ବାହାର ରତ୍ନଭଣ୍ଡାରରୁ ୩ ରତ୍ନ ନିଖୋଜ, ସିଂହଦ୍ୱାର ଥାନାରେ ଏତଲା

ପୁରୀ: ଶ୍ରୀମନ୍ଦିର ବାହାର ରତ୍ନ ଭଣ୍ଡାରରୁ ରତ୍ନ ଗାଏବ୍। ଆସିଛି ଏଭଳି କିଛି ସାଙ୍ଘାତିକ ଅଭିଯୋଗ। ବାହାର ରତ୍ନଭଣ୍ଡାରରୁ ତିନି ଗୋଟି ରତ୍ନ ନିଖୋଜ ଥିବା ନେଇ ଏବେ ଥାନାରେ ମାମଲା ପହଞ୍ଚିଛି। ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥଙ୍କ ପ୍ରତିକ୍ରିୟା ପରେ ଏହି ବିବାଦ ଉଗ୍ର ରୂପ ନେଇଛି। ଶ୍ରୀ ଜଗନ୍ନାଥ ସେନା ପକ୍ଷରୁ ସିଂହଦ୍ୱାର ଥାନାରେ ଏତଲା ଦିଆଯାଇଛି।

ଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ସିଧାସଳଖ ଅଭିଯୋଗ କରିଛନ୍ତି ଯେ, ରତ୍ନ ଅଳଙ୍କାର ଚୋରି ହୋଇଯାଇଛି। ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ସହ ଦୋଷୀଙ୍କ ବିରୋଧରେ କଠୋର କାର୍ୟ୍ୟାନୁଷ୍ଠାନ ଦାବି ହୋଇଛି। ଯଦି ରାଜ୍ୟ ପୋଲିସ ଏହାର ସଠିକ୍ ତଦନ୍ତ ନକରେ, ତେବେ ଆଗାମୀ ଦିନରେ ସିବିଆଇର ଦ୍ୱାରସ୍ଥ ହେବାକୁ ଚେତାବନୀ ଦେଇଛି ଜଗନ୍ନାଥ ସେନା।

  • Related Posts

    ଭୁବନେଶ୍ୱରରେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

    ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଏକ ଘରୋଇ ହଷ୍ଟେଲରୁ ଜଣେ ଯୁବତୀଙ୍କ ଝୁଲନ୍ତା ମୃତଦେହ ମିଳିଛି। ସେ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା କୁହାଯାଉଛି। ମୃତ ଯୁବତୀଙ୍କ ଘର ନୟାଗଡ଼ ଜିଲ୍ଲା ସିଧାମୂଳା ଅଞ୍ଚଳରେ ବୋଲି ଜଣାପଡ଼ିଛି। ଯୁବତୀ ଜଣଙ୍କ ଖାରବେଳ…

    Continue reading
    ଖୁବଶୀଘ୍ର ସ୍ଲଟ୍ ବୁକିଂ ମାଧ୍ୟମରେ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥା:ଆଇନ ମନ୍ତ୍ରୀ

    ପୁରୀ: ଶ୍ରୀମନ୍ଦିରରେ ଆହୁରି ସୁଗମ ହେବ ମହାପ୍ରଭୁଙ୍କ ଦର୍ଶନ । ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ଖୁବଶୀଘ୍ର ହେବ ସ୍ଲଟ୍ ବୁକିଂ ବ୍ୟବସ୍ଥା । ବଡ଼ ଦେଉଳରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ପାଇଁ ଅନଲାଇନ୍ ବୁକିଂ ବ୍ୟବସ୍ଥା ଆରମ୍ଭ ହେବାକୁ ଯାଉଛି । ଏନେଇ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ