
ବିବାହ ଜୀବନର ଏକ ନୂଆ ଅଧ୍ୟାୟ ବୋଲି କୁହାଯାଇଥାଏ କାରଣ ଏହାପରେ ଲୋକମାନଙ୍କ ଜୀବନରେ କେତେ ପ୍ରକାର ପରିବର୍ତ୍ତନ ଆସିଥାଏ । ବିବାହ ପରେ ମହିଳାମାନଙ୍କ ଜୀବନରେ କେତେକ ପରିବର୍ତ୍ତନ ଆସିଥାଏ । ଯେଉଁଥିପାଇଁ ସମସ୍ତ ପରିସ୍ଥିତିକୁ ବ୍ୟବସ୍ଥିତ କରିବା ପାଇଁ, ସେମାନଙ୍କୁ ସମୟ ଲାଗିଥାଏ । କିନ୍ତୁ ଅନେକ ସମୟରେ ଅଜାଣତରେ ବହୁତ ବଡ ଆକାର ଭୁଲ ହୋଇଯାଏ । ଏହି କାରଣରୁ ବୈବାହିକ ଜୀବନ ଖରାପ ହୋଇଯାଇଥାଏ । ବିବାହ ପରେ ପୁଅମାନଙ୍କ ଅପେକ୍ଷା ଝିଅମାନଙ୍କୁ ବିଭିନ୍ନ ପ୍ରକାରର ପରିବର୍ତ୍ତନ ଦେଇ ଗତି କରିବାକୁ ପଡିଥାଏ । ସେମାନଙ୍କ ପାଇଁ ଏ ପରିବର୍ତ୍ତନ ବହୁତ ଚାଲେଞ୍ଜିଙ୍ଗ ହୋଇଥାଏ । ନିଜ ଘରଦ୍ୱାର ଛାଡି ଏକ ନୂଆ ପରିବାର ମଧ୍ୟରେ ରହି ନୂଆ ଲୋକମାନଙ୍କ ପ୍ରତି ନୂଆ ଦାଇତ୍ୱ ତୁଲାଇବାକୁ ପଡିଥାଏ । ସବୁପ୍ରକାର ସାବଧାନତା ଅବଲମ୍ବନ କଲା ପରେ ମଧ୍ୟ ଝିଅମାନଙ୍କ ଦ୍ୱାରା ଏମିତି ୧.ଛୋଟଛୋଟ ଭୁଲ ହୋଇଯାଏ ,ଯାହା ଏକ ବଡ ରୂପ ନେଇଥାଏ । ସେହି ଭୁଲ ଗୁଡିକ ହେଉଛି,
ପ୍ରତ୍ୟକ କଥା ବାପ ଘରେ ଜଣାଇବା- ବିବାହ ପରେ ଶାଶୁଘର ପ୍ରତି ମହିଳାମାନଙ୍କର ଦାଇତ୍ୱ ବଢ଼ିଯାଇଥାଏ । ଶାଶୁଘରର ପ୍ରତ୍ୟକ ଛୋଟଛୋଟ କଥା ବାପଘରେ ସେୟାର କରିବା ଠିକ କଥା ନୁହେଁ । ଏହା ଦ୍ୱାରା ଖାଲି ଶାଶୁ ଶଶୁର ନୁହନ୍ତି ବରଂ ସ୍ୱାମୀଙ୍କ ସହିତ ସମ୍ପର୍କରେ ମଧ୍ୟ ଖରାପ ପ୍ରଭାବ ପକାଇଥାଏ ।
୨.ପୁରୁଣା ଜୀବନ ଶୈଳୀରେ ପରିବର୍ତ୍ତନ ନ ଆଣିବା : ଆପଣ ୱାର୍କିଂ ମହିଳା ହୁଅନ୍ତୁ ବା ନ ହୁଅନ୍ତୁ କିନ୍ତୁ ବିବାହ ପରେ ଆପଣଙ୍କ ପୁରୁଣା ଜୀବନ ଶୈଳୀ ରେ କେତେକ ପରିବର୍ତ୍ତନ ଆଣିବାକୁ ପଡିଥାଏ । ବିବାହ ପରେ ନୂଆ ଘରର ସଦସ୍ୟମାନଙ୍କ ସହିତ ତାଳମେଳ ରଖିବାକୁ ହେଲେ ଆପଣଙ୍କୁ ନିଜର ପୁରୁଣା ରୁଟିନରେ କିଛି ପରିବର୍ତ୍ତନ ଆଣିବାକୁ ହୋଇଥାଏ । ନୂଆ ଏବଂ ପୁରୁଣା ଜୀବନ ଶୈଳୀରେ ସନ୍ତୁଳନ ରଖିବା ପାଇଁ ଆପଣଙ୍କ ବୁଦ୍ଧି ହିଁ କାମ ଦେଇଥାଏ ।
୩.ବ୍ୟକ୍ତିଗତ ସମୟକୁ ନ ବାଣ୍ଟିବା : ବିବାହ ପରେ ଆପଣଙ୍କୁ ନିଜର ବ୍ୟକ୍ତିଗତ ସମୟରୁ କିଛି ସମୟ ବାହାର କରି ନିଜର ସ୍ୱାମୀ ତଥା ଘରର ଅନ୍ୟ ସଦସ୍ୟଙ୍କ ସହିତ ବାଣ୍ଟିବାକୁ ପଡିଥାଏ । ନିଜ ସମୟର ଏକ ନିର୍ଦ୍ଧିଷ୍ଟ ସୀମାରେଖା ଟାଣିବାକୁ ପଡିଥାଏ ।
୪.ସ୍ୱାମୀଙ୍କୁ ପରିବର୍ତ୍ତନ କରିବାର ଚେଷ୍ଟା : ପ୍ରାୟତଃ ମହିଳାମାନେ ଭୁଲି ଯାନ୍ତି ଯେ ତାଙ୍କ ସ୍ୱାମୀ କାହାର ପୁଅ ମଧ୍ୟ । ଆପଣ ନିଜର ସବୁକିଛି ଛାଡି ଆସିଥିଲେ ମଧ୍ୟ ଏହା ଭୁଲିଯିବା ଠିକ ନୁହେଁ ଯେ ଆପଣଙ୍କ ସ୍ୱାମୀ ପ୍ରଥମରୁ କାହାର ପୁଅ । ସେ ସବୁକିଛି କେବଳ ଆପଣଙ୍କ ପାଇଁ ଆପଣଙ୍କ ପସନ୍ଦ ଅନୁସାରେ ହିଁ କରିବେ, ଏ ଭରସା ରଖିବା ଆଦୌ ଉଚିତ ନୁହେଁ । ସମସ୍ତଙ୍କ ମନ ନେଇ ଚଳିବା ଉଚିତ୍ ।
ଯଦି ଆପଣ ଏହି ସବୁ ଜିନିଷକୁ ଧ୍ୟାନରେ ନରଖିବେ, ତେବେ ଭବିଷ୍ୟତରେ ଭୟଙ୍କର ପରିଣାମ ଭୋଗିବାକୁ ପଡିବ ।



