ପାକିସ୍ତାନୀକୁ ଓଟିପି ସେୟାରିଂ ମାମଲା: 7 ଅଭିଯୁକ୍ତଙ୍କୁ 3 ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡ

ଭୁବନେଶ୍ୱର: ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଇଣ୍ଟର ସର୍ଭିସ୍ ଇଣ୍ଟେଲିଜେନ୍ସ (ISI)କୁ ଓଟିପି ସେୟାରିଂ ମାମଲାରେ 7 ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ । ଗତକାଲି(ବୁଧବାର) ଭୁବନେଶ୍ୱର ଏସଡିଜେଏମ୍ କୋର୍ଟ ରାୟ ପ୍ରକାଶ କରି ସମସ୍ତ ଅଭିଯୁକ୍ତଙ୍କୁ 3 ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଓଡ଼ିଶାରେ ରହି ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଥିଲେ । ପାକିସ୍ତାନକୁ ଓଟିପି ପଠାଇ କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କଫୋର୍ସ (STF) ଦ୍ବାରା ଗିରଫ ହୋଇଥିଲେ ।
ସମସ୍ତ ଦୋଷୀଙ୍କୁ ୩ ବର୍ଷ ଲେଖାଏ ଜେଲଦଣ୍ଡ ହୋଇଛି । ୩୨ ହଜାର ଲେଖାଏ ଜରିମାନା ଦେବାକୁ ମଧ୍ୟ ନିର୍ଦ୍ଦେଶ ହୋଇଛି । ଜରିମାନା ଅନାଦେୟ ଅଧିକ ମାସେ ଜେଲଦଣ୍ଡ ଭୋଗିବାକୁ ହେବ ବୋଲି ବିଚାରପତି ଅମିତ କୁମାର ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି ।
ମାମଲା ଅନୁଯାୟୀ, ଅଭିଜିତ ଏହି କ୍ରାଇମ ନେଟୱର୍କର ମାଷ୍ଟର ମାଇଣ୍ଡ ଥିଲା । ସେ ଇକବାଲ ସହ ମିଶି ଏହି କାରବାର କରୁଥିଲା । ଯାହା ଦ୍ୱାରା ଦେଶ ବିଦେଶରେ କୋଟି କୋଟି ଟଙ୍କାର ସାଇବର ଠକେଇ ହେଉଥିଲା । ପାକିସ୍ତାନୀ ଇଣ୍ଟେଲିଜେନ୍ସ ଅଫିସର ଅବଦୁଲ ହମିଦ ଓରଫ ଖୁରାମ ସହ ଲିଙ୍କରେ ଅଭିଯୁକ୍ତମାନେ ରହି ଓଡ଼ିଶା ସମେତ ଅନ୍ୟ ରାଜ୍ୟର ସହଯୋଗୀଙ୍କ ମିଶି ଦେଶଦ୍ରୋହ କାର୍ଯ୍ୟରେ ଲିପ୍ତ ଥିଲେ ।ହ୍ଵାଟ୍ସଆପ, ଟେଲିଗ୍ରାମ, ଫେସବୁକ, ଏକ୍ସ (ପୂର୍ବରୁ ଟ୍ବିଟର), ଇନଷ୍ଟାଗ୍ରାମ ଆଦିରେ ଯୋଡି ହେଉଥିଲେ । ଫେକ୍ ପ୍ରିଆକ୍ଟିଭେଟେଡ୍ ସିମ୍ ଓ ମ୍ୟୁଲ୍‌ ବ୍ୟାଙ୍କ ଆକାଉଣ୍ଟରୁ ଓଟିପି ସେୟାର କରୁଥିଲେ । ଏହା କରି ଅଭିଯୁକ୍ତମାନେ ମାସକୁ ୫୦ ହଜାରରୁ ୬୦ ହଜାର ଟଙ୍କା ରୋଜଗାର କରୁଥିଲେ ।କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ ଏନେଇ ୨୦୨୩ ମେ’ ୧୨ରେ ମାମଲା (ନଂ.୧୦/୨୦୨୩) ରୁଜୁ କରିଥିଲା। ପର୍ଯ୍ୟାୟକ୍ରମେ ଅଭିଯୁକ୍ତମାନଙ୍କୁ ଏସଟିଏଫ ଗିରଫ କରିଥିଲା । ୧୧ ଜଣ ସାକ୍ଷୀଙ୍କ ବୟାନ ଓ ଅନ୍ୟାନ୍ୟ ଦସ୍ତାବିଜ୍ ଆଧାରରେ କୋର୍ଟ ରାୟ ପ୍ରକାଶ କରିଥିଲେ । ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପବ୍ଲିକ୍ ପରସିକ୍ୟୁଟର ରଶ୍ମିରଞ୍ଜନ ବ୍ରହ୍ମା ମାମଲା ପରିଚାଳନା କରୁଥିଲେ ।

ଏନେଇ ରଶ୍ମିରଞ୍ଜନ ବ୍ରହ୍ମ କହିଛନ୍ତି, ‘ଇକବାଲ ଓ ଅଭିଜିତ ପାକିସ୍ତାନ ଆଇଏସ୍‌ଆଇ ଏଜେଣ୍ଟଙ୍କ ସହ ସିଧାସଳଖ ସମ୍ପର୍କରେ ରହୁଥିଲେ । ପାକିସ୍ତାନୀ ଏଜେଣ୍ଟ ଦାନିଶ ଅଲ୍ଲୀ ଓ ପାକିସ୍ତାନୀ ଗୁଇନ୍ଦାର ଅଧିକାରୀ ଅବଦୁଲ ହମିଦ୍‌ ସହ ଇକବାଲ ଓ ଅଭିଜିତର ସମ୍ପର୍କ ରହିଥିଲା । ଏମିତି ଏକାଧିକ ଘଟଣାରେ ପାକିସ୍ତାନ ଲିଙ୍କ୍‌ ମଧ୍ୟ ସାମ୍ନାକୁ ଆସିଥିଲା । ଏହି ଘଟଣା ଗୁଡ଼ିକରେ ଇଣ୍ଟରପୋଲର ସହାୟତା ନେଇଥିଲା କ୍ରାଇମ୍‌ବ୍ରାଞ୍ଚ । ମାତ୍ର ପାକିସ୍ତାନ ପକ୍ଷରୁ କିଛି ବି ତଥ୍ୟ ପ୍ରଦାନ କରାଯାଇନଥିଲା ବୋଲି ସେ କହିଛନ୍ତି ।

  • Related Posts

    ବିଚ୍‌ ରାସ୍ତାରେ ଯୁବକଙ୍କୁ ଗୁଳି କରି ହତ୍ୟା

    ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରରେ ଶୁକ୍ରବାର ରାତିରେ ବିଚ୍ ରାସ୍ତାରେ ଫୁଟିଛି ଗୁଳି। ଗୁଳିମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ବୀରମହାରାଜପୁର ଥାନା ଚମ୍ପାମାଳ ଗାଁର ବିକି ମହାରଣା। ଗୁଳିମାଡ଼ ପରେ ବିକିଙ୍କୁ ତୁରନ୍ତ ସୋନପୁର ଡାକ୍ତରଖାନାକୁ ନିଆଯାଇଥିଲା।…

    Continue reading
    ସରପଞ୍ଚଙ୍କ ସ୍କୁଟର ଡିକି ଭାଙ୍ଗି ଝାମ୍ପିନେଲେ ସାଢ଼େ ୪ ଲକ୍ଷ

    କଟକ: ହୀତାଧିକାରୀଙ୍କୁ ଭତ୍ତା ଟଙ୍କା ଦେବାକୁ ଆଣୁଥିଲେ ସରପଞ୍ଚ, ସ୍କୁଟର ଡିକି ଭାଙ୍ଗି ସବୁ ଲୁଟିନେଲେ ଦୁର୍ବୃତ୍ତ। କଟକ ଜିଲ୍ଲା ସାଲେପୁର କୋଲଣପୁର ଗ୍ରାମ ପଞ୍ଚାୟତ କାର୍ୟ୍ୟଳୟ ପରିସରରୁ ହୋଇଛି ଚୋରି। ଗାଡି ଡିକି ଭାଙ୍ଗି ୪ ଲକ୍ଷ ୭୦ ହଜାର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ