବିଜେଡି

    ଭୁବନେଶ୍ବର: ରାତି ଆଧରେ ଆକସ୍ମିକ ବନ୍ଦ ହେଲା ବିଧାନସଭା । ଶେଷ କାର୍ୟ୍ୟ ଦିବସ ପୂର୍ବରୁ ଗୃହ କାର୍ୟ୍ୟ ବନ୍ଦ । ବିଧାନସଭାକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି । ଏଭଳି ହଠାତ୍ ବନ୍ଦ ନେଇ ରାଜ୍ୟ…

    Continue reading
    କ୍ଷମା ମାଗିଲେ ନିଶିକାନ୍ତ ଦୁବେ: କ’ଣ କହିଲେ ଜାଣନ୍ତୁ

    ନୂଆଦିଲ୍ଲୀ : ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତି ଅପମାନଜନକ ମନ୍ତବ୍ୟ ପ୍ରସଙ୍ଗକୁ ନେଇ ଆଜି କ୍ଷମା ମାଗିଛନ୍ତି ନିଶିକାନ୍ତ ଦୁବେ। ସୋସିଆଲ ମିଡିଆରେ ପୋଷ୍ଟ କରି ସେ କ୍ଷମା ପ୍ରାର୍ଥନା କରିଛନ୍ତି। ଏବଂ କହିଛନ୍ତି ବିଜୁ ବାବୁଙ୍କୁ ନେଇ ଦେଇଥିବା ବୟାନ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ