ବେଆଇନ ଖଣି ଖୋଳା ନେଇ ହେଉନି କାର୍ୟ୍ୟାନୁଷ୍ଠାନ :ବ୍ୟୋମକେଶ

ଭୁବନେଶ୍ୱର: ରାଜ୍ୟରେ ଖଣିଜ ପଦାର୍ଥ ଲୁଟର ସର୍ଦ୍ଦାର ସାଜିଛନ୍ତି ରାଜ୍ୟ ସରକାର । ଶାସକ ଦଳର ବିଧାୟକମାନଙ୍କ ମାଧ୍ୟମରେ ଏହାର ନେଟୱାର୍କ ମୁଖ୍ୟମନ୍ତ୍ରୀଙ୍କ ପର୍ୟ୍ୟନ୍ତ ଲମ୍ବିଛି । ସକାଳୁ ସନ୍ଧ୍ୟା, ସମସ୍ତେ ଏହାର ଲୁଟରେ ମାତିଛନ୍ତି । କିଛି ଏଭଳି କଥା କହି ଆଜି ଖଣି ଦୁର୍ନୀତି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଟାର୍ଗେଟ୍ କରିଛି ବିଜେଡି । ବିଜେଡି ବିଧାୟକ ବ୍ୟୋମକେଶ ରାୟ ଆହୁରି ମଧ୍ୟ କହିଛନ୍ତି ଯେ, ଖଣି ମାଲିକଙ୍କ ଉପରେ କୌଣସି କାର୍ୟ୍ୟାନୁଷ୍ଠାନ ନିଆଯାଉନାହିଁ। ଯେଉଁଠି ବେଆଇନ ଖଣି ଖୋଳା ଚାଲିଛି, ସେଠାରେ କାର୍ୟ୍ୟାନୁଷ୍ଠାନ ହେଉନାହିଁ। ଖଣି ମାଫିଆ ଦିନରେ ଚୋରି କରୁଛନ୍ତି। ଏହାକୁ ସରକାର ପ୍ରୋତ୍ସାହନ ଦେଉଛନ୍ତି । କେନ୍ଦୁଝରରେ ସର୍ବାଧିକ ଚୋରା ଖଣି କାରବାର ହେଉଛି। ଏହାର ଟଙ୍କା ବିଧାୟକଙ୍କ ରାସ୍ତା ଦେଇ ମୁଖ୍ୟମନ୍ତ୍ରୀଙ୍କ ପାଖରେ ପହଞ୍ଚୁଛି। ସରକାରୀ ଦଳର ବିଧାୟକମାନେ ଖଣିରୁ ଚାନ୍ଦା ନେଉଛନ୍ତି। କେନ୍ଦୁଝରରେ ମୁଖ୍ୟମନ୍ତ୍ରୀ ଶହ ଶହ ଖଣି ମାଫିଆ ତିଆରି କରି ସାରିଲେଣି ବୋଲି କହିଛନ୍ତି ବ୍ୟୋମକେଶ।

  • Related Posts

    ୨୩ ଜିଲ୍ଲାରେ ନିଯୁକ୍ତି ପାଇଲେ ଏସଡ଼ିସି ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ

    ୦୬।୦୪।୨୦୨୬,ଭୁବନେଶ୍ୱର:ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୩ ଜିଲ୍ଲାର ସ୍ୱତନ୍ତ୍ର ଉନ୍ନୟନ ପରିଷଦ (ଏସଡ଼ିସି) ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ନିଯୁକ୍ତି ଦେଇଛନ୍ତି । ଅନୁଗୁଳରେ ଅଧ୍ୟକ୍ଷ ଭାବେ ବଶିଷ୍ଠ ନାୟକ ଓ ଉପାଧ୍ୟକ୍ଷ ଭାବେ ସୁରୁମଣି ଛତରଙ୍କୁ ନିଯୁକ୍ତି ମିଳିଛି । ସେହିପରି…

    Continue reading
    ରାଜ୍ୟସଭାରେ ଶପଥ ନେଲେ ୩ ସାଂସଦ

    ନୂଆଦିଲ୍ଲୀ: ରାଜ୍ୟସଭାରେ ଶପଥ ନେଇଛନ୍ତି ଓଡ଼ିଶାର ନବ ନିର୍ବାଚିତ ସାଂସଦ । ଓଡ଼ିଶାର ୩ ସାଂସଦ ମନମୋହନ ସାମଲ, ସନ୍ତୃପ୍ତ ମିଶ୍ର ଓ ଦିଲ୍ଲୀପ କୁମାର ରାୟ ଆଜି ଓଡ଼ିଆରେ ଶପଥ ନେଇଛନ୍ତି । ରାଜ୍ୟସଭା ଅଧ୍ୟକ୍ଷ ସି. ପି. ରାଧାକ୍ରିଷ୍ଣନ୍…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ