ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଟି୨୦ ବାତିଲ

କାନ୍‌ବେରା: ବର୍ଷା ​‌େ​ଯାଗୁଁ ଏଠାରେ ବୁଧବାର ଭାରତ ଓ ଘରୋଇ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଟ୍ବେଣ୍ଟି୨୦ ମ୍ୟାଚ୍‌ ବାତିଲ ହୋଇଯାଇଛି। ତେବେ ଯେତିକି ସମୟ ଖେଳ ହୋଇଥିଲା; ଏଥିରେ ଅଧିନାୟକ ସୂର୍ୟ୍ୟକୁମାର ଯାଦବ ତାଙ୍କର ପୁରୁଣା ବ୍ୟାଟିଂ ଫର୍ମ ଦେଖାଇଥିଲେ। ଶୁଭମନ ଗିଲ୍‌ ମଧ୍ୟ ଭଲ ବ୍ୟାଟିଂ କରିଥିଲେ। ୯.୪ ଓଭରରେ ବର୍ଷା ଯୋଗୁଁ ମ୍ୟାଚ୍‌ ବାତିଲ ହେବା ବେଳକୁ ଭାରତ ୧ ୱିକେଟ୍‌ ହରାଇ ୯୭ ରନ୍‌ କରିଥିଲା। ଶୁକ୍ରବାର ୨ୟ ଟ୍ବେଣ୍ଟି୨୦ ମ୍ୟାଚ୍‌ ମେଲ୍‌ବୋର୍ଣ୍ଣରେ ଖେଳାଯିବ। ଅଷ୍ଟ୍ରେଲିଆ ଟସ୍ ଜିତି ଫିଲ୍‌ଡିଂ ନେବା ପରେ ଦୁଇ ଭାରତୀୟ ଓପ୍‌ନର ଅଭିଷେକ ଶର୍ମା ଓ ଶୁଭମନ ଗିଲ୍‌ ୪ର୍ଥ ଓଭରରେ ସ୍କୋର୍‌କୁ ୩୫ ରନ୍‌ରେ ପହଞ୍ଚାଇଥିଲେ।

ବିଶ୍ବର ୧ନଂ ଟ୍ବେଣ୍ଟି୨୦ ବ୍ୟାଟ୍‌ସମ୍ୟାନ ଅଭିଷେକ ଶର୍ମା ୧୪ ବଲ୍‌ରୁ ୪ଟି ଚୌକା ସହ ୧୯ ରନ୍‌କରି ଆଉଟ୍‌ ହୋଇଥିଲେ। ୫ ଓଭରରେ ଭାରତ ୧/୪୩ ରନ୍‌ କରିଥିବା ବେଳେ ବର୍ଷା ଯୋଗୁଁ କିଛି ସମୟ ପାଇଁ ମ୍ୟାଚ୍‌ ବନ୍ଦ ରହିଥିଲେ। ପରେ ମ୍ୟାଚ୍‌କୁ ୧୮ ଓଭରକୁ କମାଇ ଦିଆ ଯାଇଥିଲା। ସୂର୍ୟ୍ୟକୁମାର ଯାଦବ ଓ ଶୁଭମନ ଗିଲ୍‌ ଚମତ୍କାର ବ୍ୟାଟିଂକରି ପରବର୍ତ୍ତୀ ୩୫ ବଲ୍‌ରୁ ୬୨ ରନ୍‌ ଯୋଡ଼ିଥିଲେ। ଗତ ୧୪ଟି ଟ୍ବେଣ୍ଟି୨୦ରୁ ଅର୍ଦ୍ଧଶତକ ହାସଲ କରି ନଥିବା ସୂର୍ୟ୍ୟକୁମାର ଫର୍ମକୁ ଫେରିବା ପରି ଲାଗିଥିଲା। ହେଲେ ବର୍ଷା ଯୋଗୁଁ ଆଗକୁ ଖେଳ ସମ୍ଭବ ହୋଇଥିଲା। ଗିଲ୍‌ ୨୦ ବଲ୍‌ରୁ ଗୋଟିଏ ଛକା ଓ ୪ଟି ଚୌକା ସହ ୩୭ ଏବଂ ସୂର୍ୟ୍ୟକୁମାର ୨୪ ବଲ୍‌ରୁ ୨ଟି ଛକା ଓ ୩ଟି ଚୌକା ସହ ୩୯ ରନ୍‌କରି ଅପରାଜିତ ଥିଲେ। ନାଥାନ୍ ଏଲିସ୍ ଏକମାତ୍ର ୱିକେଟ୍‌ ନେଇଥିଲେ। ମ୍ୟାଚ୍‌ରେ ଅଷ୍ଟ୍ରେଲିଆର ତିନି ପ୍ରମୁଖ ଖେଳାଳି ଆଡାମ୍ ଜାମ୍ପା, କାମେରନ୍ ଗ୍ରୀନ୍ ଓ ଗ୍ଲେନ୍‌ ମ୍ୟାକ୍ସୱେଲ ଖେଳିନଥିଲେ।

  • Related Posts

    ଆଇପିଏଲ: ଆଜି ଦିଲ୍ଲୀ-ଲକ୍ଷ୍ନୌ ମୁହାଁମୁହିଁ

    ଆଜି ଆଇପିଏଲ ୨୦୨୬ର ପଞ୍ଚମ ମ୍ୟାଚ ଖେଳାଯିବ । ରିଷଭ ପନ୍ତଙ୍କ ନେତୃତ୍ୱରେ ଲକ୍ଷ୍ନୌ ଦଳ ଘରୋଇ ଗ୍ରାଉଣ୍ଡ୍‌ରେ ଦିଲ୍ଲୀକୁ ଭେଟିବ । ଉଭୟ ଦଳ ବିଜୟ ସହ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଥିବାରୁ ଆଜି ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା…

    Continue reading
    ବାଂଲାଦେଶରେ ଆଇପିଏଲ୍‌ ପ୍ରସାରଣ ବନ୍ଦ

    ନୂଆଦିଲ୍ଲୀ: ବାଂଲାଦେଶରେ ଚଳିତ ଆଇପିଏଲ୍‌ର ଟିଭି ପ୍ରସାରଣ ହେବନାହିଁ। ବାଂଲାଦେଶରେ ଟିସ୍ପୋର୍ଟସ ଚ୍ୟାନେଲ ଆଇପିଏଲ୍‌ ମ୍ୟାଚ୍‌ର ପ୍ରସାରଣ କରିବାର ଥିଲା। ହେଲେ ବକେୟା ଅର୍ଥ ଦେଇ ନଥିବାରୁ ଟିସ୍ପୋର୍ଟସ ସହ ଆଇପିଏଲ୍‌ର ପ୍ରସାରଣ ଅଧିକାର ପାଇଥିବା ଜିଓଷ୍ଟାର୍ ଚୁକ୍ତି ବାତିଲ କରିଦେଇଛି।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ