ଭୁବନେଶ୍ୱର, ୧୨ ଅଗଷ୍ଟ ୨୦୨୫:ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଦ୍ୱାରା ପାଳିତ ବିଶ୍ୱ ମୁଖ ଗହ୍ଵର ସ୍ୱାସ୍ଥ୍ୟ ଦିବସ ୨୦୨୫ ଏବଂ ତମାଖୁ ମୁକ୍ତ ଯୁବ ଅଭିଯାନ ୨.୦ ରେ ସର୍ବଶ୍ରେଷ୍ଠ ରାଜ୍ୟ ଭାବେ ଓଡିଶାକୁ ଜାତୀୟ ସ୍ତରରେ ସମ୍ମାନିତ କରାଯାଇଛି । ଏହି ପୁରସ୍କାର ଓ ସମ୍ମାନପତ୍ର ଦିଲ୍ଲୀସ୍ଥିତ ଏମ୍ସରେ ଆୟୋଜିତ ବିଶେଷ କାର୍ଯ୍ୟକ୍ରମରେ ଓଡିଶାର ରାଜ୍ୟ ପରାମର୍ଶଦାତାଙ୍କ ଦ୍ୱାରା ଗ୍ରହଣ କରାଯାଇଛି । ସେହିପରି ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଦ୍ୱାରା ଆୟୋଜିତ ତମାଖୁ ମୁକ୍ତ ଯୁବ ଅଭିଯାନ ୨.୦ ରେ (ସେପ୍ଟେମ୍ବର–ନଭେମ୍ବର ୨୦୨୪ , ୬୦ ଦିନ ପାଇଁ )ରେ ଓଡିଶାଙ୍କୁ ସର୍ବଶ୍ରେଷ୍ଠ କାର୍ଯ୍ୟକୁଶଳ ରାଜ୍ୟ ଭାବେ ଚୟନ କରାଯାଇ ଜାତୀୟ ସ୍ତରରେ ସମ୍ମାନିତ କରାଗଲା । ଏହି ସମ୍ମାନ, ରାଜ୍ୟର ଯୁବଶକ୍ତିଙ୍କ ଦ୍ୱାରା ସମାଜରେ ତମାଖୁ ବ୍ୟବହାରର କୁପ୍ରଭାବ ବିଷୟରେ ବ୍ୟାପକ ସଚେତନତା ସୃଷ୍ଟି କରିବାରେ ସଫଳ ପ୍ରୟାସ ପାଇଁ ପ୍ରଦାନ କରାଗଲା। ଏହି ସମ୍ମାନ, ମୁଖ ସ୍ୱାସ୍ଥ୍ୟ ସେବାକୁ ଗାଁରୁ ଶହର ସବୁ ସ୍ତରରେ ପହଞ୍ଚାଇବା ପାଇଁ ଓଡିଶା ସରକାରଙ୍କ ପ୍ରତିବଦ୍ଧତାର ପ୍ରମାଣ ଦେଉଛି । ସ୍ୱାସ୍ଥ୍ୟ ବିଭାଗର ସମଗ୍ର ସ୍ୱାସ୍ଥ୍ୟ ପ୍ରଣାଳୀକୁ ସୁଦୃଢ଼ କରିବାରେ ନିରନ୍ତର ପ୍ରୟାସ ପାଇଁ ରାଜ୍ୟ ଜାତୀୟ ସ୍ତରରେ ପ୍ରଶଂସା ପାଇଛି।
କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା
ନୂଆଦିଲ୍ଲୀ | ଭୁବନେଶ୍ୱର, ୮ ଅକ୍ଟୋବର ୨୦୨୬: ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଭାରତ ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ନୂଆଦିଲ୍ଲୀଠାରେ ଆୟୋଜିତ ଦୁଇଦିନିଆ ବିଭାଗୀୟ ସମ୍ମିଳନୀରେ…








