
ନୂଆଦିଲ୍ଲୀ: ଭାରତୀୟ ସୁରକ୍ଷା ଏଜେନ୍ସି ଗୁଡ଼ିକୁ ଏକ ବଡ଼ ସଫଳତା ମିଳିଛି। କୁଖ୍ୟାତ ଡ୍ରଗ୍ସ ଚାଲାଣକାରୀ ଏବଂ ପଳାତକ ଆତଙ୍କବାଦୀ ଦାଉଦ ଇବ୍ରାହିମର ଘନିଷ୍ଠ ସହଯୋଗୀ ସଲିମ ଡୋଲାଙ୍କୁ ସମ୍ପ୍ରତି ତୁର୍କୀର ଇସ୍ତାନବୁଲରେ ଗିରଫ କରାଯାଇଥିଲା। ତାଙ୍କୁ ବର୍ତ୍ତମାନ ଭାରତକୁ ପ୍ରତ୍ୟାର୍ପଣ କରାଯାଇଛି। ଏହି କାର୍ୟ୍ୟାନୁଷ୍ଠାନ ଏକ ମିଳିତ ଅନ୍ତର୍ଜାତୀୟ ଅଭିଯାନ ପରେ କରାଯାଇଥିଲା। ଆଜି ସକାଳେ ତାଙ୍କୁ ଏକ ସ୍ୱତନ୍ତ୍ର ବିମାନ ଯୋଗେ ଦିଲ୍ଲୀ ବିମାନବନ୍ଦରକୁ ଅଣାଯାଇଥିଲା। ଯେଉଁଠାରେ ତାଙ୍କୁ ଭାରତୀୟ ଗୁଇନ୍ଦା ଏଜେନ୍ସିଗୁଡ଼ିକ ଅଟକ ରଖିଥିଲେ। ବର୍ତ୍ତମାନ ତାଙ୍କୁ ଦିଲ୍ଲୀରେ ପଚରାଉଚରା କରାଯାଉଛି । ଏବଂ ଅଧିକ ତଦନ୍ତ ପାଇଁ ମୁମ୍ବାଇର ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋକୁ ହସ୍ତାନ୍ତର କରାଯିବ।
ସଲିମ ଡୋଲାଙ୍କୁ ସମ୍ପ୍ରତି ତୁର୍କୀର ଇସ୍ତାନବୁଲରେ ଗିରଫ କରାଯାଇଥିଲା। ତାଙ୍କ ବିରୁଦ୍ଧରେ ଇଣ୍ଟରପୋଲର ରେଡ୍ କର୍ଣ୍ଣର ନୋଟିସ୍ ଥିଲା। ଯାହା ଭାରତୀୟ ଏଜେନ୍ସିଗୁଡ଼ିକର ଅନୁରୋଧରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ଦ୍ୱାରା ଜାରି କରାଯାଇଥିଲା। ତଦନ୍ତକାରୀ ଏଜେନ୍ସିଗୁଡ଼ିକ ଅନୁଯାୟୀ, ଡୋଲା ପ୍ରାୟ ୫ ହଜାର କୋଟି (୧.୫ ବିଲିୟନ ଆମେରିକୀୟ ଡଲାର)ର ଏକ ବଡ଼ ଆନ୍ତର୍ଜାତୀୟ ଡ୍ରଗ୍ସ ନେଟୱାର୍କର ଅଂଶ ଥିଲା। ଏହି ନେଟୱାର୍କ ନିଶାଦ୍ରବ୍ୟର ଚୋରା ଚାଲାଣ ଏବଂ ଅବୈଧ ବାଣିଜ୍ୟରେ ଜଡିତ ଥିଲା।


