ବିଶ୍ୱସ୍ତରୀୟ ଚଳଚ୍ଚିତ୍ର ନିର୍ମାଣ ଲାଗି ଇଣ୍ଡିଆ ସିନେ ହବ୍ ପୋର୍ଟାଲ୍

ନୂଆଦିଲ୍ଲୀ: ଗଣ ଯୋଗାଯୋଗ କ୍ଷେତ୍ରରେ କେନ୍ଦ୍ର-ରାଜ୍ୟ ସମନ୍ୱୟକୁ ସୁଦୃଢ଼ କରିବା, ପ୍ରେସ୍ ସେବା ପୋର୍ଟାଲ୍ ଏବଂ ଇଣ୍ଡିଆ ସିନେ ହବ୍ର ପୂର୍ଣ୍ଣାଙ୍ଗ କାର୍ଯ୍ୟକାରିତା ସୁନିଶ୍ଚିତ କରିବା ତଥା ଚଳଚ୍ଚିତ୍ର ଭିତ୍ତିଭୂମି ବିକାଶ ଓ ବିଭିନ୍ନ କ୍ଷେତ୍ରରେ ଭାରତର ସୃଜନଶୀଳ ଅର୍ଥବ୍ୟବସ୍ଥାକୁ ପ୍ରୋତ୍ସାହିତ କରିବା ପାଇଁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ମଙ୍ଗଳବାର ନୂଆଦିଲ୍ଲୀର ବିଜ୍ଞାନ ଭବନରେ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ସୂଚନା ଓ ଲୋକସମ୍ପର୍କ (ଆଇ ଆଣ୍ଡ ପିଆର) ସଚିବମାନଙ୍କର ଏକ ଉଚ୍ଚସ୍ତରୀୟ ସମ୍ମିଳନୀର ଆୟୋଜନ କରିଛନ୍ତି। ଏହି ସମ୍ମିଳନୀରେ ଉଦବୋଧନ ଦେଇ କେନ୍ଦ୍ର ସୂଚନା ଏବଂ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଏଲ୍. ମୁରୁଗନ କମ ମୂଲ୍ୟର ଥିଏଟର ମାଧ୍ୟମରେ ମହିଳା ଏବଂ ସ୍ଥାନୀୟ ସମାଜକୁ ସଶକ୍ତ କରୁଥିବା ତୃଣମୂଳ ସ୍ତରର ସିନେମା ପ୍ରୟାସ ଉପରେ ମଧ୍ୟ ଆଲୋକପାତ କରିଥିଲେ। ସେ ୱେଭ୍ସ ୨୦୨୫ ଏବଂ ଆଇଏଫଏଫଆଇ ଗୋଆ ଭଳି ପ୍ରମୁଖ ବିଶ୍ୱସ୍ତରୀୟ କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱାରୋପ କରିଥିଲେ। କେନ୍ଦ୍ର ମନ୍ତ୍ରୀ କହିଥିଲେ, ଏହା ବିଶ୍ୱ ପ୍ରତିଭାକୁ ଆକର୍ଷିତ କରିବ, ଭାରତର ସୃଜନଶୀଳ ଅର୍ଥବ୍ୟବସ୍ଥାକୁ ବୃଦ୍ଧି କରିବ, ବିଶ୍ୱବ୍ୟାପୀ ସାଂସ୍କୃତିକ କୂଟନୀତିକୁ ପ୍ରୋତ୍ସାହିତ କରିବ ଏବଂ ଆଗାମୀ ଦିନର ସୃଜନଶୀଳ ପ୍ରତିଭାଙ୍କୁ ସଶକ୍ତ କରିବ। ଏହି କାର୍ଯ୍ୟକ୍ରମ ସମୟରେ, ସୂଚନା ଓ ପ୍ରସାରଣ ସଚିବ ଶ୍ରୀ ସଞ୍ଜୟ ଜାଜୁ ପ୍ରଭାବଶାଳୀ ଯୋଗାଯୋଗ ଏବଂ ଗଣମାଧ୍ୟମ ବିକାଶରେ କେନ୍ଦ୍ର-ରାଜ୍ୟ ସହଯୋଗ ଉପରେ ଗୁରୁତ୍ୱାରୋପ କରିଥିଲେ। ସେ ଡିଜିଟାଲ କ୍ରିଏଟର, ସ୍ଥାନୀୟ ଗଣମାଧ୍ୟମର ବିକାଶ ଏବଂ ଜିଲ୍ଲାସ୍ତରୀୟ ସୂଚନା ଓ ଲୋକସଂପର୍କ ପ୍ରତିଷ୍ଠାନଗୁଡ଼ିକୁ ସଶକ୍ତ କରିବାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ସେ ସମସ୍ତ ରାଜ୍ୟକୁ ସୁଗମ ପ୍ରକାଶନ ପ୍ରକ୍ରିୟା ପାଇଁ ପ୍ରେସ୍ ସେବା ପୋର୍ଟାଲ୍ ସହିତ ଯୋଡ଼ି ହେବାକୁ ଅନୁରୋଧ କରିଥିଲେ।

  • Related Posts

    ପୁଣି ବ୍ୟାପୁଛି କରୋନାର ନୂଆ ଭାରିଆଣ୍ଟ, ଜାଣନ୍ତୁ ଏହାର ଲକ୍ଷଣ ବିଷୟରେ

    ନୂଆଦିଲ୍ଲୀ : କରୋନା ଭାଇରସର ନୂଆ ଭାରିଆଣ୍ଟ ଖୁବ୍ ଜୋରର ବ୍ୟାପିବା ଆରମ୍ଭ କରିଛି। ଆମେରିକାରେ କୋଭିଡ୍-୧୯ର ନୂଆ ସବ୍ଭାରିଆଣ୍ଟ BA.3.2 ସାମ୍ନାକୁ ଆସିଛି, ଯାହାକୁ ସିକାଡା ( Cicada) ମଧ୍ୟ କୁହାଯାଉଛି। ରିପୋର୍ଟ ମୁତାବିକ , ସବ୍ ଭାରିଆଣ୍ଟ BA.3.2…

    Continue reading
    ଆଜିଠୁ ନୂଆ ଆୟକର ଆଇନ ଲାଗୁ

    ନୂଆଦିଲ୍ଲୀ: ନୂଆ ଆର୍ଥିକ ବର୍ଷ ସହ ଏପ୍ରିଲ ୧ରୁ ସାରା ଦେଶରେ କାର୍ଯ୍ୟକାରୀ ହେଉଛି ନୂଆ ଆୟକର ଆଇନ । ଏହା ୬ ଦଶନ୍ଧି ପୁରୁଣା ପ୍ରତ୍ୟକ୍ଷ ଟିକସ ଆଇନକୁ ବାଦ ଦେବ । ଅନୁପାଳନ ବ୍ୟବସ୍ଥା, ଶବ୍ଦ ଏବଂ ଟିକସ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ