ମସ୍କୋ : ରୁଷରୁ ତେଲ କିଣିବାକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତକୁ ଟାର୍ଗେଟ କରୁଛନ୍ତି ଓ ଭାରତ ଉପରେ ୫୦ ପ୍ରତିଶତ ଟାରିଫ ବସାଇଛନ୍ତି। ଏହା ସତ୍ତ୍ବେ ଭାରତ ରୁଷରୁ ତେଲ କିଣିବା ଜାରି ରଖିଛି । ଆମେରିକା ଭାରତକୁ ବ୍ୟାରେଲ ପିଛା ୩ ଡଲାର ପ୍ରିମିୟମରେ ପ୍ରଦାନ କରୁଛି । ଫଳରେ ଭାରତ ପାଇଁ ରୁଷ ତେଲ କିଣିବା ସବୁଠାରୁ ଶସ୍ତା ପଡ଼ୁଛି । ଏପରିକି ସେପ୍ଟେମ୍ବର ମାସରେ ଭାରତର ତେଲ କ୍ରୟ ବଢିଯାଇଛି । ଏହାକୁ ଦେଖି ଟ୍ରମ୍ପଙ୍କ ରାଗ ଆହୁରି ବଢିଚାଲିଛି । ଏସବୁ ମଧ୍ୟରେ ରୁଷ ଭାରତ ପାଇଁ ନିଜ ତେଲରେ ଅଧିକ ରିହାତି ଘୋଷଣା କରିଛି । ଜୁଲାଇ ମାସରେ ରୁଷ ଭାରତ ପାଇଁ ୧ ଡଲାରର ରିହାତି ଦେଉଥିବାବେଳେ ଅଗଷ୍ଟ ମାସରେ ଏହାକୁ ବଢାଇ ୨.୫୦ ଡଲାର କରାଯାଇଥିଲା । ଏବେ ରୁଷ ଘୋଷଣା କରିଛି ଯେ ଭାରତକୁ ବ୍ୟାରେଲ ପିଛା ୩ରୁ ୪ ଡଲାର ପର୍ଯ୍ୟନ୍ତ ରିହାତି ଦିଆଯିବ । ଏହା ଫଳରେ ଆମେରିକା ଟାରିଫ ଯୋଗୁଁ ଭାରତ ସହୁଥିବା କ୍ଷତିର କିଛିଟା ଭରଣା ହୋଇପାରିବ ।
ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅକୁ ଆଜୀବନ କାରାଦଣ୍ଡ
ନୂଆଦିଲ୍ଲୀ: ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ଅମିତ ଯୋଗୀକୁ ଆଜୀବନ ସଜ୍ଜା ଶୁଣାଇଛନ୍ତି ହାଇକୋର୍ଟ । ପୂର୍ବତନ ସିଏମ୍ ଅଜିତ ଯୋଗୀଙ୍କ ପୁଅ ତଥା ପୂର୍ବ ବିଧାୟକ ଅମିତ ଯୋଗୀ । ୨୦୦୩ ଏକ ହତ୍ୟା ମାମଲାରେ ଆଜୀବନ ଶୁଣାଇଛନ୍ତି ହାଇକୋର୍ଟ…




