ଭାଲୁ ଆକ୍ରମଣରେ ମହିଳା ମୃତ

ଘଟଗାଁ : କେନ୍ଦୁଝର ଜିଲ୍ଲା ଘଟଗାଁ ରେଞ୍ଜ ଅନ୍ତର୍ଗତ ବଣଚକୁଳିଆ ଗ୍ରାମରେ ଭାଲୁ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ ଘଟିଛି । ମୃତ ମହିଳା ଜଣଙ୍କ ହେଲେ ବଣଚକୁଳିଆ ଗ୍ରାମର ଚାମି ମୁଣ୍ଡା । ଶନିବାର ସକାଳୁ ଜଙ୍ଗଲ ନିକଟସ୍ଥ ବିଲକୁ ଉଭୟ ସ୍ଵାମୀ-ସ୍ତ୍ରୀ ଯାଇଥିବା ସମୟରେ ତିନୋଟି ଭାଲୁ ସ୍ଵାମୀ ଓ ସ୍ତ୍ରୀଙ୍କୁ ଆକ୍ରମଣ କରିଥିଲେ । ଗୋଟିଏ ଭାଲୁ ଚାମୀଙ୍କ ସ୍ଵାମୀଙ୍କୁ ଗୋଡାଇବାରୁ ସେ ନିକଟରେ ଥିବା ଏକ ପଥର ଚତିରି ଉପରକୁ ଚାଲିଯାଇଥିଲେ । କିନ୍ତୁ ମହିଳାଙ୍କ ମୁଣ୍ଡ ଓ ଅଣ୍ଟାକୁ ଆକ୍ରମଣ କରିଥିଲେ ଭାଲୁ । ଫଳରେ ମହିଳା ଜଣଙ୍କ ଗୁରୁତର ହୋଇଥିଲେ । ସ୍ଥାନୀୟ ଲୋକମାନେ ଆସିବାରୁ ଭାଲୁ ମାନେ ଜଙ୍ଗଲ ଭିତରକୁ ଚାଲିଯାଇଥିଲେ । ଗ୍ରାମବାସୀ ଓ ଘର ଲୋକଙ୍କ ସହାୟତାରେ ଆମ୍ବୁଲାନ୍ସ ଯୋଗେ ଘଟଗାଁ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ପରେ ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ ହୋଇଛି । ଖବର ପାଇ ଘଟଗାଁ ବନ ବିଭାଗର ଅଧିକାରୀ ମାନେ ପହଞ୍ଚି ମୃତକଙ୍କ ପରିବାରଙ୍କୁ ନଗଦ ୧ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରିଥିବା ବେଳେ ପୋଲିସ ଶବକୁ ଜବତ କରି ଅଧିକ ତଦନ୍ତ ଚଳାଇଛି ।

  • Related Posts

    କୁକୁର କାମୁଡ଼ାରେ ଦୁଇ ମୃତ

    ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା ତୁଷୁରା ଥାନା ଚିଞ୍ଚେଡ଼ ଗାଁରେ ଅଭାବନୀୟ ଘଟଣା । କୁକୁର କାମୁଡ଼ାରେ ଚାଲିଗଲା ଦୁଇ ଜୀବନ । ମୃତ ବ୍ୟକ୍ତି ଜଣେ ହେଲେ ହୃଷିକେଶ ରଣା ଓ ଅନ୍ୟ ଜଣେ ୩୩ ବର୍ଷ ଭିନ୍ନକ୍ଷମ ଯୁବକ…

    ଲଘୁଚାପ: ୧୨ରୁ ପ୍ରବଳ ବର୍ଷିବ

    ଭୁବନେଶ୍ୱର: ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଏକ ଘୂର୍ଣ୍ଣିବଳୟ ଆସନ୍ତା ୧୩ ଅଗଷ୍ଟରେ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଅନୁସାରେ, ଏହି ଘୂର୍ଣ୍ଣିବଳୟ ଉତ୍ତର ପଶ୍ଚିମ ଏବଂ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ…

    Leave a Reply

    Your email address will not be published. Required fields are marked *

    You Missed

    କୁକୁର କାମୁଡ଼ାରେ ଦୁଇ ମୃତ

    କୁକୁର କାମୁଡ଼ାରେ ଦୁଇ ମୃତ

    ଲଘୁଚାପ: ୧୨ରୁ ପ୍ରବଳ ବର୍ଷିବ

    ଲଘୁଚାପ:  ୧୨ରୁ ପ୍ରବଳ ବର୍ଷିବ

    ଆଜିଠୁ ବିଶ୍ୱ ଆଥଲେଟିକ୍ସ କଣ୍ଟିନେଣ୍ଟାଲ ଟୁର୍‌ ବ୍ରୋଞ୍ଜ ଆରମ୍ଭ

    ଆଜିଠୁ ବିଶ୍ୱ ଆଥଲେଟିକ୍ସ କଣ୍ଟିନେଣ୍ଟାଲ ଟୁର୍‌ ବ୍ରୋଞ୍ଜ ଆରମ୍ଭ

    ଆମର କୌଣସି ବିମାନ ନଷ୍ଟ ହୋଇନି : ପାକିସ୍ତାନ

    ଆମର କୌଣସି ବିମାନ ନଷ୍ଟ ହୋଇନି : ପାକିସ୍ତାନ

    ସାମ୍ନାକୁ ଆସିଲା ପୁଣି ବଧୂ ହତ୍ୟା ଅଭିଯୋଗ

    ସାମ୍ନାକୁ ଆସିଲା ପୁଣି ବଧୂ ହତ୍ୟା ଅଭିଯୋଗ

    ତେଜସ୍ବୀଙ୍କୁ ଇସିଙ୍କ ନିର୍ଦେଶ; ୧୬ ସୁଦ୍ଧା ନକଲି ଭୋଟର କାର୍ଡ ଦାଖଲ କର

    ତେଜସ୍ବୀଙ୍କୁ ଇସିଙ୍କ ନିର୍ଦେଶ; ୧୬ ସୁଦ୍ଧା ନକଲି ଭୋଟର କାର୍ଡ ଦାଖଲ କର