ବିଶାଳ ବିଜୟ ସହିତ ସିଜିନ ଆରମ୍ଭ କଲା ସନରାଇଜର୍ସ ହାଇଦ୍ରାବାଦ

ନୂଆଦିଲ୍ଲୀ: ସ୍ଥାନୀୟ ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ରବିବାର ଅପରାହ୍ନରେ ରାଜସ୍ଥାନ ରୟାଲ୍ସ (ଆର୍‌ଆର୍‌) ବିପକ୍ଷରେ ଖେଳାଯାଇଥିବା ହାଇ ସ୍କୋରିଂ ଆଇପିଏଲ୍‌ ମ୍ୟାଚକୁ ସନରାଇଜର୍ସ ହାଇଦ୍ରାବାଦ (ଏସ୍‌ଆର୍‌ଏଚ୍‌) ୪୪ ରନରେ ଜିତି ନେଇଛି।

ଇଶାନ କିଶନଙ୍କ ଅପରାଜିତ ଶତକ ବଳରେ ହାଇଦ୍ରାବାଦ ଦ୍ୱାରା ପ୍ରଦତ୍ତ ୨୮୭ ରନର ଟାର୍ଗେଟ ଆଗରେ ରାଜସ୍ଥାନ ୬ ଉଇକେଟ୍‌ ହରାଇ ୨୪୨ ରନ କରିବାକୁ ସକ୍ଷମ ହୋଇଥିଲା। ବିସ୍ଫୋରକ ଶତକ ହାସଲ କରିଥିବା କିଶନଙ୍କୁ ପ୍ଲେୟର ଅଫ ଦି ମ୍ୟାଚ ବିବେଚିତ କରାଯାଇଥିଲା।

ସନରାଇଜର୍ସ ହାଇଦ୍ରାବାଦ ନିର୍ଦ୍ଧାରିତ ୨୦ ଓଭରରେ ୬ ଉଇକେଟ୍‌ ହରାଇ ୨୮୬ ରନ କରିଥିଲା। ଆଇପିଏଲ୍‌ ଇତିହାସରେ ଏହା ଦ୍ୱିତୀୟ ସର୍ବାଧିକ ଦଳଗତ ସ୍କୋର। ଦଳ ପକ୍ଷରୁ ଇଶାନ ୪୭ ବଲରେ ୧୦୬ ରନର ବିସ୍ଫୋରକ ଇନିଂସ ଖେଳି ଅପରାଜିତ ରହିଥିଲେ। ତାଙ୍କ ପାଳିରେ ୧୧ ଚୌକା ଓ ୬ ଛକା ସାମିଲ ଥିଲା। ତାଙ୍କୁ ଟ୍ରାଭିସ ହେଡ୍‌ ୩୧ ବଲରେ ୯ ଚୌକା ଓ ୩ ଛକା ସହାୟତାରେ ୬୭ ରନ କରି ଉପଯୁକ୍ତ ସମର୍ଥନ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ହେନରିଚ କ୍ଲାସେନ ୩୪, ନୀତିଶ ରେଡ୍ଡୀ ୩୦ ଓ ଅଭିଷେକ ଶର୍ମା ୨୪ ରନ କରିଥିଲେ। ରାଜସ୍ଥାନ ଲାଗି ତୁଷାର ଦେଶପାଣ୍ଡେ ୩ଟି, ମହେଶ ଥିକସାନା ୨ଟି ଓ ସନ୍ଦୀପ ଶର୍ମା ଗୋଟିଏ ଉଇକେଟ୍‌ ନେଇଥିଲେ।

ଜବାବରେ ରାଜସ୍ଥାନ ଆରମ୍ଭରୁ କ୍ରମାଗତ ବ୍ୟବଧାନରେ ଯଶସ୍ବୀ ଜୟସ୍ବାଲ, ଅଧିନାୟକ ରିୟାନ ପରାଗ ଓ ନୀତିଶ ରେଡ୍ଡୀଙ୍କ ଉଇକେଟ ହରାଇ ସଙ୍କଟରେ ପଡ଼ିଥିଲା। ଏଭଳି ପରିସ୍ଥିତିରେ ସଞ୍ଜୁ ସାମସନ ଓ ଧ୍ରୁବ ଜୁରେଲ ଚତୁର୍ଥ ଉଇକେଟରେ ୫୯ ବଲରେ ୧୧୧ ରନ ଯୋଡ଼ି ଥିଲେ। ସାମସନ ୩୭ ବଲରେ ୭ ଚୌକା ଓ ୪ ଛକା ସହିତ ୬୬ ଏବଂ ଜୁରେଲ ୩୫ ବଲରେ ୫ ଚୌକା ଓ ୬ ଛକା ସହିତ ୭୦ ରନ କରି ଆଉଟ ହୋଇଥିଲେ। ଇନିଂସ ଶେଷ ଆଡ଼କୁ ଶିମରନ ହେଟମାୟର ୨୩ ବଲରେ ୧ ଚୌକା ଓ ୪ ଛକା ସହିତ ୪୨ ଓ ଶୁଭମ ଦୁବେ ୧୧ ବଲରେ ୧ ଚୌକା ଓ ୪ ଛକା ସହିତ ୩୪ ରନ କରିଥିଲେ। ହେଲେ ତାହା ଦଳର ବିଜୟ ଲାଗି ଯଥେଷ୍ଟ ସାବ୍ୟସ୍ତ ହୋଇ ନ ଥିଲା। ଏସ୍‌ଆର୍‌ଏଚ୍‌ ପକ୍ଷରୁ ହର୍ଶଲ ପଟେଲ ଓ ସିମରଜିତ ସିଂ ଦୁଇଟି ଲେଖାଏ ଉଇକେଟ୍‌ ନେଇଥିଲେ।

  • Related Posts

    ଆଇପିଏଲ: ଆଜି ଦିଲ୍ଲୀ-ଲକ୍ଷ୍ନୌ ମୁହାଁମୁହିଁ

    ଆଜି ଆଇପିଏଲ ୨୦୨୬ର ପଞ୍ଚମ ମ୍ୟାଚ ଖେଳାଯିବ । ରିଷଭ ପନ୍ତଙ୍କ ନେତୃତ୍ୱରେ ଲକ୍ଷ୍ନୌ ଦଳ ଘରୋଇ ଗ୍ରାଉଣ୍ଡ୍‌ରେ ଦିଲ୍ଲୀକୁ ଭେଟିବ । ଉଭୟ ଦଳ ବିଜୟ ସହ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଥିବାରୁ ଆଜି ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା…

    Continue reading
    ବାଂଲାଦେଶରେ ଆଇପିଏଲ୍‌ ପ୍ରସାରଣ ବନ୍ଦ

    ନୂଆଦିଲ୍ଲୀ: ବାଂଲାଦେଶରେ ଚଳିତ ଆଇପିଏଲ୍‌ର ଟିଭି ପ୍ରସାରଣ ହେବନାହିଁ। ବାଂଲାଦେଶରେ ଟିସ୍ପୋର୍ଟସ ଚ୍ୟାନେଲ ଆଇପିଏଲ୍‌ ମ୍ୟାଚ୍‌ର ପ୍ରସାରଣ କରିବାର ଥିଲା। ହେଲେ ବକେୟା ଅର୍ଥ ଦେଇ ନଥିବାରୁ ଟିସ୍ପୋର୍ଟସ ସହ ଆଇପିଏଲ୍‌ର ପ୍ରସାରଣ ଅଧିକାର ପାଇଥିବା ଜିଓଷ୍ଟାର୍ ଚୁକ୍ତି ବାତିଲ କରିଦେଇଛି।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ