
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଏକ ଘରୋଇ ହଷ୍ଟେଲରୁ ଜଣେ ଯୁବତୀଙ୍କ ଝୁଲନ୍ତା ମୃତଦେହ ମିଳିଛି। ସେ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା କୁହାଯାଉଛି। ମୃତ ଯୁବତୀଙ୍କ ଘର ନୟାଗଡ଼ ଜିଲ୍ଲା ସିଧାମୂଳା ଅଞ୍ଚଳରେ ବୋଲି ଜଣାପଡ଼ିଛି। ଯୁବତୀ ଜଣଙ୍କ ଖାରବେଳ ନଗର ଥାନା ଅଞ୍ଚଳରେ ଥିବା ଏକ ଔଷଧ ଦୋକାନରେ ଡାଟା ଏଣ୍ଟ୍ରି ଅପରେଟର ଭାବେ କାର୍ୟ୍ୟ କରୁଥିଲେ। ସେ ସେହି ଖାରବେଳ ନଗର ଅଞ୍ଚଳରେ ଏକ ଘରୋଇ ହଷ୍ଟେଲରେ ରହୁଥିଲେ।ଖବର ପାଇବା ପରେ ଖାରବେଳ ନଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପୁଲିସ ଘଟଣାସ୍ଥଳକୁ ଯାଞ୍ଚ କରିବା ସହିତ ମୃତଦେହକୁ ଜବତ କରିଛି।
ଯୁବତୀ ଜଣଙ୍କ ଆତ୍ମହତ୍ୟା କରିବା ପୂର୍ବରୁ ନିଜ ବେକରେ ଫାଶୀ ଲଗାଇବା ବେଳର ଫଟୋ ଉଠାଇ ସୋଶାଲ ମିଡିଆରେ କାହା ପାଖକୁ ପଠାଇଥିବା ଜଣାପଡ଼ିଛି। ପୁଲିସ୍ ଏହି ଘଟଣା ନେଇ ଖୋଳତାଡ଼ କରୁଛି।




