ଭବାନୀପୁରରେ ହାରିଲେ ମମତା

ଭୁବନେଶ୍ୱର : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ମୁଖ୍ୟ ମମତା ବାନାର୍ଜୀଙ୍କୁ ଡବଲ ଝଟକା ଲାଗିଛି । ଗୋଟିଏ ପଟେ ତାଙ୍କ ସରକାରର ପତନ ହୋଇଥିବାବେଳେ ଅପରପକ୍ଷରେ ନିଜ ନିର୍ବାଚନମଣ୍ଡଳୀ ଭବାନୀପୁରରେ ବି ସେ ପରାଜୟର ସାମ୍ନା କରିଛନ୍ତି । ୧୮ତମ ରାଉଣ୍ଡ ସୁଦ୍ଧା ମମତା ନିଜର ପ୍ରତିଦ୍ୱନ୍ଦ୍ୱୀ ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ ୧୦ ହଜାର ଭୋଟରେ ପଛରେ ଅଛନ୍ତି । ଆଉ ଦୁଇ ରାଉଣ୍ଡ ଗଣତି ବାକିଥିଲେବି ବିଶାଳ ଭୋଟ୍‌ ବ୍ୟବଧାନକୁ କାଟିବା ସହଜ ନୁହେଁ । ମମତାଙ୍କୁ ଚେକ୍‌ ଦେବା ପାଇଁ ଶୁଭେନ୍ଦୁ ନିଜର ପାରମ୍ପରିକ ଆସନ ନନ୍ଦୀଗ୍ରାମ ସହ ଭବାନୀପୁରରୁ ବି ଲଢ଼ିଥିଲେ । ଏହା ଏକ କଠିନ ନିର୍ବାଚନ ଥିଲା । କାହିଁକିନା ଭବାନୀପୁର ମୁସଲିମ ଅଧ୍ୟୁଷିତ ନିର୍ବାଚନମଣ୍ଡଳୀ । ତେବେ ହିନ୍ଦୁ ବହୁଳ ବୁଥ୍‌ରେ ଏକପାଖିଆ ଭାବେ ଭୋଟ୍‌ ନେବାରେ ଶୁଭେନ୍ଦୁ ସଫଳ ହେବାରୁ ମମତାଙ୍କୁ ନିଜ ଆସନରେ ହାରିବାକୁ ପଡ଼ିଛି ।

Related Posts

ଚୂଡାନ୍ତ ପ୍ରାର୍ଥୀ ତାଲିକା : ୩୪୭ କଲେଜରେ ୬୩୬୨ ପ୍ରାର୍ଥୀ, ୧୩ ବିଶ୍ବବିଦ୍ୟାଳୟରେ ୨୮୭ ପ୍ରାର୍ଥୀ

ଭୁବନେଶ୍ବର : ଦୀର୍ଘ ୮ବର୍ଷ ପରେ ରାଜ୍ୟରେ ଅନୁଷ୍ଠିତ ହେଉଛି କଲେଜରେ ଛାତ୍ର ସଂସଦ ନିର୍ବାଚନ। ଏହି ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି ମୋଟ ୬୩୬୨ ପ୍ରାର୍ଥୀ। ସେହିପରି ବିଶ୍ବବିଦ୍ୟାଳୟ ସ୍ତରରେ ୨୮୭ ଜଣ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛି। ଉଚ୍ଚଶିକ୍ଷା…

Continue reading
ଛାତ୍ର ସଂସଦ ନିର୍ବାଚନ: ବାଣୀବିହାର ମଇଦାନରେ ୨୯ ପ୍ରାର୍ଥୀ

ଭୁବନେଶ୍ୱର: ଛାତ୍ର ସଂସଦ ନିର୍ବାଚନରେ ଛାତ୍ରଛାତ୍ରୀଙ୍କ ଉତ୍ସାହଠୁ ଅଧିକ ରାଜନେତା, ଛାତ୍ର ସଂଗଠକ ମଧ୍ୟରେ ଦେଖିବାକୁ ମିଳୁଛି । ଉତ୍କଳ ବିଶ୍ୱବିଦ୍ୟାଳୟ ଉପରେ ସମସ୍ତଙ୍କ ନଜର । ଶନିବାର ପ୍ରାର୍ଥୀପତ୍ର ପ୍ରତ୍ୟାହାର ପରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି ।…

Continue reading

Leave a Reply

Your email address will not be published. Required fields are marked *

You Missed

ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ