ଭିଜିଲାନ୍‌ସ ଜାଲରେ ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ କୃଷି କର୍ମଚାରୀ ବିଶ୍ୱନାଥ ଦାସ

ଅନୁଗୁଳ,09/09: ଭିଜିଲାନ୍‌ସ ଜାଲରେ ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ କୃଷି ବିଭାଗ ଗ୍ରାମ୍ୟ କୃଷି କର୍ମଚାରୀ ବିଶ୍ୱନାଥ ଦାସ। ସେ ଏକ ଏନଜିଓ ସଂସ୍ଥାର କୋର୍ଡିନେଟର‌ ରଞ୍ଜନ ପ୍ରଧାନଙ୍କଠାରୁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍‌ସ ବିଭାଗ ତାଙ୍କୁ କାବୁ କରିଥିଲା। ସୂଚନା ଅନୁସାରେ କିଶୋରନଗର ବ୍ଲକର ଏକ ଏନଜିଓ ସ୍ଥାନୀୟ ଅଞ୍ଚଳରେ ବିରି, ମୁଗ, ରାଶି ଏବଂ ଔଷଧ ବିତରଣ କରିଛି। ଏହି କୃଷି କର୍ମଚାରୀ ସେହି ଅଞ୍ଚଳରେ ଏହି ସବୁ ବିହନ ଓ ଔଷଧ ବିତରଣର ୟୁଟିଲାଇଜେସନ୍‌ ସାର୍ଟିଫିକେଟ ଏନଜିଓକୁ ଦେବା କଥା। ଏଥିପାଇଁ ଏନଜିଓର କୋର୍ଡିନେଟର୍‌ ରଞ୍ଜନ ପ୍ରଧାନ କୃଷି କର୍ମଚାରୀଙ୍କ ପାଖକୁ ବାରମ୍ବାର ଦୌଡ଼ିଲେ ମଧ୍ୟ ଦେଉ ନଥିଲେ। ଏଥି ପାଇଁ ସେ ଟଙ୍କା ଲାଞ୍ଚ ମାଗୁଥିଲେ। ଏ ନେଇ ରଞ୍ଜନ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ଆଜି ରଞ୍ଜନ ୨୦ ହଜାର ଟଙ୍କା ଲାଞ୍ଚ ଦେବା ବେଳେ ବିଶ୍ୱନାଥ ଦାସଙ୍କୁ ଭିଜିଲାନ୍ସ କାବୁ କରିଥିଲା।

  • Related Posts

    କଟକରୁ ଅପହରଣ, ପୁରୀରେ ଦୁଷ୍କର୍ମ

    ଭୁବନେଶ୍ୱର: କଟକରୁ ଅପହରଣ, ପୁରୀରେ ଦୁଷ୍କର୍ମ। କଟକରୁ କଲେଜ ଛାତ୍ରୀଙ୍କୁ ଅପହରଣ ପରେ ପୁରୀରେ ନେଇ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ଆସିଛି। ଯାଜପୁର ରୋଡ୍ ଷ୍ଟେସନ୍ ରୁ ମୁଖ୍ୟ ଅଭିଯୁକ୍ତ ସତ୍ୟବ୍ରତ ପରିଡାକୁ ଗିରଫ କରିଛି କଟକ କ୍ୟାଣ୍ଟନମେଣ୍ଟ ଥାନା ପୋଲିସ।…

    Continue reading
    ପାକିସ୍ତାନୀକୁ ଓଟିପି ସେୟାରିଂ ମାମଲା: 7 ଅଭିଯୁକ୍ତଙ୍କୁ 3 ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡ

    ଭୁବନେଶ୍ୱର: ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଇଣ୍ଟର ସର୍ଭିସ୍ ଇଣ୍ଟେଲିଜେନ୍ସ (ISI)କୁ ଓଟିପି ସେୟାରିଂ ମାମଲାରେ 7 ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ । ଗତକାଲି(ବୁଧବାର) ଭୁବନେଶ୍ୱର ଏସଡିଜେଏମ୍ କୋର୍ଟ ରାୟ ପ୍ରକାଶ କରି ସମସ୍ତ ଅଭିଯୁକ୍ତଙ୍କୁ 3 ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ