ବିବେକାନୁମୋଦିତ ଭୋଟ ମିଳିବ: ଦିଲ୍ଲୀପ

ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନକୁ ନେଇ ଗତକାଲି ଚତୁର୍ଥ ଆସନ ପାଇଁ ବିଜେପି ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟ ନାମାଙ୍କନ ଭରିଥିବାବେଳେ ତାଙ୍କର ପ୍ରାର୍ଥିପତ୍ର କାଏମ ରହିଛି । ତେବେ ସେ ଏହି ନିର୍ବାଚନରେ ନିଶ୍ଚିତ ବିଜୟ ଲାଭ କରିବେ ବୋଲି ଗତକାଲି କହିଥିବାବେଳେ ଆଜି ତାଙ୍କୁ ବିବେକାନୁମୋଦିତ ଭୋଟ ମିଳିବ ବୋଲି କହିଛନ୍ତି ।

ଏହାଛଡ଼ା ସେ କହିଛନ୍ତି ଯେ ୨୦୦୨ରେ ମୁଁ ଯୋଜନା ମୁତାବକ ଲଢ଼ିଥିଲି । ସେତେବେଳେ ୨ ମାସ ଗ୍ରାଉଣ୍ଡ ୱାର୍କ ହୋଇଥିଲା । କିନ୍ତୁ ଏଥର ମୁଁ ପ୍ରସ୍ତୁତ ନଥିଲି, ଠାତ ପ୍ରାର୍ଥୀ ହେଲି । ୨ ଦିନର ଗ୍ରାଉଣ୍ଡ ୱାର୍କ ବି ହୋଇନି, ତଥାପି ପ୍ରସ୍ତୁତି ଚାଲିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ବିଜେପି ରାଜ୍ୟସଭାପତି ମନମୋହନ ସାମଲଙ୍କ ସମର୍ଥନ ରହିଛି । ଭଲ ସପୋର୍ଟ ତ ଅଛି, ବିବେକାନୁମୋଦିତ ଭୋଟ ମିଳିବ ବୋଲି ଦିଲ୍ଲୀପ ରାୟ କହିଛନ୍ତି ।

ଗତକାଲି ନାମାଙ୍କନ ପରେ ଦିଲ୍ଲୀପ ରାୟ କହିଥିଲେ ଯେ ‘ପ୍ରଧାନମନ୍ତ୍ରୀ, ଗୃହ ମନ୍ତ୍ରୀ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ, ଓ ମୁଖ୍ୟମନ୍ତ୍ରୀଙ୍କ ସମର୍ଥନ ରହିଛି’ । ବିଜେପି ନାମାଙ୍କନ ଭରିବା ପାଇଁ ପୂରା ସମର୍ଥନ ଯୋଗାଇ ଦେଇଛି । ଆସନ୍ତାକାଲିଠୁ ପ୍ରଚାର, ୨୦୦୨ ପରି ଜିତାପଟ ହାସଲ କରିବି । କଂଗ୍ରେସ-ବିଜେଡି ହାତ ମିଶାଇବା ପ୍ରଶ୍ନରେ ପ୍ରତିକ୍ରିୟା ରଖି କହିଥିଲେ, ଆମେ ବି ହାତ ମିଶାଇ ଦେବୁ । ଏମିତି କହି ବିଚକ୍ଷଣ ମନ୍ତବ୍ୟ ରଖିଥିଲେ ଦିଲ୍ଲୀପ ।

  • Related Posts

    ବେଳାଭୂମିରେ ମଦ ବିକିପାରିବ ଓଟିଡିସି

    ଭୁବନେଶ୍ଵର: ଅବକାରୀ ବିଭାଗର ନୂଆ ଗାଇଡଲାଇନ୍। ଟେଟ୍ରା ପ୍ୟାକରେ ମିଳିବ ମଦ। ୧୮୦ ମିଲି ପର୍ଯ୍ୟନ୍ତ ମଦ ଟେଟ୍ରା ପ୍ୟାକରେ ଉପଲବ୍ଧ ହେବ। ଏଥିରେ ୬ଟି ସୁରକ୍ଷା ଲେୟର ରହିବ। ସେପଟେ ପୁରୀ ବେଳାଭୂମିରେ ମଦ ଦୋକାନ ଖୋଲିବାକୁ ଅନୁମତି ମିଳିବ…

    Continue reading
    ପଶ୍ଚିମବଙ୍ଗ ନିର୍ବାଚନ ପ୍ରଚାରରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ

    ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପଶ୍ଚିମବଙ୍ଗରେ ବିଜେପି ପାଇଁ ନିର୍ବାଚନ ପ୍ରଚାରରେ ସାମିଲ ହୋଇଛନ୍ତି। ଆଜି ମୁଖ୍ୟମନ୍ତ୍ରୀ ଦିନିକିଆ ପଶ୍ଚିମବଙ୍ଗ ଗସ୍ତରେ ଯାଇ ବୀରଭୂମ ଜିଲ୍ଲାର ଚାରି ଜଣ ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର ଦାଖଲରେ ସାମିଲ ହୋଇଥିଲେ। ଏହି ଅବସରରେ ବୀରଭୂମ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ